ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ କହି ଦିଅନ୍ତୁ ଏହି ମନ୍ତ୍ର, କୋଟିପତି ହେବେ, ଏହି ଭୁଲ୍ କରନ୍ତୁନି…

ବନ୍ଧୁଗଣ ସୂର୍ଯ୍ୟ ଦେବତାଙ୍କୁ ସର୍ବ ଜଗତର ଆତ୍ମା ବୋଲି କୁହାଯାଇଛି । ସବୁ ପ୍ରକାରର ଜୀବ ମାନଙ୍କର ଉର୍ଜ ସୂର୍ଯ୍ୟଦେବ ଅଟନ୍ତି । ସୂର୍ଯ୍ୟରୁ ହିଁ ଜୀବନ ସୃଷ୍ଟି ହୋଇଛି । ସୂର୍ଯ୍ୟ ଭଗବାନଙ୍କର ନେତ୍ରା ଅଟେ । ଯିଏ ସାରା ସଂସାରକୁ ପରିଚାଳନା କରିଥାନ୍ତି । ମନୁଷ୍ୟକୁ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ । ଯଦି ସବୁ ଦିନ ସମ୍ଭବ ନ ହୁଏ ତେବେ ରବିବାର ଦିନ ନିଶ୍ଚୟ ଜଳ ଅର୍ପଣ କରିବା ଉଚିତ ।

ସୂର୍ଯ୍ୟ ଦେବତା ପ୍ରତେକ ମଣିଷର ଆଧାର ଅଟନ୍ତି । ପରମ ତେଜସ୍ବୀ ସୂର୍ଯ୍ୟଦେବଙ୍କର ଉପାସନା କରିବାର ପରମ୍ପରା ରହିଛି । ଆଜି ଆମେ ଆପଣଙ୍କୁ କହିବୁ ସୂର୍ଯ୍ୟଦେବଙ୍କୁ ଜଳ ଦେବା ସମୟରେ କେଉଁ ଭୁଲ କରିବା ଅନୁଚିତ ଓ କେଉଁ ମନ୍ତ୍ର ଜପିବା ଉଚିତ । ସୂର୍ଯ୍ୟଙ୍କ ସ୍ଥିତି କୁଣ୍ଡଳୀରେ ଶୁଭ ରହିଥିଲେ ସମାଜରେ ମାନ, ସମାନ, ଯଶ ଲାଭ ହୋଇଥାଏ । ଯଦି ସୂର୍ଯ୍ୟଙ୍କ ସ୍ଥିତି ଅଶୁଭ ରହିଥାଏ ତେବେ ସମସ୍ୟାମାନ ଆସିଥାଏ ।

ଯଦି କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ କରିବାର ଅଛି ତେବେ ଜ୍ଯୋତିଷ ଶାସ୍ତ୍ରରେ ପାଣିରେ କିଛି ଏମିତି ଜିନିଷ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ଶୁଭ ପରିଣାମ ମିଳିଥାଏ । ଅର୍ଥ ଦେବାର ଅର୍ଥ ହେଉଛି ଭକ୍ତି ଭାବରେ ଦୁଇ ହାତରେ ଆଞ୍ଜୁଳା ବନାଇ ଅରୁଆ ଚାଉଳ ନେଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦେବା ଉଚିତ ।  ଅର୍ଘ୍ୟ ଦେବା ସମୟରେ ନିଜର ତର୍ଜନୀ ଓ ଆଙ୍ଗୁଠି କୁ ମିଶାନ୍ତୁ ନାହିଁ ।

ଦୁଇ ହାତ ଆଙ୍ଗୁଠି କୁ ଅଲଗା ରଖନ୍ତୁ । ଯଦି ତର୍ଜନୀ ଓ ଆଙ୍ଗୁଠି କୁ ଯୋଡିକି ରଖିବା ତେବେ ଏହା ରାକ୍ଷସୀ ମୁଦ୍ରା ବନିଥାଏ । ଏହି ମୁଦ୍ରାରେ ସୂର୍ଯ୍ୟଙ୍କର ଅର୍ଘ୍ୟ ଦେବା ଅଶୁଭ ହୋଇଥାଏ । ଯଦି ପାତ୍ରରେ ଜଳ ଦେଉଛନ୍ତି ତେବେ ଆଙ୍ଗୁଠି କୁ ସ୍ପର୍ଶ ନ କରି ଏହି କଥାର ଧ୍ୟାନ ରଖନ୍ତୁ ଯେ ଅର୍ଘ୍ୟ ଦେବା ସମୟରେ ଦୁଇ ହାତ ଉପରକୁ ଉଠାଇ ମୁଣ୍ଡ ତଳକୁ କରନ୍ତୁ ।

ସୂର୍ଯ୍ୟଦେବଙ୍କ ଅର୍ଘ୍ୟ ସର୍ବଦା ସୂର୍ଯ୍ୟ ଉଦୟ ସମୟରେ ଦେବା ଉଚିତ । ସୂର୍ଯ୍ୟ ଉଦୟର ଦୁଇ ଘଣ୍ଟା ପରେ ଅର୍ଘ୍ୟ ଡେବରା କିଛି ମୂଲ୍ୟ ରୁହେ ନାହିଁ । ଯଦି କୌଣସି କାରଣ ବଶତଃ ସୂର୍ଯ୍ୟ ଉଦୟ ସମୟରେ ଅର୍ଘ୍ୟ ଦେଇପାରୁ ନାହାନ୍ତି ତେବେ 3 ଥର ବଦଳରେ 4 ଥର ଅର୍ଘ୍ୟ ଦିଅନ୍ତୁ । ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଉଚିତ ।

ତମ୍ବା ପାତ୍ରରେ ପବିତ୍ର ନଦୀ ଜଳ ମିଶାଇ ଅର୍ଘ୍ୟ ଦେବା ଉଚିତ । ଏହା ସହ ନାଲି ଫୁଲ, ଚନ୍ଦନ, କ୍ଷୀର, ମହୁ, ଗୁଡ ମିଶାଇ ଅର୍ଘ୍ୟ ଦେବା ଉଚିତ । ଯେବେ ସୂର୍ଯ୍ୟ ନାଲି ରଙ୍ଗ ଧାରଣ କରିଥାନ୍ତି ସେତେବେଳେ ଅର୍ଘ୍ୟ ଦେବା ସର୍ବ ଶ୍ରେଷ୍ଠ ହୋଇଥାଏ । ଅର୍ଘ୍ୟ ଦେବା ସମୟରେ ଓମ ଘୃଣୀ ସୁର୍ଜ୍ଯାୟ ନମହ ମନ୍ତ୍ର ଜପ କରିବା ଉଚିତ । ଧ୍ୟାନ ରଖିବେ ଅର୍ଘ୍ୟ ଦେବା ସମୟରେ ଯେମିତି ଜଳର ଛିଟା ପାଦରେ ନ ପଡେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *