ପାଣି ମାଠିଆ ଘରେ କେଉଁଠି ରଖିଲେ ଧନ ବୃଦ୍ଧି ହୋଇଥାଏ ? ଏହା ସହ ଆହୁରି କିଛି ଆଜିର ଅନୁଚିନ୍ତା

ବନ୍ଧୁଗଣ ବାସ୍ତୁ ଅନୁଯାୟୀ ଜାଣନ୍ତୁ କିଛି ପ୍ରତିକାର ବିଷୟରେ ଯାହା ଆମର ଦୈନିକ ଜୀବନ ସହ ଯୋଡି ହୋଇଥାଏ । ୧- ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସକାଳେ ଠାକୁର ପୂଜା କରିବା ସମୟରେ ଦୀପରେ ୨ଟି ଲବଙ୍ଗ ପକାଇ ଜଳାଇବା ଦ୍ଵାରା ଘରୁ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

୨- ଯଦି ଧନ ସମସ୍ଯା ହେଉଛି ତେବେ ପର୍ସରେ ତମ୍ବା ପତ୍ରରେ କୁବେର ବା ଶ୍ରୀଯନ୍ତ୍ର ଲେଖି ରଖିଲେ ଶୁଭ ହୋଇଥାଏ ।

୩- ଗୁରୁବାର ଦିନ କଦଳୀ ଗଛକୁ ପୂଜା କରିଲେ ଶୁଭ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଘରେ କେବେ ବି ହଳଦୀ ସରିବା ଉଚିତ ନୁହେଁ । ଏହାଦ୍ବାରା ଗୁରୁ ପ୍ରଭାବ ଦୋଷ ଲାଗିଥାଏ ।

୪- ଘରେ କେବେ ବି ଚାଉଳ ସାରିବା ଉଚିତ ନୁହେଁ । ଏହା ଶୁକ୍ର ଗ୍ରହ ଦୋଷ ଉତପନ କରିବା ସହ ଧନ ଆଗମନରେ ସମସ୍ଯା ସୃଷ୍ଟି କରିଥାଏ ।

୫- ରୋଷେଇ ଘରେ ଲୁଣ ସରିବା ଅଶୁଭ ହୋଇଥାଏ । ଏହା ଘରୁ ନେଗେଟିଭ ଶକ୍ତି ଦୂର କରିବା ସହ ରାହୁ-କେତୁଙ୍କ ପ୍ରଭାବ କମ କରିଥାଏ ।

୬- ଘରର ଡ୍ରଇଙ୍ଗ ରୁମରେ ବସିବା ସ୍ଥାନର ପଛ ପାଟରେ ପାହାଡ ପର୍ବତ ଲଗାଇବା ଶୁଭପ୍ରଦ ହୋଇଥାଏ ଓ ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ ।

୭- ଖଟ ଉପରେ ବସିକି ଖାଦ୍ୟ ଖାଇବା ଅଶୁଭ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହେବାରେ ବିଘ୍ନ ଆସିଥାଏ । ଘରର ମୁଖ୍ୟଦ୍ଵାରରେ ଅଳିଆ ଆବର୍ଜନା ରଖିବା ଦ୍ଵାରା ଦାରିଦ୍ରତା ବୃଦ୍ଧି ହୋଇଥାଏ ।

୮- ସନ୍ଧ୍ୟା ସମୟରେ ସୋଇବା ଅନୁଚିତ । ଏହାଦ୍ବାରା ଅର୍ଥ ହାନି ହେବ ସହ ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ସନ୍ଧ୍ୟାରେ ପଇସା ଧାର କରଜ ଦେବା ନେବା ଉଚିତ ନୁହେଁ । ଏହାଦ୍ବାରା ଟଙ୍କା ଫେରିବାର ସମ୍ଭାବନା କମ ଥାଏ ।

୯- ଘରର ଉତ୍ତର ଦିଗରେ ରୋଷେଇ ଘର କରିବା ଦ୍ଵାରା ସୁଖ ଶାନ୍ତି ନଷ୍ଟ ହୋଇଥାଏ । ବାସ୍ତୁ ଅନୁଯାୟୀ ଘରର କଣ୍ଠରେ ଫାଟ ଦେଖାଯାଏ ପରିବାର ଲୋକଙ୍କ ମଧ୍ୟରେ ମତଭେଦ ଦେଖାଯାଏ ।

୧୦- ଘରେ କେବେବି ଠାକୁରଙ୍କ ଭାଙ୍ଗି ଯାଇଥିବା ମୂର୍ତ୍ତି ପୂଜା କରିବା ବା ରଖିବା ଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ହୁଏ ଏବଂ ଧନ ସଞ୍ଚୟ ହୋଇପାରେ ।

୧୧- ଘରେ କଣ୍ଟା ଜାତୀୟ ଗଛ ରଖିଲେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଦେଖାଯାଏ । ଘରେ କୌଣସି ସୁଖୀ ଯାଇଥିବା ଗଛ ବା ତୁଳସୀ ଗଛ ରଖିବା ଦ୍ଵାରା ସଙ୍କଟ ଦେଖାଦିଏ ।

୧୨- କୌଣସି କାମରେ ବାରମ୍ବାର ବାଧା ଆସୁଥାଏ ତେବେ ପାନପତ୍ରରେ ଗୁଆ, ଗୁଜୁରାତି, ଲବଙ୍ଗକୁ ଗୁଡାଇ ଗଣେଶ ଜୀ ଙ୍କୁ ଅର୍ପଣ କରିଲେ କାର୍ଯ୍ୟ ସଫଳ ହୋଇଥାଏ ।

୧୩- ଅଧିକ ପରିଶ୍ରମ ପରେ ବି ଆର୍ଥିକ ସ୍ଥିତି ଖରାପ ହେଉଥାଏ ତେବେ ୭ଟି ଗୋଲମରିଚ ଲବଙ୍ଗକୁ ମୁଣ୍ଡ ଚାରିପଟେ ୭ ଥର ବୁଲାଇ ଚାରି ଦିଗରେ ପକାଇଲେ ସ୍ଥିତିରେ ସୁଧାର ଆସିଥାଏ ।

୧୪- ଘରର ଉତ୍ତର କୋଣରେ ସୁରେଇ ବା ମାଠିଆରେ ପାଣି ଭର୍ତ୍ତି କରି ରଖିଲେ ଘରେ ଧନର ଅଭାବ ଦୂର ହୁଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *