ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ ।
ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ।
୧- ତାହା କଣ ଯାହାକୁ ବାନ୍ଧିବା ପରେ ବି ଚାଲି ଥାଏ ?
ଉତ୍ତର- ହାତ ଘଣ୍ଟା ।
୨- ମୁଁ ଲେଖା ପଢା କାମରେ ଆସେ କିନ୍ତୁ ବହି, ଖାତା ଓ କଲମ ନୁହେଁ । ମୁଁ କିଏ ?
ଉତ୍ତର- ଚଷମା ।
୩- ଜଣେ ବ୍ୟକ୍ତି ୩୦ ଦିନ ନ ସୋଇ କେମିତି ବଞ୍ଚି ପାରିବ ?
ଉତ୍ତର- ଦିନରେ ଶୋଇବା ର ଆବଶ୍ୟକତା ନାହିଁ ।
୪- ତାହା କେଉଁ ଶବ୍ଦ ଯାହାକୁ ସମସ୍ତେ ଶୁଣି ଥାନ୍ତି କିନ୍ତୁ ଆପଣ ଶୁଣି ପାରନ୍ତି ନାହିଁ ?
ଉତ୍ତର- ଆପଣଙ୍କ ଘୁଙ୍ଗୁଡି ।
୫- କେଉଁ ଜୀବ ତାହାର ସବୁ କାମ ନାମ ଦ୍ଵାରା କରିଥାଏ ?
ଉତ୍ତର- ହାତୀ ।
୬- କେଉଁ ଫଳ ଉପରେ ପତ୍ର ଥାଏ ?
ଉତ୍ତର- ସପୁରି ।
୭- ପଦେ କଥା କହିଲେ ବି ଅଲଗା ହୋଇ ଯାଆନ୍ତି । ସେମାନେ କିଏ ?
ଉତ୍ତର- ଓଠ ।
୮- ୫ ଅକ୍ଷର ମୋର ନାମ । ଓଲଟା ସିଧା ଏକ ସମାନ । ଏହାର ଉତ୍ତର କଣ ?
ଉତ୍ତର- ନବ ଜୀବନ ।
୯- ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛି ? ଉତ୍ତର କଣ ?
ଉତ୍ତର- ଉତ୍ତର ଏକ ଦିଗ ।
୧୦- କେଉଁ ଫଳର ନାମ ରେ ଜଣେ ସ୍ତ୍ରୀ ଲୋକ ର ନାମ ଆସିଥାଏ ?
ଉତ୍ତର- କମଳା ।
୧୧- ସେ କିଏ ଯିଏ ନିଦ ରେ ମଧ୍ୟ ଛିଡା ହୋଇଥାଏ ?
ଉତ୍ତର- ଘୋଡା ।
୧୨- ତାହା କଣ ଯାହାକୁ ଆପଣ କେଉଁଠି ନା କେଉଁଠି ଛାଡି ଦେଇଥାନ୍ତି । ତଥାପି ଆପଣଙ୍କ ପାଖରେ ଥାଏ ?
ଉତ୍ତର- ଟିପ ଚିହ୍ନ ।
୧୩- ଆ ହାତରୁ ତା ହାତ ହୁଏ ସେ ବହୁତ ଯାହା ହାତରେ ରହିଲା ସେ ମଜବୁତ । ଏହାର ଉତ୍ତର କଣ ?
ଉତ୍ତର- ଟଙ୍କା ।
୧୪- ତାହା କଣ ଯାହା ପରିଷ୍କାର ଥିଲେ କଳା ଅପରିଷ୍କାର ଥିଲେ ଧଳା ଦେଖାଯାଏ ?
ଉତ୍ତର- କଳାପଟା ।
୧୫- କେଉଁ ଖାଇବା ଜିନିଷ ୧୦୦ ବର୍ଷ ରହିଲେ ମଧ୍ୟ ଖରାପ ହୁଏ ନାହିଁ ?
ଉତ୍ତର- ମହୁ ।
୧୬- ରାତି ୧୨ଟା ରେ କିଏ କାହା ଉପରେ ?
ଉତ୍ତର- ମିନିଟ କଣ୍ଟା ଘଣ୍ଟା କଣ୍ଟା ଉପରେ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।