ଖାଇବା ସମୟରେ କେଉଁ ନିୟମ ପ୍ରତି ଧ୍ୟାନ ଦେବା ଉଚିତ ?

ବନ୍ଧୁଗଣ ପ୍ରତେକ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଖାଇଥାଏ । ଆଉ ଖାଦ୍ୟ ଖାଇବା ପାଇଁ ମଣିଷ ରୋଜଗାର ମଧ୍ୟ କରିଥାଏ । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଖାଦ୍ଯ ଖାଇବା ସମୟରେ କିଛି ଭୁଲ କରିଥାନ୍ତି । ଯାହା କରିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଖାଦ୍ୟ ଖାଇବାର ସଠିକ ଦିଗ ଓ କିଛି ନିୟମ ରହିଛି । ଯାହାକୁ ପ୍ରତେକ ମଣିଷ ପାଳନ କରିବା ଉଚିତ ହୋଇଥାଏ ।

ଆଜି ଆମେ ଜାଣିବା ଖାଇବା ସମୟରେ କେଉଁ ଭୁଲ କରିବା ଅଶୁଭ ହୋଇଥାଏ । ଅରୁଆ ଓ ଉସୁନା ଭାତ କେବେ ବି ଏକାଠି ଖାଇବା ଉଚିତ ନୁହେଁ । ଯଦି ସକାଳୁ ଉଠି ଦାନ୍ତ ଘଷି ନାହାନ୍ତି ତେବେ କେବେ ବି ଖାଦ୍ୟ ଖାଇବା ଉଚିତ ନୁହେଁ । ଏପରି କରିଲେ ଦିନ ଭଲରେ କଟି ନ ଥାଏ । ତେଲ ଓ ଘିଅ କୁ ଏକତ୍ର ମିଶାଇ ରୋଷେଇ କରିବା ଉଚିତ ନୁହେଁ ।

କୌଣସି ଖାଦ୍ୟ ତିଆରି ସମୟରେ ତେଲ ବ୍ୟବହାର କରୁଥିଲେ ଘିଅର ବ୍ୟବହାର କରିବା ଉଚିତ ନୁହେଁ । ନଡିଆ ଶୁଖିକି ଗଜା ହୋଇଥିଲେ ଏହାର ମଞ୍ଜି କୁ ଖାଇବା ଉଚିତ ନୁହେଁ । ଖାଇବା ସମୟରେ ଦକ୍ଷିଣ ଦିଗକୁ ମୁଖ କରି ଖାଇବା ଉଚିତ ନୁହେଁ । ଖାଇବା ସମୟରେ କେବେ ବି ମୁଣ୍ଡ ରେ ହାତ ଦେଇ ଖାଇଲେ କ୍ଷତିକାରକ ହୋଇଥାଏ । ଖାଇବା ପୂର୍ବରୁ କିଛି ଅର୍ଣ୍ଣ ତଳେ ପକାଇବା ଉଚିତ ।

ଏହା ଦ୍ଵାରା ଭଲ ହୋଇଥାଏ । ଓ ପୂଣ୍ୟ ଲାଭ ହୋଇଥାଏ । କୌଣସି ବ୍ୟକ୍ତି ଖାଇବା ସମୟରେ ଅନ୍ୟ କେହି ବା ଜୀବଜନ୍ତୁ ଚାହିଁ ଥିବେ ତେବେ ସେହି ସମୟରେ ଖାଇବା ଉଚିତ ନୁହେଁ । ଖାଇବା ସମୟରେ ଅନ୍ଧାର ହୋଇଗଲେ ଖାଇବା ଉଚିତ ନୁହେଁ । ଖାଇବା ସମୟରେ ହାତ ଚାଟି ଖାଇବା ଉଚିତ ନୁହେଁ । ପାପୁଲି ର ପଛ ପଟ କେବେ ବି ଚାଟିବା ଉଚିତ ନୁହେଁ ।

ଖାଇବା ସମୟରେ ଗ୍ଯାସ ବା ହଜମ ସମସ୍ଯା ଥିଲେ ଖାଇବା ପରେ ପେଟରେ 2 ଥର ହାତ ବୁଲାଇବା ଉଚିତ । ଖାଦ୍ଯ ଖାଇବା ସମୟରେ କେବେ ବି ଠିଆ ହୋଇ ଖାଇବା ଉଚିତ ନୁହେଁ । ଏମିତିକି ପାଣି ମଧ୍ୟ ଠିଆ ହୋଇ କି ପିଇବା ଉଚିତ ନୁହେଁ । ଏହା ଦ୍ଵାରା ଆଁଠୁ ଗଣ୍ଠି ଯନ୍ତ୍ରଣା ହୋଇଥାଏ । କଂସା ପିତଳ ବାସନ ଥିଲେ ତାହାକୁ ବାଦ୍ୟ ପରି ବଜାଇବା ଉଚିତ ନୁହେଁ ।

ତେବେ ଏହା ଥିଲା ଖାଦ୍ଯ ଖାଇବା ସମୟରେ କିଛି ନିୟମ ଯାହାକୁ ପାଳନ କରିବା ଉଚିତ ହୋଇଥାଏ । ଏହା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ଓ ମଣିଷ ଜୀବନରେ ଉନ୍ନତି ମଧ୍ୟ ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *