ଘରେ କିପରି ସୁଖଶାନ୍ତି ବୃଦ୍ଧି ହୋଇଥାଏ ? ଜାଣନ୍ତୁ ଏହା ସହ ଆହୁରି କିଛି Anuchinta

ବନ୍ଧୁଗଣ ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଶାସ୍ତ୍ର ଲିଖିତ କଥାମାନର ପାଳନ କରିବା ଉଚିତ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ । 1- ଘରେ ସୁଖ ଶାନ୍ତି ବୃଦ୍ଧି କରିବାକୁ ହେଲେ ସକାଳୁ ଭକ୍ତି ଗୀତ ବା ଭଜନ କିଛି ସମୟ ପାଇଁ ବଜାଇବା ଉଚିତ । ଘରେ ଝାଡୁ ଠିଆ କରି ରଖନ୍ତୁନି କି ଝାଡୁକୁ ଗୋଡ ମାରିବା ଅନୁଚିତ ।

2- ଶୋଇବା ଘରେ ଆଇନା ରଖିବା ଭଲ ନୁହେଁ । ଯଦି ରଖୁଛନ୍ତି ତେବେ କପଡା ପକାଇ ରଖିବା ଉଚିତ । ଖଟ ଉପରେ ବସିକି ଖାଇବା ଦ୍ଵାରା ଦାରିଦ୍ର୍ୟତା ଦେଖାଦିଏ ।

3- ଘରର ମୁଖ୍ୟଦ୍ଵାରରେ ଜୋତା ଚପଲ ରଖିବା ଉଚିତ ନୁହେଁ । ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଠାକୁର ପୂଜା ସକାଳ 8ଟା ମଧ୍ୟରେ କରନ୍ତୁ ଓ କୁଶ ଆସନରେ ବସି ପୂଜା କରିବା ଉଚିତ ।

4- ଘରେ ତିଆରି ଖାଦ୍ୟ ପ୍ରଥମେ ଗାଈକୁ ଖାଇବାକୁ ଦେବା ଦ୍ଵାରା ସୁଖ ସମୃଦ୍ଧି ବଢିଥାଏ । ଘର ଭିତରେ ପୂଜା କରୁଥିବା ସ୍ଥାନରେ ପାଣିରେ ଭର୍ତ୍ତି କଳସ ରଖିବା ଉଚିତ ।

5- ଘରେ ସୁଖ ଶାନ୍ତିର ପରିବେଶ ପାଇଁ ମୁଖ୍ୟଦ୍ବାରର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଉଚିତ । ଘରେ ଔଷଧ ଉତ୍ତର-ପୂର୍ବ କୋଣରେ ରଖିବା ଦ୍ଵାରା ଔଷଧର ପ୍ରଭାବ ଭଲ ହୋଇଥାଏ ।

6- ଘରର ଦକ୍ଷିଣ-ପୂର୍ବ କୋଣକୁ କମଳା ବା ଗୋଲାପି ରଙ୍ଗ କରିବା ଦ୍ଵାରା ଅଯଥା ଖର୍ଚ୍ଚ କମ ହୋଇଥାଏ । ଘରେ ବୁଢିଆଣୀ ବସା ବା ଧୁଳି ହେବା ଦ୍ଵାରା ଅସାନ୍ତି ବୃଦ୍ଧି ପାଇଥାଏ ।

7- ଘରେ ସୁଖୀ ଯାଇଥିବା ଗହ ରଖିବା ଉଚିତ ନୁହେଁ । ଘରେ କବାଟ ଖୋଲିଲା ବା ବନ୍ଦ କରିବା ବେଳେ କର୍କଟ ସ୍ଵର ହେବା ଅନୁଚିତ ।

8- ଘରେ ଦକ୍ଷିଣକୁ ଗୋଡ ରଖିକି ସୋଇଲେ ଅସାନ୍ତି ଓ ଖରାପ ସମୟ ଆସିଥାଏ । ଶୋଇବା ବେଳେ ପଶ୍ଚିମ ଦିଗକୁ ଗୋଡ କରି ସୋଇଲେ ଆଧ୍ୟାତ୍ମିକତା ବୃଦ୍ଧି ହୋଇଥାଏ ।

9- ଘରେ କେବେ ବି ଧୂପ, ଦୀପ ଆରତୀ ମୁହଁରେ ଲିଭାଇବା ଉଚିତ ନୁହେଁ । ଘରେ ସୁଖ ଶାନ୍ତି ବୃଦ୍ଧି ପାଇଁ ତୁଳସୀ ଗଛ ଲଗାଇବା ଉଚିତ ।

10- ଘରେ ପାଣିରେ ଲୁଣ ପକାଇ ପୋଛା ମାରିବା ଉଚିତ । ରୋଷେଇ ଘର କଳା ପଡିଲେ ବା କାନ୍ଥ ଫାଟିଲେ ତୁରନ୍ତ ମରାମତି କରିବା ଉଚିତ ।

11- ଘରେ ଧଳା ରଙ୍ଗର ଗଣେଶ ମୂର୍ତ୍ତି ରଖିଲେ ସୁଖ ବୃଦ୍ଧି ହେବା ସହ ଘର ଲୋକଙ୍କ ମଧ୍ୟରେ କଳହ ଦୂର ହୋଇଥାଏ । ପ୍ରତେକ ଦିନ ସକାଳୁ ଘରର ମୁଖ୍ୟଦ୍ଵାରରେ ପାଣିରେ କ୍ଷୀର ମିଶାଇ ଛିଞ୍ଚିଲେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ।

12- ଘରର ମୁଖ୍ୟଦ୍ବାରର ପରଦାରେ ଘୁଙ୍ଗୁର ବାନ୍ଧିଲେ ତାର ଶବ୍ଦ ଘରେ ସବୁବେଳେ ପ୍ରସନ୍ନତାର ବାତାବରଣ ଆଣିଥାଏ । ଘରର ଅଗଣାରେ ଅଁଳା, କଦଳୀ, ଅଶୋକ, ବେଲଗଛ ଲଗାଇଲେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

13- ଘରେ ଶ୍ରୀମଦ ଭଗବତ ଗୀତାର 15ତମ ଅଧ୍ୟାୟ ପୁରୁଷୋତ୍ତମଯୋଗ ନିତ୍ୟ ପଢିବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ସୂର୍ଯ୍ୟାସ୍ତ ପରେ କ୍ଷୀର, ଦହି କାହାକୁ ଦେବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *