ଏମତି ହୋଇଥାଏ ଗର୍ଭରେ ଥିବା ଶିଶୁ ଭିତରେ ଆତ୍ମାର ପ୍ରବେଶ ? ଜାଣି ଆଶ୍ଚର୍ଯ୍ୟ ହେବେ- Garuda Purana

ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଅନେକ ଆଧ୍ୟାତ୍ମିକତା କଥା ରହିଛି ଯାହା ଆମ ବିଷୟରେ ଏମିତି କିଛି କଥା କହିଥାଏ ଯାହାର କିଛି ମାନେ ନ ଥାଏ । ଯେମିତି ପ୍ରାଣ ଶକ୍ତି ବା ଆତ୍ମା ବି କୁହାଯାଏ । ବୈଜ୍ଞାନିକ ମାନେ ଏହା ଉପରେ ପ୍ରଶ୍ନ କରିଛନ୍ତି । ତେବେ ପ୍ରଶ୍ନ ଉଠିଥାଏ କି ଆତ୍ମାର ଯଦି ଅସ୍ତିତ୍ଵ ରହିଛି ତେବେ ତାହା ମାନବ ରୂପରେ କେମିତି ରହିଥାଏ ? ମାନବ ଶରୀରରେ ଆତ୍ମା କେମିତି ପ୍ରବେଶ କରିଥାଏ ? ଏହି ସବୁ ପ୍ରଶ୍ନର ଉତ୍ତର ଗରୁଡ ପୁରାଣରେ ଲେଖା ରହିଛି । ଆଜି ଆମେ ଆପଣଙ୍କୁ ସେହି ବିଷୟାରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

ଗରୁଡ ପୁରାଣରେ ଜନ୍ମ, ମୃତ୍ୟୁ, ଆଦି, ଅନନ୍ତ ବିଷୟରେ ଉଲେଖ କରାଯାଇଛି । ଗରୁଡ ପୁରାଣ ଅନୁଯାୟୀ ଗର୍ଭଧାରଣ କରିଥିବା ସ୍ତ୍ରୀ ଓ ତାଙ୍କ ସ୍ବାମୀଙ୍କ ନିକଟରେ ଏକ ସୂକ୍ଷ୍ମ କ୍ଷେତ୍ର ସୃଷ୍ଟି ହୋଇଥାଏ । ଏହି କ୍ଷେତ୍ର ତାକୁ ଆକର୍ଷିତ କରିଥାଏ ଯାହାର ଆତ୍ମା ମିଶୁଥିବ । ଯେଉଁ ଆତ୍ମାର ସ୍ପନ୍ଦନ ସ୍ତର ମିସିଥାଏ ସେ ଗର୍ଭଧାରଣ ମହିଳା ଆଡକୁ ଆକର୍ଷିତ ହୋଇଥାଏ । ଆତ୍ମା ଶରୀରରେ ପ୍ରବେଶ କରିବା ଦ୍ଵାରା ଭୌତିକ ଶରୀରର ସହ ଆଧ୍ୟାତ୍ମିକ ଶ୍ରାୟରର ବିକାଶ ହୋଇଥାଏ ଓ ହୃଦୟର ମଧ୍ୟ ବିକାଶ ହୋଇଥାଏ ।

ଏହା ପରେ ଆତ୍ମାକୁ ଏମିତି ସ୍ଥାନ ମିଳିଥାଏ ଯେଉଁଠି ଊର୍ଜାର ସୃଷ୍ଟି ହୋଇଥାଏ । ଗର୍ଭ ଧାରଣର ୩ ମାସ ପୂର୍ବରୁ ଆତ୍ମା ଶରୀରକୁ ପ୍ରବେଶ କରିପାରେ ନାହି । ଯେବେ ୩ ମାସ ପୁରିଯାଏ ସେହି ସମୟରେ ଆତ୍ମା ଗର୍ଭକୁ ପ୍ରବେଶ କରିଥାଏ । ବାସ୍ତବରେ ଆତ୍ମାର ସ୍ଥାନ ହୃଦୟରେ ରହିବା ସହ ଶରୀରର ସମସ୍ତ ଚକ୍ର ଓ ଆୟାମ ଯାଏଁ ପହଞ୍ଚିଥାଏ ଯାହାର ଅନୁଭବ ଆମେ କରିପାରି ନ ଥାଉ । ଯେବେ ଯାତ୍ରା ହୃଦୟରୁ ଆରମ୍ଭ ହୋଇଥାଏ ତେବେ ଆତ୍ମାର ଊର୍ଜା ଉପରକୁ ଆଡକୁ ଚାଲିବାରେ ଲାଗିଥାଏ ।

ଆତ୍ମା ଯେଉଁଠି ରହିଥାଏ ସେଠାରେ ଆତ୍ମା ବିନା ବାଧାରେ ରହିଥାଏ । ଆପଣ ଦେଖିପାରିବେ ନବଜାତ ଶିଶୁର ମୁଣ୍ଡର ଗୋଟେ ପଟ ପୂର୍ଣ୍ଣ ରୂପରେ ହୋଇ ନ ଥିବ । ଏହାର କାରଣ ହେଉଛି ସେଠାରେ ଆତ୍ମା ରହିଥାଏ । ଯେବେ ମୃତ ଶିଶୁ ଜନ୍ମ ହୋଇଥାଏ ସେ ଭ୍ରୁଣରେ ଠିକ ଭାବେ ରହିପାରେ ନାହି ତାହା ପାଇଁ ମୃତ ଜନ୍ମ ନେଇଥାଏ । ତେଣୁ ଗର୍ଭଧାରଣ ସମୟରେ ଜଣେ ମହିଳାଙ୍କୁ ଅନେକ ସତର୍କ ଅବଲମ୍ବନ କରିବା ଉଚିତ । ତେଣୁ ଗର୍ଭବତୀ ମହିଳାଙ୍କୁ ନିଜର ଖାଦ୍ୟପେୟ, ସ୍ଵତନ୍ତ୍ର ଭାବେ ଚାଲିଚଳନ ଉପରେ ଧ୍ୟାନ ଦେବା ଉଚିତ ଯାହା ଦ୍ଵାରା ସୁସ୍ଥ ଶିଶୁ ଜନ୍ମ ହୋଇ ପାରିବ ।

ଆମ ଶରୀରର ୧୧୪ଟି ଚକ୍ର ରହିଛି ଯେଉଁଠି ୨ଟି ଚକ୍ର ବାହାରେ  ରହିକି । ଆତ୍ମାର ୩ଟି ରୂପ ରହିଛି ଯଥା ଜୀବାତ୍ମା, ପ୍ରେତାତ୍ମା ଓ ସୂକ୍ଷ୍ମଆତ୍ମା । ଯେଉଁ ଆତ୍ମାର ବିକାଶ ଶରୀରରେ ହୋଇଥାଏ ତାହାକୁ ଜୀବାତ୍ମା କୁହାଯାଏ । ଯେବେ ଆତ୍ମାର ମନରେ କାମନା ବାସନା ତାକୁ ପ୍ରେତାତ୍ମା ଓ ଏହି ଆତ୍ମା ଯେବେ ସୂକ୍ଷ୍ମ ରୂପରେ ଶରୀରରେ ପ୍ରବେଶ କରିଥାଏ ତାହାକୁ ସୂକ୍ଷ୍ମତ୍ମା କୁହାଯାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *