ଗରିବ ଙ୍କୁ ଏହି 5ଟି ବସ୍ତୁ ଭୁଲରେ ବି ଦାନ କରନ୍ତୁ ନାହିଁ ଆସିପାରେ ଗରିବୀ….

ବନ୍ଧୁଗଣ ସବୁ ପ୍ରକାରର ଶାସ୍ତ୍ର କହିଥାନ୍ତି ଯେ ଦାନ କରିବା ମହା ପୂଣ୍ୟ ହୋଇଥାଏ । ଆଉ ଏମିତି ବି ଲେଖା ଅଛି କି ଦାନ କରିବା ଦ୍ଵାରା ବ୍ୟକ୍ତି ର ସବୁ ପ୍ରକାରର ଇଚ୍ଛା ପୂରଣ ମଧ୍ୟ ହୋଇଥାଏ । ଏହା ସହ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଆମେ ମାନେ କିନ୍ତୁ ଅନେକ ସମୟରେ ଏମିତି କିଛି ବସ୍ତୁ ଦାନ କରିଥାଉ ଯାହା ଦ୍ଵାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ । ଶାସ୍ତ୍ର ରେ ଏମିତି କିଛି ବସ୍ତୁ ବିଷୟରେ କୁହା ଯାଇଛି ଯାହାକୁ ଦାନ କରିବା ଉଚିତ ନୁହେଁ । ଆଜି ଆମେ ଜଣାଇବା କେଉଁ ଜିନିଷ ଭୁଲରେ ବି ଦାନ କରିବା ଉଚିତ ନୁହେଁ ।

1- ମୁନିଆ ବସ୍ତୁ : କୌଣସି ମୁନିଆ ବସ୍ତୁ ଯେପରି କି ଛୁରୀ, କଇଁଚି ଓ ଏହିପରି ବସ୍ତୁ ଭୁଲରେ ବି କାହାକୁ ଦାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଘରର ସୁଖ ଶାନ୍ତି ଭଙ୍ଗ ହୋଇଥାଏ । ମୁନିଆ ବସ୍ତୁ ଗୁଡିକ ଦାନ କରିବା ଦ୍ଵାରା ପରିବାରର କ୍ଷତି ହେବ ସହ ଧନ ହାନି ହୋଇଥାଏ । ତେଣୁ ଭୁଲ ରେ ବି ମୁନିଆ ବସ୍ତୁ କେବେ ବି କାହାକୁ ଦାନ କରିବା ଉଚିତ ନୁହେଁ ।

2- ତେଲ ; ଆମେ ସବୁ ଜାଣିଛୁ ଯେଉଁ ବ୍ୟକ୍ତି ଙ୍କ କୁଣ୍ଡଳୀ ରେ ଶନି ଗ୍ରହ ଦଶା ଥାଏ ସେମାନେ ତେଲ ଦାନ କରିବା ଉଚିତ । ଏହା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଯଦି ତେଲ ଖରାପ ହୋଇ ଯାଇଥାଏ ତେବେ ଭୂଲରେ ବି କାହାକୁ ଦାନ କରିବା ଉଚିତ ନୁହେଁ । ଏମିତି କରିଲେ ଭଲ ବଦଳରେ ଖରାପ ହୋଇଥାଏ ।

3- ପ୍ଲାଷ୍ଟିବା ବା ଷ୍ଟିଲ ବସ୍ତୁ : ଶାସ୍ତ୍ର ଅନୁଯାୟୀ ପ୍ଲାଷ୍ଟିକ ବା ଷ୍ଟିଲ ବସ୍ତୁ ର ଦାନ କରିବା କେବେ ବି ଠିକ ନୁହେଁ । ଏହା ଦ୍ଵାରା ସୁଖ ସମୃଦ୍ଧି ରେ ବାଧା ଆସିଥାଏ । ଯଦି ପ୍ଲାଷ୍ଟିକ ବସ୍ତୁ ଦାନ କରନ୍ତି ତେବେ ବ୍ୟବସାୟରେ ରେ କୁ-ପ୍ରଭାବ ପଡିଥାଏ । ଏହା ସହ ଧନ ବୃଦ୍ଧି ହେବାରେ ବାଧା ଆସିଥାଏ ।

4- ଅର୍ଣ୍ଣ : ଶାସ୍ତ୍ର ଅନୁଯାୟୀ ଅର୍ଣ୍ଣ ଦାନ କରିବା ସବୁଠାରୁ ବଡ ପୂଣ୍ୟ କାମ ହୋଇଥାଏ । ଜାଣି ରଖନ୍ତୁ ବାସୀ ଖାଦ୍ୟ କେବେ ବି କାହାକୁ ଦାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘରର ସଦସ୍ୟ ମାନଙ୍କ ସହ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଯଦି ଏବେ ବି କାହାକୁ ଅର୍ଣ୍ଣ ଦାନ କରୁଛନ୍ତି ତେବେ ବାସୀ କରନ୍ତି ନାହିଁ ।

5- ଝାଡୁ : ଝାଡୁ କୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ଭାବେ ବିଚାର କରା ଯାଇଥାଏ । ଏଥିପାଇଁ କେବେ ବି କାହାକୁ ଝାଡୁ ଦାନ ରେ ଦେବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଓ ଗୃହ ଛାଡି ଚାଲି ଯାଇଥାନ୍ତି । ଏହା ସହ ଗୃହରେ ଟଙ୍କା ପଇସାର ଅଭାବ ଦେଖା ଦେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *