ଘରର କେଉଁ ଦିଗରେ ଦୀପ ଜଳେଇବା ଉଚିତ ଅଟେ ? ଦୀପ ଲଗାଇବା ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ?

ବନ୍ଧୁଗଣ ମାନ୍ୟତା ଅଛି କି ଦୀପ ବିନା ସବୁ ପୂଜା ଅଧା ହୋଇଥାଏ । ବିନା ଦୀପ ରେ ପୂଜା ର ଫଳ ମିଳି ନ ଥାଏ । ଆଉ ଯଦି ଦୀପ ର ଘିଅ ହୋଇଥିବ ତେବେ ଏହା ଅତି ଉତ୍ତମ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ପଞ୍ଚାମୃତ ର ବିଶେଷ ଭୋଗ ପୂଜା ରେ ଭଗବାନଙ୍କୁ ଅର୍ପଣ କରା ଯାଇଥାଏ । ଆଉ ଘିଅ କୁ ଏହି ପଞ୍ଚାମୃତ ର ଏକ ଅଂସ ଭାବେ ମାନାଯାଏ । ଘିଅ ରେ ଲଗା ଯାଉଥିବା ଦୀପ ଘରର ସୁଖ ଶାନ୍ତି ର ପ୍ରତୀକ ଅଟେ ।

ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଦୀପ ଘରେ ଲଗାଇବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ । ଆଉ ଦୀପ କେଉଁ ଦିଗରେ ରହିବା ଭଲ ହୋଇଥାଏ । ପ୍ରତେକ ଘରେ ଦୀପ ଲାଗିବା କୁ ଶୁଭ ମାନା ଯାଇଥାଏ । ଖାସ କରି ପୂଜା ପାଠ ରେ ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ । ଦୀପ ଜାଳି ନିଜର ଇଚ୍ଛା ଭଗବାନ ଙ୍କୁ ଜଣାଇବା ଦ୍ଵାରା ତାହା ପୂର୍ଣ୍ଣ ହୋଇଥାଏ ।

ତେବେ ଦୀପ ଜାଳିବା ସମୟରେ ଅନେକ ଲୋକ କିଛି ଏମିତି ଭୁଲ କରିଥାନ୍ତି ଯାହାର ପରିଣାମ କ୍ଷତିକାରକ ହୋଇଥାଏ । ଦୀପ ଜାଳିବା ସମୟରେ ଅନେକ କଥା ପ୍ରତି ଧ୍ୟାନ ଦେବା ଉଚିତ । ଯାହା ଖୁବ କମ ଲୋକ ଜାଣିଥାନ୍ତି । କାରଣ ଦୀପ ହେଉଛି ଶୁଭତ୍ଵ ର ପ୍ରତୀକ । ଦୀପ ର ପ୍ରଜ୍ଵଳନ ଯେତେ ଉପରକୁ ଉଠିଥାଏ ଘରର ସୁଖ ସମୃଦ୍ଧି ସେତିକି ବୃଦ୍ଧି ପାଇଥାଏ ।

ଯେବେ ବି ଆପଣ ଗୃହରେ ଦୀପ ଲଗାଉଛନ୍ତି ତାହା ସଫା ଥିବା ଉଚିତ । ଏହା ସହ ଦୀପ ଖଣ୍ଡିତ ରହିବା ଅଶୁଭ ହୋଇଥାଏ । ଯଦି ଘରର ପୂଜା ଘରେ କୌଣସି ବି ଜିନିଷ ଖଣ୍ଡିତ ଅଛି ତେବେ ତାହାକୁ ରଖନ୍ତୁ ନାହିଁ । ଅନେକ ଲୋକ ଘିଅ ଦୀପ ସହ ତେଲ ଦୀପ ମଧ୍ୟ ପୂଜା ଘରେ ଲଗାଇଥାନ୍ତି । କିନ୍ତୁ ଏହାର ମହତ୍ଵ ବିଷୟରେ କିଛି ଲୋକ ଜାଣି ନ ଥାନ୍ତି ।

ଘିଅ ର ଦୀପ ଡାହାଣ ହାତ ରେ ଓ ତେଲ ର ଦୀପ ବାମ ହାତ ରେ ଜଳାଇବା ଉଚିତ ହୋଇଥାଏ । ମିତି କରିବା ଶୁଭ ମାନାଯାଏ । ଏହା ବି ମହତ୍ଵ ପୂର୍ଣ୍ଣ ଅଟେ କି ଦୀପ ର ଆଲୋକ କେଉଁ ଦିଗରେ ରହିବା ଶୁଭ ହୋଇଥାଏ । ଯଦି ଆପଣ ଦୀପ ର ଆଲୋକ କୁ ପୂର୍ବ ଦିଗରେ ରଖିବେ ତେବେ ଆୟୁ ର ବୃଦ୍ଧି ହୋଇଥାଏ । ଯଦି ଦୀପ ଉତ୍ତର ଦିଗରେ ରଖିବେ ତେବେ ଧନ ଲାଭ ହୋଇଥାଏ ।

କିନ୍ତୁ ଦୀପ କୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଦ୍ଵାରା ଧନ ହାନି ଓ କଳହ ହୋଇଥାଏ । ଯଦି ଆପଣ ଘିଅ ର ଦୀପ ଲଗାଇ ଥିବେ ତେବେ ସେଥିରେ ତେଲ ଢାଳନ୍ତୁ ନାହିଁ । ଆଉ ଯଦି ତେଲ ର ଦୀପ ଲଗାଇ ଥିବେ ତେବେ ସେଥିରେ ଘିଅ ଢାଳିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *