ହଲଦି ଓ ଗୋଲମରୀଚର ଭୟଙ୍କର ସତ! ପୁଅମାନେ ନିଶ୍ଚୟ ଦେଖନ୍ତୁ- Health Tips

ଆମେ ଜାଣିଛୁ ଆମ ପୂର୍ବ ପୁରୁଷ ମାନେ ବା ପୁରାତନ କାଳର ଲୋକମାନେ ସାଧାରଣତଃ କୌଣସି ରୋଗ ହେବା ଦ୍ୱାରା ସେମାନେ ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ଭଲ ହେଉ ଯାଉଥିଲେ । ସେମାନେ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ନିଜ ତ୍ୱଚା ଓ ସ୍ୱାସ୍ଥ୍ୟ କୁ ସୁନ୍ଦର ଓ ଭଲ ରଖୁଥିଲେ । ତେବେ ଆୟୁର୍ବେଦିକ ବା ଘରୋଇ ଉପଚାର କଥା ପଡିବା ମାତ୍ରେ ଆମ ମନରେ ସର୍ବ ପ୍ରଥମେ ଯେଉଁ ଜିନିଷ ଆସେ ତାହା ହେଲା ହଳଦୀ । ହଳଦୀ ର ଔଷଧୀୟ ଗୁଣ ସମ୍ଭନ୍ଧ ରେ ଆମେ ସମସ୍ତେ ଜାଣିଛୁ ।

ଯଦି ଆପଣ ନିଜ ଜେଜେମା ବା ଆଇଙ୍କୁ ପଚାରିବେ କି କଣ ଲଗାଇବା ଦ୍ୱାରା ଆପଣଙ୍କ ମୁହଁ ସୁନ୍ଦର ଦେଖାଯିବ ତେବେ ସେମାନେ ସର୍ବ ପ୍ରଥମେ କହିବେ ହଳଦୀର ଲେପ ଲଗାଇବା ନିମନ୍ତେ । କିନ୍ତୁ ଆମେ ଯେଉଁ ହଳଦୀ ରୋଷେଇ ରେ ବ୍ୟବହାର କରୁ ତାହା ପ୍ରକୃତ ହଳଦୀ ନୁହେଁ । ସେଥିରେ ଖାଦ୍ୟକୁ ଭଲ ରଙ୍ଗ ଆସିବା ପାଇଁ ହଳଦିଆ ରଙ୍ଗ ମିଶିଥାଏ ।

ଯାହା ଫଳରେ କି ଏହା ଆମ ଶରୀରରେ ଔଷଧ ରୂପେ କାର୍ଯ୍ୟ କରିପାରି ନ ଥାଏ । ଯଦି ଆପଣ ହଳଦୀର ଔଷଧୀୟ ଗୁଣ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଅମ୍ବା ହଳଦୀର ପ୍ରୟୋଗ କରନ୍ତୁ ବା ଯାହାକୁ ଆମେ କଞ୍ଚା ହଳଦୀ କହିଥାଉ । ଏହି ହଲଦୀ ପ୍ରାକୃତିକ ଅଟେ । ଏହି ହଳଦୀର ସେବନ ଦ୍ୱାରା ଶରୀର ଅନେକ ରୋଗ ଭଲ ହୋଇଥାଏ । ହଳଦୀ ରେ antibacterial, anti-inflammatory , antiviral ଆଦି ରହିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ।

ଆମେ ଖାଦ୍ୟ ଖାଇବା ବେଳେ ଖାଦ୍ୟ ଯେତେବେଳେ ଆମ ପାଟିକୁ ଯାଏ ସେହି ସମୟରେ ତାହା ଅଳ୍ପ ପାଚକ ହୋଇଥାଏ । କାରଣ ଖାଦ୍ୟ ଖାଇବେ ସମୟରେ ଯେଉଁ ଲାଳ ବାହାରିଥାଏ ତାହା ଖାଦ୍ୟକୁ ପାଚକ କରିଥାଏ । ତେଣୁ କରି କୁହାଯାଏ ଖାଦ୍ୟକୁ ଯେତେ ସମୟ ଚୋବାଇବେ ଖାଦ୍ୟ ସେତେ ଭଲ ପାଚକ ହୋଇଥାଏ । ସେହିପରି ଯେକୋୖଣସି ଆୟୁର୍ବେଦିକ ଔଷଧ କୁ ଆପଣ ଜିଭରେ ଚାଟି ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ରେ ଜଲଦି କାର୍ଯ୍ୟ କରିଥାଏ ।

ଆପଣ ଏହି ଅମ୍ବା ହଳଦୀକୁ ଯଦି ଆପଣ ହାତରେ ଏକ ଚାମଚ ମହୁରେ ଏହି ହଲଦୀକୁ କିଛି ସମୟ ଦଳିକି ଏହାକୁ ଚାଟିକି ଖାଇବେ ଏହା ଦ୍ୱାରା କ୍ୟାନ୍ସର ରୋଗ ଭଲ ହୋଇଥାଏ । ଯଦି ଆପଣଙ୍କୁ ଥଣ୍ଡା, କାଶ, ଆଦି ହୋଇଥାଏ ତେବେ ଆପଣ ଅମ୍ବା ହଳଦୀ ର ଗୁଣ୍ଡକୁ ଉଷୁମ କ୍ଷୀରରେ ଗୋଳାଇ ଚାହା ଭଳି ଏହାକୁ ପିଅନ୍ତୁ । ଥଣ୍ତା କମିଯାଏ ।

ସେହିପରି ଗୋଲମରିଚ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଆମେ ଖାଦ୍ୟରେ ଖାଉଥିବା ଶୁଖିଲା ଲଙ୍କାଗୁଣ୍ଡ ଆମ ଶରୀର ପିତ୍ତ ଦୋଷକୁ ବଢ଼ାଇଥାଏ । ଏହି ପିତ୍ତ ଦୋଷ ବଢ଼ିବା ଦ୍ୱାରା ଶରୀର ଖରାପ ହୋଇଥାଏ । ପିତ୍ତ ଦୋଷକୁ ଆମେ acidity କହିଥାଉ । ତେଣୁ ଖାଦ୍ୟ ରେ ଲଙ୍କାଗୁଣ୍ଡ ବଦଳରେ ଗୋଲମରିଚ ଖାଇବା ଉଚିତ । ପୁରୁଷ ମାନେ ଗୋଲମରୀଚର ସେବନ କଲେ ଆପଣଙ୍କ ବୀର୍ଯ୍ୟଶକ୍ତି ମଧ୍ୟ ଠିକ ରହିବ ।

ଯଦି ଆପଣଙ୍କର ଡାଇବେଟିସ ଥାଏ ତେବେ ଆପଣ ସକାଳେ ୪ ଟି ଗୋଲମରିଚ ଖାଇ ପାଣି ପିଅନ୍ତୁ ଏହା ଦ୍ୱାରା ଡାଇବେଟିସ ନିୟନ୍ତ୍ରଣ ରେ ରହିଥାଏ ଓ ଭଲ ହୋଇଯାଏ । ଡାଇବେଟିସ ଏକ ଜୀବନଶୈଳୀ ରୋଗ । ତେଣୁ ଆପଣ ଯଦି ନିଜ ଜୀବନଶୈଳୀ କୁ ପରିବର୍ତ୍ତନ କରି ନିଜ ଶରୀର ସଠିକ ଯତ୍ନ ନେବେ ତେବେ ଏହା ଭଲ ହୋଇଥାଏ । ଯଦି ଆପଣ ଦେଶୀ ବିଲାତି ଉପରେ ଗୋଲମରିଚ ଗୁଣ୍ଡ ପକାଇ ଖାଇବେ ତେବେ ଆପଣଙ୍କ ଶରୀରରେ ଯଦି ଥଣ୍ଡା ରହୁଥିବ ତାହା ଭଲ ହୋଇଯିବ ।

Leave a Reply

Your email address will not be published. Required fields are marked *