ଆଜି ରାତି ଶୋଇବା ପୂର୍ବରୁ ଏହି 2ଟି ଚୌପାଇ କରନ୍ତୁ ଜପ, 2 ଘଣ୍ଟା ମଧ୍ୟରେ ଦେଖନ୍ତୁ ଚମତ୍କାର

କଳିଯୁଗରେ ଅନ୍ୟାୟ ଓ ଅଧର୍ମ ବହୁତ ବଢିଚାଲିଛି କିନ୍ତୁ କଳିଯୁଗର ପ୍ରତ୍ୟକ୍ଷ ଠାକୁର ହେଉଛନ୍ତି ହନୁମାନଜୀ । ହନୁମାନଜୀଙ୍କୁ ପୂଜା କରିବା ଦ୍ୱାରା ମନୁଷ୍ୟ ସବୁ ଦୁଃଖ ରୁ ମୁକ୍ତି ପାଇଥାଏ । ହନୁମାନଜୀଙ୍କୁ ଯେଉଁ ମଣିଷ ପ୍ରକୃତ ମନରୁ ଡାକୁଥାଏ ତେବେ ସେହି ମଣିଷ ର ଜୀବନରେ କୌଣସି କଷ୍ଟ ଆସେ ନାହିଁ । ହନୁମାନଜୀଙ୍କ ପୂଜା କରୁଥିବା ମଣିଷ ର ନିକଟକୁ କାଳ ମଧ୍ୟ ଆସିବାକୁ ଡ଼ରିଥାଏ । କଳିଯୁଗରେ ହନୁମାନଜୀ ଜାଗ୍ରତ ରୂପେ ପୂଜା ପାଉଛନ୍ତି । ହନୁମାନଜୀଙ୍କୁ ପ୍ରତ୍ୟକ୍ଷ ବୋଲି ମଣାଯାଏ, କାରଣ ସେ ଚିରଞ୍ଜିବ ।

ଭଗବାନ ହନୁମାନଜୀଙ୍କ ପୂଜା କରିବା ଦ୍ୱାରା ମଣିଷର ସବୁ ସଙ୍କଟ, କଷ୍ଟ ଆଦି ଦୂର ହୋଇଥାଏ । ଭଗବାନ ହନୁମାନଜୀଙ୍କୁ ସନ୍ତୁଷ୍ଟ କରିବା କଷ୍ଟକର କାର୍ଯ୍ୟ ନୁହେଁ । ଭଗବାନ ହନୁମାନଜୀ ନିଜ ଭକ୍ତଙ୍କ ଉପରେ ବହୁତ ଜଲ୍ଦି ସନ୍ତୁଷ୍ଟ ହୋଇଥାନ୍ତି ଓ ଆଶ୍ରିବାଦ ପ୍ରଦାନ କରିଥାନ୍ତ । କାରଣ ହନୁମାନଜୀ ଭଗବାନ ଶିବଙ୍କ ର ପତିରୂପ ଅଟନ୍ତି । ତେଣୁ ଭଗବାନ ମହାଦେବଙ୍କୁ ଯେପରି ଅଳ୍ପ ପୂଜା ରେ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି ସେହିପରି ହନୁମାନଜୀ ମଧ୍ୟ ସେହିପରି ସନ୍ତୁଷ୍ଟ ହୋଇଥାନ୍ତି ।

ଭଗବାନ ହନୁମାନଜୀଙ୍କୁ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ଆର୍ଶୀବାଦ ଦେଇଥିଲେ କି ସେ ଧରାପୃଷ୍ଠରେ ଚିରଞ୍ଜିବ ହୋଇ ରହି ଭକ୍ତ ମାନଙ୍କର ଦୁଃଖ ଓ କଷ୍ଟ ଦୂର କରିବେ । ଭଗବାନ ହନୁମାନଜି ଙ୍କୁ ପୂଜା କରିବା ଶୀଘ୍ର ଫଳ ପ୍ରାପ୍ତ ହୋଇଥାଏ । ତେବେ ସେହି ପରି କିଛି ମନ୍ତ୍ର ଅଛି ଯାହାକୁ ଜପ କରିବା ଦ୍ୱାରା ପ୍ରଭୁ ହନୁମାନଜୀଙ୍କ କୃପା ଆପଣଙ୍କ ଉପରେ ପଡିବ ଓ ଆପଣଙ୍କ ସବୁ ସଙ୍କଟ ଦୂର ହେବ । ଏହି ଚୌପାଇ ପଢିବା ଦ୍ୱାରା ବହୁତ ଦିନର ପୁରୁଣା ରୋଗ ମଧ୍ୟ ଭଲ ହୋଇଯାଏ । ଏହି ଚୌପାଇ ପ୍ରଭୁ ରାମ ଚନ୍ଦ୍ର ପଢିବା ଦ୍ୱାରା ରାବଣ ମହାଦେବଙ୍କ ଭକ୍ତ ହୋଇ ମଧ୍ୟ ମୃତ୍ୟୁବରଣ କରିଥିଲା ।

ପ୍ରଥମ ଚୌପାଇ ହେଉଛି ” ନାସେ ରୋଗ ହରେ ସବ ପୀଡା ଜପତନିରନ୍ତର ହନୁମତ ବିରା ” ଏହାର ଅର୍ଥ ଯଦି କେଉଁ ଲୋକ ବହୁତ ଦିନ ରୁ କୌଣସି ରୋଗ ରେ ପଡି କଷ୍ଟ ପାଉଛନ୍ତି, ବିଭିନ୍ନ ଡାକ୍ତର ଓ ଔଷଧ ଖାଇ ମଧ୍ୟ ସେହି ରୋଗ ଭଲ ହେଉ ନାହିଁ ତେବେ ସେ ଏହି ଚୌପାଇ ସକାଳ ଓ ସନ୍ଧ୍ୟା ୨ ବେଳା ୧୦୮ ଥର ଜପ କରିବେ ଓ ମଙ୍ଗଳ ବାର ଦିନ ହନୁମାନଜୀଙ୍କ ସମ୍ନାରେ ଦୀପ ଜଳାଇ ହନୁମାନ ଚାଳିସା ପାଠ କରିବା ଦ୍ୱାରା ତାଙ୍କୁ ସେହି ରୋଗ ରୁ ମୁକ୍ତି ମିଳିଥାଏ । ଦ୍ଵିତୀୟ ଚୌପାଇ ହେଉଛି ” ଜୟ ଜୟ ହନୁମାନ ଗୋସାଇଁ କୃପା କରହୁ ଗୁରୁଦେଵକୀ ନାହି , ଜୋ ସତ ବାର ପାଠ କର କୋଇ ଛୁଟହି ବନ୍ଦୀ ମହାସୁଖ ହୋଇ । ” ଏହାର ଅର୍ଥ ଜୟ ଜୟ ପ୍ରଭୁ ହନୁମାନଜୀ ଆପଣ ମୋ ଉପରେ ସର୍ବଦା ଗୁରୁଙ୍କ ପରି ନିଜର କୃପା ଦୃଷ୍ଟି ରଖନ୍ତୁ । ଓ ସେହି ମଣିଷର ସବୁ ଦୁଃଖ କଷ୍ଟ ସଙ୍କଟ ଆଦି ଦୁରେଇ ଯିବ । ଏଵଂ ଜୀବନ ସୁଖମୟ ହେବ ।

Leave a Reply

Your email address will not be published. Required fields are marked *