ବନ୍ଧୁଗଣ ଯଦି ଆପଣଙ୍କୁ ବାରମ୍ବାର ଛାତିରେ ଜ୍ଵଳନ ହେଉଛି, ପେଟରେ ଗ୍ଯାସ ହେଉଛି, ଏସିଡ ସମସ୍ଯା ରହୁଛି ତେବେ ଏହି ସବୁ ସମସ୍ଯା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ସହ ଏକ ଘରୋଇ ରେମେଡି ବିଷୟରେ ଆଲୋଚନା କରିବୁ । ଯାହା ଦ୍ଵାରା ଆପଣଙ୍କୁ ଏହି ସବୁ ସମସ୍ଯା ହେବେ ନାହିଁ । ଏବେ ଆସନ୍ତୁ ଜାଣିବା ଏହି ରେମେଡି ର କିପରି ତିଆରି କରିବା ଓ ଏହାର ସେବନ କିପରି କରିବା ଉଚିତ ।
ଏହାକୁ ବନାଇବା ପାଇଁ ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏହା ପରେ ଏକ ଚାମଚ ଜୀରା ପକାନ୍ତୁ । ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଆୟୁର୍ବେଦ ଅନୁଯାୟୀ ଜୀରା ଏମିତି ଏକ ସାମଗ୍ରୀ ଯାହା ଅମ୍ଳ ବା ଗ୍ଯାସ ଭଳି ପେଟ ଜନିତ ସମସ୍ୟାକୁ ସାହାର୍ଯ୍ୟ କରିଥାଏ । ଜୀରା ପାଣି ସେବନ କରିବା ଦ୍ଵାରା ପେଟ ଫୁଲିବା ବା ଏସିଦିତି ସମସ୍ଯା ରୁ ମୁକ୍ତି ଦେଇଥାଏ ।
ଗ୍ଯାସ ଭଳି ସମସ୍ୟାକୁ ସବୁ ଦିନ ପାଇଁ ଦୂର କରେ ଜୀରା । ଏହା ପରେ ଡାଲଚିନି ଖଣ୍ଡ ପକାନ୍ତୁ । ଯାହା ଅମ୍ଳତା ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ସକ୍ରିୟ ଉପାଦାନ ରହିଥାଏ ଯାହା ହଜମ କ୍ରିୟାରେ ସାହାର୍ଯ୍ୟ କରିଥାଏ । ଏବେ ପାଣି କୁ ଲୋ ଫ୍ଲେମ ରେ 5 ମିନିଟ ଯାଏଁ ଫୁଟିବାକୁ ଛାଡି ଦିଅନ୍ତୁ । ଏହା ପରେ ପାଣି କୁ ଅନ୍ୟ ଏକ ପାତ୍ର ରେ ଛାଣି ନିଅନ୍ତୁ । ବଳି ପଡିଥିବା ସାମଗ୍ରୀ କୁ ଆପଣ ଚୋବାଇ ଖାଇ ପାରିବେ ।
ଏବେ ଏଥିରେ 2ଟି ସାମଗ୍ରୀ ମିସାଇବାକୁ ହେବ । ପ୍ରଥମତଃ ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ । ଯଦି ଲେମ୍ବୁ ରସ ଅମ୍ଳ ଯୁକ୍ତ ହୋଇଥାଏ ଏହା ପାଣିରେ ମିଶିଲେ ହଜମ କ୍ରିୟା ରେ ସାହାର୍ଯ୍ୟ କରିଥାଏ ଓ ଏସିଡିଟି ସମସ୍ଯା ଦୂର ହୋଇଥାଏ । ଏବେ ଆପଣ ଏଥିରେ ଅଧ ଚାମଚ କଳା ଲୁଣ ମିଶାନ୍ତୁ । ଏଥିରେ ଅଧିକ କ୍ଷାର ଗୁଣ ରହିଛି ।
ଯାହା ପେଟରେ ଅଧିକ ଏସିଡିଟି ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଏଥିରୁ ମିଳୁଥିବା ଖଣିଜ ପଦାର୍ଥ ଏସିଡିଟି କୁ ହ୍ରାସ କରିଥାଏ । କଳା ଲୁଣ ହଜମ କ୍ରିୟାରେ ଉନ୍ନତି ଆଣିବାରେ ସାହାର୍ଯ୍ୟ କରିଥାଏ । ଅନେକ ଲୋକ ଏହାକୁ କୋଷ୍ଠ କାଠିନ୍ଯ ପାଇଁ ବ୍ୟବହାର କରିଥାନ୍ତି । ଏବେ ଏହି ସବୁ ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ ।
ଯେବେ ଆପଣଙ୍କର ଗ୍ଯାସ ସମସ୍ଯା ହେଉଛି ଏହାକୁ ବାନାଇ ସେବନ କରନ୍ତୁ । ଏହାର ସେବନ ଦ୍ଵାରା ପେଟ ଜନିତ ଅନେକ ସମସ୍ଯା ଦୂର ହେବ । ଯଦି ଗ୍ଯାସ ସମସ୍ଯା ରେଗୁଲାର ହେଉଛି ତେବେ ପ୍ରତେକ ଦିନ ଦିନକୁ 2 ଥର ଏହାର ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।