ହାତରେ ଥିବା ଧନରେଖାରୁ ଜାଣନ୍ତୁ କେତେ ଧନୀ ହେବେ ଆପଣ- Hasta Rekha Shastra

ନମସ୍କାର ବନ୍ଧୁଗଣ, ଦୁନିଆରେ କାହାର ବା ଇଚ୍ଛା ନଥାଏ ଧନୀ ହେବା ପାଇଁ । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ବଡ ଲୋକ ହେବାର ଯୋଗ ନଥାଏ । ତେଣୁ ସମସ୍ତଙ୍କ ମନରେ ଇଚ୍ଛା ଥାଏ ନିଜ ଭାଗ୍ୟ ବିଷୟରେ ଆଗରୁ ଜାଣିବା ପାଇଁ । ଜୋତିଶ ଶାସ୍ତ୍ର ଅନୁସାରେ ଗୋଟିଏ ଲୋକର ହାତର ରେଖା ହିଁ ତ ଭବିଷ୍ୟତ ଲେଖିଥାଏ । ତେବେଆଜି ଆସନ୍ତୁ ଜାଣିବା ହାତର ରେଖାରୁ କିଭଳି ଜାଣିବେ ଆପଣ ଆଗକୁ ଧନୀ ହେବାକୁ ଯାଉଛନ୍ତି କି ନାହିଁ । ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବରେ ।

ଆମ ହାତରେ ବହୁତ ରେଖା ରହିଛି । ଯେଉଁଥିରେ ଧନ ରେଖା ମଧ୍ୟ ଥାଏ । ଯେଉଁ ବ୍ୟକ୍ତିଙ୍କ ମଣିବନ୍ଧ ରେଖା ସିଧା ଯାଇ ମଝି ଆଙ୍ଗୁଠି ତଳେ ଥିବା ସନି ପର୍ବତକୁ ଛୁଇଥାଏ ଏହାକୁ ମହାଲକ୍ଷ୍ମୀ ଯୋଗ କୁହାଯାଇଥାଏ । ଏହା ଫଳରେ ସେହି ବ୍ୟକ୍ତିଙ୍କୁ ଅଶେଷ ଧନର ପ୍ରାପ୍ତି ହୋଇଥାଏ । ଏବଂ ଏହି ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଏବେ ଜାଣନ୍ତୁ ଯେଉଁ ବ୍ୟକ୍ତି ମାନଙ୍କ ଧନ ରେଖା ସିଧା ଓ ସ୍ପଷ୍ଟ ହୋଇଥାଏ । ଏହି ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ନିଜ ବୁଦ୍ଧିବଳରେ ବହୁତ ଧନ କମେଇଥାନ୍ତି । ବହୁତ ବଡଲୋକ ମଧ୍ୟ ତାଙ୍କର ସାହାର୍ଯ୍ୟ କରିଥାନ୍ତି ସମସ୍ତ କାର୍ଯ୍ୟରେ । ଯେଉଁ ବ୍ୟକ୍ତିଙ୍କ ହାତରେ ଗୁରୁ, ଶୁକ୍ର, ବୁଧ ଆଉ ଚନ୍ଦ୍ର ପର୍ବତ ଉଠିକି ଥାଏ ସେମାନଙ୍କ ଜୀବନରେ ରାଜଲକ୍ଷ୍ମୀ ଯୋଗ ବନିଥାଏ ।

ଏହି ଲୋକମାନେ ନିଜ ଜୀବନରେ ରାଜାଙ୍କ ଭଳି ସୁଖ ଓ ବୈଭବ ପାଇଥାନ୍ତି । ଯେଉଁ ଲୋକଙ୍କ ହାତରେ ମଣିବନ୍ଧ ରେଖାରୁ ଭାଗ୍ୟରେଖା, ସୂର୍ଯ୍ୟ ରେଖା ଓ ବୁଧ ରେଖା ବାହାରିଥାଏ ତେବେ ଏହାକୁ ନବ ଲକ୍ଷ୍ମୀ ଯୋଗ କୁହାଯାଏ । ଏହି ବ୍ୟକ୍ତିମାନେ ବହୁତ ପରିଶ୍ରମ କରିଥାନ୍ତି ନିଜ ଜୀବନରେ । ଏମାନେ ନିଜ ପରିଶ୍ରମ ଦ୍ଵାରା ହିଁ ବହୁତ ଧନ କମେଇଥାନ୍ତି ।

ଯେଉଁ ଲୋକଙ୍କ ମଝି ଆଙ୍ଗୁଠିରେ ଧନର ବର୍ଗ ଚିହ୍ନ ହୋଇଥାଏ ସେମାନଙ୍କୁ କେବେ ବି ଧନ ଲାଭ ହୁଏ ନାହିଁ । ଯେଉଁ ବ୍ୟକ୍ତିଙ୍କ ଗୁରୁ ପର୍ବତରେ ବର୍ଗ ଚିହ୍ନ ଥାଏ ସେମାନଙ୍କୁ ନିଜ ଜୀବନରେ କେବେ ମଧ୍ୟ ଧନର କମି ରହିନଥାଏ । ଯେଉଁଭି କାର୍ଯ୍ୟ କରିଥାନ୍ତି ସେଥିରୁ ପ୍ରଚୁର ଧନ ପାଇଥାନ୍ତି । ଏବଂ ଯେଉଁ ବ୍ୟକ୍ତିଙ୍କ ଜୀବନ ବର୍ଗ ଆକୃତିର ଘର ଥାଏ ସେମାନେ ଜୀବନସାରା ଧନରେ ଅଏସ କରନ୍ତି ।

ଜୀବନରେ ସମସ୍ତ ସୁଖ ଶାନ୍ତିର ଉପଭୋଗ କରନ୍ତି । ଏହା ଥିଲା ଧନ ରେଖା ଥିବା ସମସ୍ତ ବ୍ୟକ୍ତିମାନଙ୍କର ଭାଗ୍ୟ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *