ଶ୍ରୀ କୃଷ୍ଣ କହିଛନ୍ତି ଘର ପାଖରେ ଏହି 4 ଗଛ ଆପେ ଆପେ ଉଠିଲେ ମିଳିଥାଏ ଶୁଭ ସଂକେତ…

ବନ୍ଧୁଗଣ ହିନ୍ଦୁ ପୁରାଣ ଅନୁଯାୟୀ ମଣିଷ ଜୀବନରେ ସୁଖ ବା ଦୁଃଖ ଆସିବା ପୂର୍ବରୁ ପ୍ରକୃତି ଓ ପଶୁପକ୍ଷୀ ଙ୍କ ମାଧ୍ୟମରେ ଅନେକ ସଂକେତ ମିଳିଥାଏ । ଆଉ ସଂକେତ କୁ ମଣିଷ ବୁଝିବା ଦରକାର । କାରଣ ଅଶୁଭ ସଂକେତ ମିଳିବା ଦ୍ଵାରା ମଣିଷକୁ ସମସ୍ଯା ଭୋଗ କରିବାକୁ ପଡିଥାଏ । କିଛି ସଂକେତ ଆମର ପୂଣ୍ୟ କର୍ମ ଅନୁଯାୟୀ ମିଳିଥାଏ ଯାହା ଶୁଭ ଫଳ ଦେଇଥାନ୍ତି ।

ଯେମିତିକି ଅଚାନକ ଅନେକ ପ୍ରକାରର ପଶୁପକ୍ଷୀ ଆସିବା ଦ୍ଵାରା ଶୁଭ ସଂକେତ ମିଳିଥାଏ । ସେହି ପ୍ରକାରରେ କିଛି ଗଛ ଆପେ ଆପେ ଉଠିବା ଦ୍ଵାରା ଈଶ୍ବରଙ୍କ ସଂକେତ ମିଳିଥାଏ । ଆଜି ଆମେ ଜାଣିବା ଘରେ କେଉଁ ଗଛ ଆପେ ଆପେ ଉଠିଲେ ଶୁଭ ସଂକେତ ମିଳିଥାଏ ।

୧- ତୁଳସୀ ଗଛ : ଯଦି ଘରର ଆଖପାଖରେ ଅଚାନକ ତୁଳସୀ ଗଛ ଆପେ ଆପେ ଉଠିଯାଏ ତେବେ ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ । ଏହା ଶୁଭ ସଂକେତ ହୋଇଥାଏ ଓ ସେହି ଘରେ ଧନର ବୃଦ୍ଧି ହୋଇଥାଏ । ଘରେ ପଜେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ଘରର ଅଗଣାରେ ବା ତୁଳସୀ ଗଛ ପାଖରେ ଅନ୍ୟ ତୁଳସୀ ଗଛ ଉଠିଲେ ଶୁଭ ଫଳ ମିଳିଥାଏ ।

୨- ଅମୃତଭଣ୍ଡା ଗଛ : ଘରର ଆଖପାଖରେ ଅମୃତଭଣ୍ଡା ଆପେ ଆପେ ଉଠିଯାଏ ତେବେ ଜୀବନରେ ଆସୁଥିବା ସମସ୍ୟାର କାରଣ ହୋଇଥାଏ । ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଆଉଚିତ । ଏହି ଗଛ ଘର ପାଖରେ ରହିଲେ ଶୁଭ ହୋଇଥାଏ ।

୩- ନିମ ଗଛ : ଘରର ଆଖପାଖରେ ନିମ ଗଛ ଉଠିବା ଶୁଭ ସଂକେତ ହୋଇଥାଏ । ନିମ ଗଛ ଔଷଧୀୟ ଗୁଣରେ ଭରପୁର ଅଟେ । ଏହା ଘରେ ଉଠିଲେ ସଂକେତ ଦେଇଥାଏ କି କିଛି ଭଲ ହେବାର ଅଛି । ଏହି ଗଛ ଯେଉଁ ଘର ଆଗରେ ଉଠିଥାଏ ସେଠାରୁ ରୋଗ ଦୂରେଇ ଯାଇଥାଏ ।

୪- ଶ୍ଵେତ ଅରଖ ଗଛ : ଘରର ଆଖପାଖରେ ଶ୍ଵେତ ଅରଖ ଗଛ ଆପେ ଆପେ ଉଠିଲେ ତାହାକୁ ଶୁଭ ସଂକେତ ମାନାଯାଏ । ଏହି ଗଛ ଅନେକ ପରିଣାମ ଦେଇଥାଏ । ଘର ପାଖରେ ଏହି ଗଛ ଉଠିଲେ ହଳଦୀ, କୁଙ୍କୁମ ରେ ପୂଜା କରିବା ଉଚିତ । ଏହା ସହ ଧନର ପ୍ରାପ୍ତି ହୋଇଥାଏ ।

୫- ପଦ୍ମ ଫୁଲ : ଯେଉଁ ଘରର ବାତାବରଣରେ ଆପେ ଆପେ ପଦ୍ମ ଫୁଲ ଉଠିଯାଏ ତେବେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଯେଉଁ ଘରେ ଏହି ଗଛ ଥାଏ ସେଠଯରେ ଧନ ଜନିତ ସମସ୍ୟା ଦେଖାଯାଏ ନାହିଁ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୬- ଓସ୍ତ ଗଛ ; ଶାସ୍ତ୍ର ଅନୁଯାୟୀ ଓସ୍ତ ଗଛରେ ସବୁ ଦେବିଦେବତାଙ୍କ ବାସ ରହିଥାଏ । ଏହି ଗଛ ଘର ଆଗରେ ଆପେ ଆପେ ଉଠିଗଲେ ଶୁଭ ସମୟ ଆସିବାର ସଂକେତ ଦେଇଥାଏ । ଏହାର ପୂଜା କରିବା ଉଚିତ ।

୭- ଆତ ଗଛ : ଆତ ଗଛକୁ ଶୁଭ ମାନାଯାଏ ନାହିଁ । ଏହାକୁ ଘର ଆଗରେ ଲଗାଇବା ଅନୁଚିତ । କିନ୍ତୁ ଆପେ ଆପେ ଏହି ଗଛ ଉଠିଲେ ଶୁଭ ସଂକେତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *