ମୃତ୍ୟୁ ପୁର୍ବରୁ ଯମରାଜ ଦେଇଥାନ୍ତି ଏହି ୪ ଟି ସନ୍ଦେଶ । ଜାଣନ୍ତୁ ସେହି ସବୁ ସନ୍ଦେଶ ବିଷୟରେ ବିସ୍ତାର ଭାବେ ।

ବନ୍ଧୁଗଣ ଆମେ ସମସ୍ତେ ଧରିତ୍ରି କୁ ଜନ୍ମ ହୋଇ ଆସିଛୁ ଆଉ ଆମର ମୃତ୍ୟୁ ମଧ୍ୟ ନିଶ୍ଚିନ୍ତ ଅଟେ । ଯମରାଜ ମୃତ୍ୟୁ ପୂର୍ବରୁ 4ଟି ସନ୍ଦେଶ ଦେଇଥାନ୍ତି ଯେଉଁଥି ରୁ ପ୍ରତେକ ମଣିଷକୁ ଜଣା ପଡିଥାଏ କି ମରଣ ପାଖେଇ ଆସୁଛି । ପୃଥୀବିରେ ମୃତ୍ୟୁ କେବଳ ମଣିଷଙ୍କର ନୁହେଁ ଭଗବାନ ମଧ୍ୟ ଏଥିରେ ବାନ୍ଧି ହୋଇଛନ୍ତି । ଯେମିତିକି ଭଗବାନ କୃଷ୍ଣ, ଶ୍ରୀରାମ । ଯିଏ ବି ପୃଥିବୀ ପୃଷ୍ଠରେ ଜନ୍ମ ନେଇଥାନ୍ତି ସେମାନଙ୍କୁ ଯିବାକୁ ପଡିଥାଏ ।

ଯେବେ ବି ଭଗବାନ ମନୁଷ୍ୟ ରୂପରେ ଜନ୍ମ ନେଇଛନ୍ତି ତାହା ତ୍ୟାଗ କରିଛନ୍ତି । ଆଜି ଆମେ ଜାଣିବା ସେହି 4ଟି ସନ୍ଦେଶ ବିଷୟରେ ଯାହା ଯମରାଜ ମୃତ୍ୟୁ ପୂର୍ବରୁ ଦେଇଥାନ୍ତି । ବ୍ଯକ୍ତିର ବୟସ ବଢିବା ସହ ଚୁଟି ପାଚିବାକୁ ଲାଗିଥାଏ । ଆଜିକାଲି ପ୍ରାୟତଃ ସମୟ ପୂର୍ବରୁ କେଶ ପାଚି ଯାଉଛି । କିନ୍ତୁ ଏଠାରେ ବୟସ୍କ ଲୋକଙ୍କ କଥା କୁହା ଯାଉଛି । ଏଣୁ ମଣିଷ ର ଚୁଟି ପାଚିଗଲେ ଜାଣି ହେବ କି ତାଙ୍କର ଶେଷ ସମୟ ଆସି ଗଲାଣି ।

ଏହା ସହ ମଣିଷର ବୟସ ବଢିବା ସହ ଖାଇବା ପିଇବା, ସ୍ବଭାବରେ ପରିବର୍ତ୍ତନ ଆସିଥାଏ ।ଆଉ ସମୟ ସହ ଦାନ୍ତ ମଧ୍ୟ ଝଡିବା ଆରମ୍ଭ ହୋଇଥାଏ । ମଣିଷର ପରିଣତ ବୟସରେ ତାଙ୍କ ସ୍ଵଭାବରେ ଅନେକ ପରିବର୍ତ୍ତନ ଆସିଥାଏ । ସେମାନେ ସବୁ କିଛି ଜାଣି ମଧ୍ୟ ପିଲାଙ୍କ ଭଳି ବ୍ୟବହାର କରିଥାନ୍ତି । ବୟସ ସହ ଦାନ୍ତ ଝଡିବା ସନ୍ଦେଶ ଦେଇଥାଏ କି ବ୍ଯକ୍ତିର ମୃତ୍ୟୁ ପାଖେଇ ଆସୁଛି ।

ତୃତୀୟ ସଂକେତ ଯମରାମ ସେତେବେଳେ ଦେଇଥାନ୍ତି ଯେବେ ମଣିଷର ଇନ୍ଦ୍ରିୟ ଜ୍ଞାନ ଯେମିତି କି ଶୁଣିବା, ଦେଖିବା ଇତ୍ୟାଦି । ଏ ସବୁ ବନ୍ଦ ହୋଇଗଲେ ଜାଣି ନେବେ କି ମଣିଷର ମୃତ୍ୟୁ ପାଖେଇ ଆସୁଛି । କୌଣସି ବ୍ୟକ୍ତି ନିଜର ଶେଷ ସମୟରେ ନିଜ ଲୋକଙ୍କୁ ଦେଖିବାକୁ ଇଚ୍ଛା ରଖିଲେ ଜାଣି ନେବେ ବି ତାଙ୍କର ମୃତ୍ୟୁ ପାଖେଇ ଆସିଛି । ଭଲ ଭାବେ ନ ଦେଖାଗଲେ କି ଭଲ ଭାବେ ନ ଶୁଣାଗଲେ ମଣିଷର ଶେଷ ସମୟ ଆସିବାର ସୂଚନା ଦେଇଥାଏ ।

ମନୁଷ୍ୟର ଅଣ୍ଟା ଧୀରେ ଧୀରେ ବଙ୍କା ହେବା ହେଉଛି ଚତୁର୍ଥ ସନ୍ଦେଶ । ମଣିଷ ନଇଁ ନଇଁ ଚାଲିଥାଏ । ସେହି ଅମୟରେ ନିଜ ଶରୀରର ଓଜନ ବୋହିବା ପାଇଁ ବହୁତ କଷ୍ଟ ହୋଇଥାଏ । ଏଣୁ ମଣିଷ ଅନ୍ୟ କାହାରି ସାହାର୍ଯ୍ୟ ଲୋଡିଥାଏ । ଯେଉଁ ବ୍ୟକ୍ତି ଯମରଜା ଙ୍କର ଏହି 4ଟି ସଂକେତ କୁ ବୁଝିପାରି ନ ଥାଏ ସେହି ବ୍ୟକ୍ତି ନର୍କ କୁ ଯାଇ ଯମରାଜ ଙ୍କ ଠାରୁ ଦଣ୍ଡ ପାଇଥାଏ ।

ତେବେ ଏହା ଥିଲା ସେହି 4ଟି ସଂକେତ ଯାହା ମୃତ୍ୟୁ ପୂର୍ବରୁ ଯମରାଜ ଦେଇଥାନ୍ତି । ତେବେ ଏହି ସବୁ ଲକ୍ଷଣ ଦେଖାଗଲେ ବ୍ୟକ୍ତି ଙ୍କର ଶେଷ ସମୟର ସୂଚନା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *