ଘରର କେଉଁ ଦିଗରେ ତୁଳସୀ ଗଛ ଲଗାଇବା ଉଚିତ ହୋଇଥାଏ ? Vastu Tips

ବନ୍ଧୁଗଣ ଆମେ ମାନେ ଘରେ କିଛି ନା କିଛି ଗଛ ସୋଭା ବଢାଇବା ପାଇଁ ଲଗାଇଥାଉ । ଅନେକ ସମୟରେ ଆମେ ମାନେ ଘରେ କେଉଁ ଗଛ ଲଗାଇବା ପାଇଁ ଅନେକ ଚିନ୍ତା କରିଥାଉ । ଯାହା ଦ୍ଵାରା ଘରର ବାତାବରଣ ଶୁଦ୍ଧ ରହିବ । ଏମିତି କିଛି ଗଛ ଲଗାଇବା ଦ୍ଵାରା ଶୁଭ ଶକ୍ତି ଆସିବା ସହ ଘରେ ଦ୍ରୁଷ୍ଟି ଶକ୍ତି ର ଛାୟା ପଡି ନ ଥାଏ । ଏହାର କାରଣ ଏମିତି କିଛି ଗଛ ଅଛି ଯାହାର ଘରର ଖରାପ ପ୍ରଭାବ କୁ ନଷ୍ଟ କରି ଦେଇଥାଏ । ଆଜି ଆମେ ଜାଣିବା ସେମିତି କିଛି ଗଛ ବିଷୟରେ ଯାହାକୁ ଘରେ କି ଘର ବାହାରେ ଲଗାଇବା ଉଚିତ ହୋଇଥାଏ ।

1- ତୁଳସୀ ଗଛ : ଘରେ ତୁଳସୀ ଗଛ ଲଗାଇବା ବହୁତ ଶୁଭ ମାନାଯାଏ । ଏହାକୁ ଘରର ଉତ୍ତର, ଉତ୍ତର-ପୂର୍ବ ବା ପୂର୍ବ ଦିଗରେ ଲଗାଇବା ଉଚିତ ଅଟେ । ଏହି ଦିଗରେ ତୁଳସୀ ଗଛ ଲଗାଇବା ଦ୍ଵାରା ଘରେ ଶୁଭ ଶକ୍ତିର ପ୍ରଭାବ ପଡିଥାଏ । ଏହା ସହ ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ବହୁତ ମହତ୍ଵ ଦିଆ ଯାଇଛି ।

2- ବାଉଁଶ ଗଛ : ତୁଳସୀ ଗଛ ସହ ଗୃହରେ ବାଉଁଶ ଗଛ ଲଗାଇବା ଦ୍ଵାରା ସମୃଦ୍ଧି ଓ ଶୁଭ ଫଳ ମିଳିଥାଏ । ଏହି ଗଛ ଲଗାଇବା ଦ୍ଵାରା ଘରେ ଥିବା ଅଶୁଭ ଶକ୍ତି ଦୂରେଇ ଯାଇଥାଏ । ଏଣୁ ଛୋଟ ବାଉଁଶ ଗଛ ଘରେ ଲଗାଇ ହେବ ।

3- ମନି ପ୍ଳାଣ୍ଟ : ମନି ପ୍ଳାଣ୍ଟ କୁ ବାସ୍ତୁ ଅନୁଯାୟୀ ବହୁତ ମହତ୍ଵ ପୂର୍ଣ୍ଣ ମାନା ଯାଇଛି । ଏହି ଗଛକୁ ପୂର୍ବ ବା ଉତ୍ତର ଦିଗରେ ଲଗାଇବା ଶୁଭ ହୋଇଥାଏ । ଏହି ଗଛକୁ ଲଗାଇବା ଦ୍ଵାରା ଧନ ସମ୍ପତି ସହ ଜଡିତ ଅନେକ ସମସ୍ଯା ଦୂର ହୋଇଥାଏ ।

4- ଅଶୋକ ଗଛ : ଅଶୋକ ଗଛ ମଧ୍ୟ ଘରେ ଲଗାଇବା ଉଚିତ ହୋଇଥାଏ । ଅଶୋକ ର ଅର୍ଥ ହେଉଛି ଶୋକ କୁ ଦୂର କରିବା । ଅଶୋକ ଗଛ ଘରେ ସୁଖ ସମୃଦ୍ଧି ଆଣି ଦେଇଥାଏ । ଏଣୁ ଏହାକୁ ଘରେ ଲଗାଇବା ଉଚିତ ।

5- କଦଳୀ ଗଛ : କଦଳୀ ଗଛ କୁ ଘରେ ଲଗାଇବା ଶୁଭ ହୋଇଥାଏ । ଏହାକୁ ଘରର ଉତ୍ତର ପୁର ଦିଗରେ ଲଗାଇବା ବହୁତ ଭଲ ହୋଇଥାଏ । ଗୁରୁବାର ଦିନ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ ସହ କଦଳୀ ଗଛର ପୂଜା କରିବା ଦ୍ଵାରା ବିଶେଷ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେବେ ଏହି ସବୁ ଗଛ ଘରେ ଲଗାଇବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସବୁ ଗଛକୁ ସଠିକ ଦିଗରେ ଲଗାଇବା ଦ୍ଵାରା ଧନ ସମ୍ପତି ର ଅଭାବ କେବେ ବି ହୁଏ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *