ଘର ର ପୂଜାଘରେ ଥିବା ଏହି 3 ଟି ଜିନିଷ, ଆପଣଙ୍କୁ କାଙ୍ଗାଳ କରିଦେଇ ପାରେ, ଯେତେ ଶୀଘ୍ର ସମ୍ଭବ ବାହାର କରିଦିଅନ୍ତୁ

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ପୂଜା ଘରେ କିଛି ଜିନିଷ ରଖିବା ଶୁଭ ଓ ଅଶୁଭ ହୋଇଥାଏ । ଏମିତି କିଛି ଜିନିଷ ରଖିବା ଦ୍ଵାରା ଘରକୁ ନାକାରାତ୍ମକତା ଶକ୍ତି ଆସିଥାଏ ଓ ଘରେ ଅସାନ୍ତି ଦେଖା ଦେଇଥାଏ । ଆଜି ଆମେ ଜାଣିବା ଏମିତି କିଛି ଶୁଭ ଓ ଅଶୁଭ ଜିନିଷ ବିଷୟରେ ଯାହାକୁ ଲୋକ ମାନେ ଜାଣତରେ ହେଉ ବା ଅଜାଣତରେ ହେଉ ନିଜର ପୂଜା ଘରେ ରଖିଥାନ୍ତି । ପୂଜା ଘରେ ଭୁଲରେ ବି ଏହି ଜିନିଷ ରଖନ୍ତୁ ନାହିଁ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ଦୀପ ଓ ଧୂପ : ଭାରତର ପରମ୍ପରା ମାଟି ସହ ଜଡିତ ଅଛି । ଏଥିପାଇଁ ପୂଜା ଘରେ ମାଟିର ଦୀପ ରଖିବା ଉଚିତ । ନଚେତ ଧାତୁର ଦୀପ ବ୍ୟବହାର କରିପାରିବେ ।

୨- ସ୍ଵସ୍ତିକ ଚିହ୍ନ : ପୂଜା ଘରେ ସ୍ଵସ୍ତିକ ଚିହ୍ନ ରହିବା ଜରୁରୀ ଅଟେ । ଏହାକୁ ରଙ୍ଗୋଲିରେ ପ୍ରସ୍ତୁତ କରନ୍ତୁ । କାରଣ ଏହା ଘରେ ଶକ୍ତି, ସୌଭାଗ୍ୟ, ଶୋଭତାର ପ୍ରତୀକ ଭାବେ ବିବେଚନା କରାଯାଏ ।

୩- କଳସ : ଭଗବାନ କୃଷ୍ଣ କହୁଛନ୍ତି କଳସ ହେଉଛି ସୁଖ ଓ ସମୃଦ୍ଧିର ପ୍ରତୀକ । ପୂଜା ଘରେ ମୁରୁଜ ବା ସିନ୍ଦୁରରେ ସ୍ଵସ୍ତିକ ଚିହ୍ନ ଆଙ୍କି ଏହା ଉପରେ ମଙ୍ଗଳ କଳସ ରଖିବା ଉଚିତ । ଏହା ଦ୍ଵାରା ଘରେ ସମୃଦ୍ଧତା ଓ ଐଶ୍ଚର୍ଜ୍ୟ ପ୍ରାପ୍ତି ହୁଏ ।

୪- ଶଙ୍ଖ : ବହୁତ କମ ଲୋକ ଜାଣିଛନ୍ତି ଶଙ୍ଖାର ଉତପତି ସମୁଦ୍ର ମନ୍ଥନ ସମୟରେ ୧୪ ରତ୍ନରୁ ଉତପନ ହୋଇଥିଲା । ଏଥିପାଇଁ ମା ଲକ୍ଷ୍ମୀଙ୍କର ପ୍ରିୟ ଶଙ୍ଖ ଅଟେ । ଏହାର ଧ୍ୱନିରୁ ପଜେଟିଭ ଊର୍ଜା ସଂଚାର ହୋଇଥାଏ । ଶଙ୍ଖ ଘରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୫- ଘଣ୍ଟି : ଆପଣ ମନ୍ଦିରରେ ଘଣ୍ଟି ନିଶ୍ଚୟ ଦେଖିଥିବେ । ଘଣ୍ଟି କୁ ଶୁଭ ବୋଲି ବିଚାର କରାଯାଏ । ଯେଉଁ ଘରେ ପୂଜା ଘରେ ଘଣ୍ଟି ରହିଥାଏ ସେଠିକାର ପରିବେଶ ଶୁଭ ଓ ପବିତ୍ର ହୋଇଥାଏ । ଯେଉଁ ଘରେ ପୂଜା ସମୟରେ ଘଣ୍ଟି ବଜାଯାଏ ସେଠିକାର ନେଗେଟିଭ ଶକ୍ତି ଦୂରେଇ ଯାଏ ।

ଏବେ ଜାଣିବା ପୂଜା ଘରେ କଣ ରଖିବା ଉଚିତ ନୁହେଁ । ୧- ଶ୍ରୀ ଗଣେଶଙ୍କ ପ୍ରତିମା : ପୂଜା ଘରେ ଗଣେଶ ଜି ଙ୍କ ମୂର୍ତ୍ତି ଅଧିକ ସନ୍ଧ୍ୟାରେ ରଖିବା ଉଚିତ ନୁହେଁ । କେବଳ ୨ଟି ମୂର୍ତ୍ତ ରଖିବା ଶୁଭ ହୋଇଥାଏ ।

୨- ଭଙ୍ଗା ଚାଉଳ : ପୂଜା ଘରେ କେବେ ବି ଭଙ୍ଗା ଚାଉଳ ରଖନ୍ତୁ ନାହିଁ । ଏହା ସହ ପୂଜା ହୋଇଥିବା ପୁରୁଣା ଚାଉଳକୁ ମଧ୍ୟ ଅଧିକ ସମୟ ରଖନ୍ତୁ ନାହିଁ ।

୩- ପିତୃପୁରୁଷଙ୍କ ଫୋଟୋ : ଯଦି ଆପଣ ପିତୃପୁରୁଷଙ୍କ ଫୋଟୋ ପୂଜା ଘରେ ରଖିଛନ୍ତି ତେବେ ଏହା ଅଶୁଭ ହୋଇଥାଏ । ଏହାଦ୍ବାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୪- ଭୈରବ ଓ ଶନିଦେଙ୍କ ମୂର୍ତ୍ତି : ପୂଜା ଘରେ ଭୈରବ ଦେବ, ଶନିଦେବ ଓ ମା କାଳୀଙ୍କ ମୂର୍ତ୍ତି ରଖିବା ଅନୁଚିତ । ଏହା ସହ ମା ଲକ୍ଷ୍ମୀଙ୍କ ଛିଡା ହୋଇଥିବା ମୂର୍ତ୍ତି ରଖିବା ଅନୁଚିତ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *