ଘରେ ରଖିଛନ୍ତି କି ଶଙ୍ଖ, ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଆମ ସମସ୍ତଙ୍କ ପୂଜା ଘରେ ଗୋଟିଏ ଜିନିଷ ସାଧାରଣତଃ ନିଶ୍ଚୟ ରହିଥାଏ । ତାହା ହେଉଛି ଶଙ୍ଖ । ଶଙ୍ଖ ର ଆମ ହିନ୍ଦୁ ଧର୍ମ ରେ ବହୁତ ମନ୍ୟତା ରହିଛି । ଏହାର ମହତ୍ୱ ଅନେକ । ଏହି ଶଙ୍ଖ ହେଉଛି ଭଗବାନ ବିଷ୍ଣୁଙ୍କ ର ପ୍ରିୟ । ଏହି ଶଙ୍ଖର ପବିତ୍ର ଧ୍ଵନି ଶରୀରର ପାଇଁ ଓ ଘର ପାଇଁ ଭଲ ଅଟେ । ତେବେ ଏହି ଶଙ୍ଖର ବ୍ୟବହାର କରିବାର କିଛି ନିୟମ ରହିଥାଏ । ଆଜି ଆମେ ସେହି ସମ୍ପର୍କ ରେ ଆଲୋଚନା କରିବା । ଶଙ୍ଖ କୁ ପ୍ରାୟତଃ ଲୋକମାନେ ତିନି ଥର ଫୁଙ୍କି ଥାନ୍ତି ।

କିନ୍ତୁ ଏହା ଉଚିତ ନୁହେଁ । ଶଙ୍ଖ କୁ ଆପଣ ତିନି ଆଉ ଅଧା ବା ଯାହାକୁ ଆମେ ସାଢ଼େ ତିନିଥର କହିଥାଉ ସେତିକି ଥର ଫୁଙ୍କିବା ଉଚିତ । ତେବେ ଶଙ୍ଖ ର ଧ୍ଵନି ସକାରତ୍ମକ ଉର୍ଜା ଉପତ୍ନ କରିଥାଏ । ତେଣୁ ସନ୍ଧ୍ୟା ସମୟରେ ତୁଳସୀ ମୂଳରେ ପୂଜା କରିବା ପରେ ଶଙ୍ଖ ଫୁଙ୍କିବା ଉଚିତ ।

କାରଣ ସନ୍ଧ୍ୟା ସମୟରେ ନକାରାତ୍ମକ ଉର୍ଜା ବେସିଭାଗ ରହିଥାଏ । ଶଙ୍ଖ ଫୁଙ୍କିବା ଦ୍ୱାରା ସେହି ସ୍ଥାନରେ ସକାରତ୍ମକ ଉର୍ଜା ର ପ୍ରଭାବ ରହିଥାଏ । ଶଙ୍ଖ ଫୁଙ୍କିବା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଭଲ ଅଟେ । ଯେଉଁ ମାନଙ୍କର ହୃଦ ଜନିତ ରୋଗର ସମସ୍ୟା ରହିଥାଏ ସେହି ଲୋକମାନେ ଶଙ୍ଖ ଫୁଙ୍କିବା ନିତ୍ୟାନ୍ତ ଆବଶ୍ୟକ ।

ଯଦି ଆପଣ ଶଙ୍ଖ ଫୁଙ୍କିବା ଜାଣି ନ ଥିବେ ତ କେବେବି ଅଖଣ୍ଡିଆ ବା ଅଧା ଶଙ୍ଖ ଫୁଙ୍କିବେ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ । ଶଙ୍ଖ ଫୁଙ୍କିବା ଦ୍ୱାରା ଘରେ ପବିତ୍ରତା ଓ ସକାରତ୍ମକ ଉର୍ଜା ଆସିଥାଏ । ଶଙ୍ଖ ଯଦି ଭାଂଗିଥାଏ ବା ପଡିକି ଅଳ୍ପ ଭାଂଗିଥାଏ ତେବେ ତୁରନ୍ତ ସେହି ଶଙ୍ଖ ପରିବର୍ତନ କରିବା ଉଚିତ ।

ଘରେ ଭଙ୍ଗା ଶଙ୍ଖ ରଖିବା ଉଚିତ ନୁହେଁ । ଶଙ୍ଖ ହେଉଛି ପବିତ୍ରତା ର ପ୍ରତୀକ । ତେଣୁ ଏହାକୁ ସ୍ପର୍ଶ କରିବା ଦ୍ୱାରା ଆପଣ ମଧ୍ୟ ପବିତ୍ର ହୋଇଥାନ୍ତି । ଏହାକୁ ଆପଣ ସ୍ନାନ ସାରିବା ପରେ ସ୍ପର୍ଶ କରିବା ଉଚିତ । ଯଦି ଘରେ ପ୍ରେତ ଆତ୍ମା ର ଆଶଙ୍କା ରହିଥାଏ ତେବେ ଶଙ୍ଖ ଫୁଙ୍କିବା ଦ୍ୱାରା ସେଥିରୁ ମୁକ୍ତି ମିଳିଥାଏ ।

ଯଦି ଆପଣ ମା ଲଷ୍ମୀଙ୍କୁ ସନ୍ତୁଷ୍ଟ କରିବା କୁ ଇଛା କରୁଛନ୍ତି ତେବେ ଆପଣ ଘରେ ଦୁଇଟି ଶଙ୍ଖ ରଖିବା ପୂଜା କରିବା ଇଚିତ । ଗୋଟିଏ ହେଉଛି ଦକ୍ଷିଣ ମୁଖୀ ଶଙ୍ଖ ଅନ୍ୟଟି ହେଉଛି ଶଙ୍ଖ । ଏହି ଦକ୍ଷିଣ ମୁଖୀ ଶଙ୍ଖ ଫୁଙ୍କିବା ଦ୍ୱାରା ମା ଲଷ୍ମୀଙ୍କ ପ୍ରସନ୍ନତା ମିଳିଥାଏ । ଶଙ୍ଖ ର ମଧ୍ୟ ରେ ଯଦି ଆପଣ ଜଳ ରଖି ପାଦୁକ ଭଳି ସେବନ କରିବେ ତେବେ ଆପଣଙ୍କ ଶରୀରର ୯୯ ଭାଗ ରୋଗ ଭଲ ହୋଇଥାଏ । ତେଣୁ ଶଙ୍ଖର ଜଳ ପିଇବା ଉଚିତ । ଶଙ୍ଖ ଆଣିକି କେବଳ ରଖିଲେ ହେବ ନାହିଁ । ଏହାକୁ ଫୁଙ୍କିବା ମଧ୍ୟ ଉଚିତ ଅଟେ ।

Leave a Reply

Your email address will not be published. Required fields are marked *