ଘରେ ରଖନ୍ତୁ ଏହି ଫୋଟୋ, ଅର୍ଥର ଅଭାବ ସବୁଦିନ ପାଇଁ ଦୂରେଇ ଯିବ… ଦେଖନ୍ତୁ କେଉଁ ଫୋଟୋ ରଖିବେ ଏବଂ କେଉଁଟି ନୁହେଁ

ବନ୍ଧୁଗଣ ଆମ ଘରେ ଯେଉଁ ଫୋଟୋ ସବୁ ଲଗାଇ ଥାଉ ତାହାକୁ ଆମେ ସବୁବେଳେ ଦେଖିଥାଉ । ଫୋଟୋ ଉପରେ ଆମର ନଜର ପଡୁଛି । ଯାହା ଫଳରେ ଆମର ଜୀବନ ଶୈଳୀ ଓ ଭାଗ୍ୟ ଉପରେ ଏହାର ପ୍ରଭାବ ବହୁ ମାତ୍ରା ରେ ରହୁଛି । ତେଣୁ ବାସ୍ତୁ ସାଷ୍ଟ ଓ ଧର୍ମ ପୁରାଣ ଆଦିରେ ଏହି ସବୁ ବର୍ଣ୍ଣନା ବହୁତ ସୁନ୍ଦର ଭାବେ କରା ଯାଇଛି । ଯାହାର ପାଳନ ଆମେ ମାନେ କରିଲେ ସୁଖୀ ଜୀବନ ବିତାଇ ପାରିବା ।

ସୁଖୀ ପରିବାର ଆମେ ସୃଷ୍ଟି କରି ପାରିବା । ଆଜି ଆମେ ଆପଣଙ୍କୁ କହିବୁ ଘରେ କେଉଁ କେଉଁ ଫୋଟୋ ରଖିଲେ ତାହାର ପ୍ରଭାବ କଣ ହୋଇଥାଏ । ଘରେ ରାମାୟଣ ବା ମହାଭାରତର କୌଣସି ପ୍ରକାରର ଯୁଦ୍ଧ ର ଫୋଟୋ ରଖନ୍ତୁ ନାହି । କୌଣସି ପ୍ରକାରର ପୌରାଣିକ ବା ଯୁଦ୍ଧ ର ଫୋଟୋ ଘରେ ରଖିବା ଦ୍ଵାରା ବହୁ ମାତ୍ରା ରେ ଖରାପ ପ୍ରଭାବ ପଡିଥାଏ । ଏହା ସହ ଘରେ ଝଗଡା ହୋଇଥାଏ ।

କିନ୍ତୁ ପ୍ରଭୁ ଶ୍ରୀ ରାମଙ୍କର ଦରବାର ଲାଗିଥିବା ଫୋଟୋ ଯଦି ଆପଣ ଘରେ ରଖନ୍ତି ତେବେ ତାହା ନିଷ୍କିନ୍ତ ଭାବେ ସୁଖ, ସୌଭାଗ୍ୟ ଓ ପରିବାର ଲୋକଙ୍କ ମଧ୍ୟରେ ପ୍ରେମ, ଏକତା, ସଦଭାବନା ବୃଦ୍ଧି ପାଇବ । ଭଗବାନ ଶ୍ରୀ କୃଷ୍ଣଙ୍କର ଗୋଟେ ଗୋଡ ରେ ଠିଆ ହୋଇ ବଂଶୀ ଧ୍ୱନି କରୁଥିବେ ଓ ତାଙ୍କ ପଛରେ ଗୋ-ମାତା ଥିବେ ସେଭଳି ଫୋଟୋ ଘରେ ରଖିଲେ ସୌଭାଗ୍ୟ ବୃଦ୍ଧି ଘଟିବା ସହ ଧନ ପ୍ରାପ୍ତିର ମାର୍ଗ ଖୋଲିଥାଏ ।

ଘୁଷୁରି, ଶିଆଳ, ସାପ, ଗଧ, ପେଚା, କାଉ ମାନଙ୍କର ଫୋଟୋ ଘରେ ଭୁଲରେ ରଖନ୍ତୁ ନାହି । ଏହା ଦ୍ଵାରା ନିଶ୍ଚୟ କର୍ମ କ୍ଷେତ୍ରରେ ବା ରୋଜଗାର ରେ ବାଧା ଦେଖାଯିବ । ଆପଣଙ୍କର କର୍ମ ସଂସ୍ଥା ରେ ସମସ୍ଯା ହେବା ସହ ଯାହା ଇନକମ କରୁଥିବେ ତାହା ଅଯଥାରେ ଖର୍ଚ୍ଚ ହେବାରେ ଲାଗିବ । ଏଭଳି ଫୋଟୋ କୁ ବର୍ଜନ କରନ୍ତୁ । କିନ୍ତୁ ଆପଣ ନିଜର ବେଡ ରୁମରେ ଲଭ ବାର୍ଡ ର ଫୋଟୋ ଲଗାଇଲେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ବା ବଣ୍ଡିଙ୍ଗ ବହୁତ ମଜବୁତ ହୋଇଥାଏ ।

ଗୃହର ମୁଖ୍ୟ ଦ୍ଵାରରେ ଭଗବାନ ଗଣେଶ, ଓମ, ମୀନ, ଗାୟତ୍ରୀ ମନ୍ତ୍ର, ମଙ୍ଗଳ କଳସ ଆଦିର ଫୋଟୋ ଲଗାଇ ପାରିବେ । ଯାହା ଦ୍ଵାରା ଘର ଭିତରକୁ ଯେଉଁ ଖରାପ ଶକ୍ତି ଥିବ ତାହା ଦୂର ହୋଇଯିବ । ଯେବେ ପୁଷ୍କରିଣୀ, ହ୍ରଦ, ପାଣି, ନଦୀ, ପୋଖରୀ ହେଉ ରାଜହଂସ ପହଁରୁ ଥିବାର ଫୋଟୋ ଘରେ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହା ଦ୍ଵାରା ଧନ ଆସିବାର ମାର୍ଗ ଦେଖାଇ ଥାଏ । ଆପଣ ମାନେ ଏହି ସବୁ ଫୋଟୋ ନିଶ୍ଚୟ ଘରେ ଆଣି ଲଗାନ୍ତୁ । ଏହା ଦ୍ଵାରା ଘରେ ସୁଖ, ସମୃଦ୍ଧି, ସୌଭାଗ୍ୟ ବୃଦ୍ଧି ହେବ ସହ ଧନ ପ୍ରାପ୍ତି ର ନୂତନ ମାର୍ଗ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *