ଘରକୁ ଏହି ସବୁ ପକ୍ଷୀ ଆସିବା ଦ୍ଵାରା ମିଳିଥାଏ ଏହି ଶୁଭ ଓ ଅଶୁଭ ସଂକେତ- Shakuna Shastra

ବନ୍ଧୁଗଣ ପ୍ରକୃତି ଛୋଟ ଛୋଟ କଥାରୁ ଆମକୁ ଭବିଷ୍ୟତରେ ବିଷୟରେ ଜଣାଇଥାଏ । ଭବିଷ୍ୟତରେ ହେବାକୁ ଥିବା ଭଲ ଓ ଖରାପର ସୂଚନା ଦେଇଥାଏ । ଯଦି ଏହି ସଂକେତ ଆମେ ବୁଝିଥାଉ ତେବେ ଭଲ ହୋଇଥାଏ । ଅନେକ ସମୟରେ ଆମେ ଏହାକୁ ଅଣଦେଖା କରିଥାଉ । ଗଛଲତା ଓ ପଶୁ ପକ୍ଷୀଙ୍କ ଜରିଆରେ ଆମକୁ ଅନେକ ସଂକେତ ମିଳିଥାଏ । କୁହାଯାଏ କି କାଉ ଆସୁଥିବା ବିପଦ ବିଷୟରେ ପୂର୍ବରୁ ସୂଚନା ପାଇଥାଏ ।

ଆଜି ଆମେ ଆପଣଙ୍କୁ କିଛି ଖାସ ପକ୍ଷୀ ଙ୍କ ବିଷୟରେ କହିବୁ ଯେଉଁ ମାନେ ଘରକୁ ଆସିଲେ କେଉଁ କେଉଁ ସଂକେତ ମିଳିଥାଏ । ୧- କାଉ ; କାଉ ଏମିତି ଏକ ପକ୍ଷୀ ଯାହା କେହି ପସନ୍ଦ କରନ୍ତି ନାହିଁ । କିନ୍ତୁ କାଉ ଶୁଭ ଅଶୁଭ ଖବର ବିଷୟରେ ସୂଚନା ଦେଇଥାଏ । ଅନେକ କାଉ ଏକତ୍ର ହୋଇ ଗୋଟେ ଜାଗାରେ ଶବ୍ଦ କରିଲେ ବଡ ବିପଦ ଆସିବାର ସୂଚନା ମିଳିଥାଏ । ଏହାର ବିପରୀତ ଯଦି କାଉ ତା ମୁହଁରେ ରୁଟି ଖଣ୍ଡ ବା ପାଣିରେ ଭର୍ତ୍ତି ଥିବା ପାତ୍ର ଉପରେ ବସିଥିବାର ଦେଖନ୍ତି ତେବେ ଶୁଭ ସଂକେତ ହୋଇଥାଏ ।

୨- ପାରା : ଶାସ୍ତ୍ର ଅନୁଯାୟୀ ଘରେ ପାରା ବସା ବାନ୍ଧିଲେ ଅଶୁଭ ହୋଇଥାଏ । ଏମିତି ମାନାଯାଏ ପାରା ଯେଉଁଠି ବସା ବାନ୍ଧେ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଯାହା ଦ୍ଵାରା ନେଗେଟିଭ ଶକ୍ତି ଆସିଥାଏ ।

୩- ପେଚା : ଘରର ଛାତ ଉପରେ ବାରମ୍ବାର ପେଚା ଆସିଲେ ଅଶୁଭ ହେବା ସହ ବିପଦ ଆସିବାର ସୂଚନା ହୋଇଥାଏ । ରାତିରେ ପେଚା ଶବ୍ଦ କରିଲେ ମୃତ୍ୟୁ ଆସିବାର ସୂଚନା ମିଳିଥାଏ । କିନ୍ତୁ ଧଳା ପେଚା ବହୁତ ଶୁଭ ହୋଇଥାଏ ।

୪- ମୟୂର : ମୟୂର ହେଉଛି ମା ସରସ୍ବତୀଙ୍କ ବାହନ । ଶୁଭ କାମକୁ ଯିବା ସମୟରେ ହଠାତ ମୟୂର ଦେଖାଗଲେ ଶୁଭ ହେବା ସହ କାମରେ ସଫଳତା ମିଳିଥାଏ । ବାହାରକୁ ଯିବା ସମୟରେ ମୟୂର ପଙ୍ଖ ମିଳିଲେ ଏହାକୁ ଘରର ପୂର୍ବ ଦିଗରେ ଲଗାନ୍ତୁ ।

ଏବେ ଆସନ୍ତୁ ଜାଣିବା ସେହି ଖାସ ପକ୍ଷୀ ବିଷୟରେ ଯାହାକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଦିନରେ ଦେଖା ଦେଉଥିବା ଛୋଟ ପକ୍ଷୀ ହେଉଛି ଘର ଚଟିଆ । ଏହି ପକ୍ଷୀ ଘରର ଆଖପାଖରେ ରହିଲେ ପରିବେଶ ଭଲ ରହିଥାଏ । ସର୍ବଦା ଖୁଶିର ବାତାବରଣ ଲାଗି ରହିଥାଏ । ଘରର ଛାତରେ ଆସି ଘର ଚଟିଆ ବସିଲେ ଶୁଭ ହୋଇଥାଏ ।

ଏମାନେ କାହା ପାଖକୁ ଜଲ୍ଦି ଯାଆନ୍ତି ନାହିଁ । ଏମାନେ କାହାକୁ ଭୟ ନ କରି ଘରକୁ ଆସିଲେ ଶୁଭତା ଆସିଥାଏ । ଯଦି କୌଣସି ଦିନ ବହୁତ ସାରା ଘର ଚଟିଆ ଆସି ଘରର ଛାତରେ ବସନ୍ତି ତେବେ ଖାସ ଖୁସି ଖବର ମିଳିବାର ସଂକେତ ହୋଇଥାଏ କିମ୍ବା ଘରକୁ ଅତିଥି ଆସିବାକୁ ଯାଉଛନ୍ତି । ଘରଚଟିଆ କିଛି ଦିନ ବସା ବାନ୍ଧି ରହି ଚାଲିଯାଏ ଏହାକୁ ଭାଙ୍ଗନ୍ତୁ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *