ହିନ୍ଦୁ ଧର୍ମରେ କାହିଁକି ଚାରି ଧାମର ଯାତ୍ରା କରିବାକୁ କୁହାଯାଇଛି ? ଜାଣନ୍ତୁ କଣ ରହିଛି ରହସ୍ୟ

ବନ୍ଧୁଗଣ ସନାତନ ଧର୍ମରେ ଚାରି ଧାମ ର ବିଶେଷ ମହତ୍ତ୍ଵ ରହିଛି । ଚାରି ଧାମ ଯାତ୍ରା କରିବାକୁ ସବୁ ଲୋକଙ୍କର ବେଶ ଆଗ୍ରହ ରହିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଚାରି ଧାମ ବିଷୟରେ କିଛି ଖାସ କଥା । 1- ବଦ୍ରିନାଥ ଧାମ : ବଦ୍ରିନାଥ ଅଲଖନନ୍ଦା ନଦୀ କୂଳରେ ଉତ୍ତରଖଣ୍ଡ ରାଜ୍ୟରେ ଅବସ୍ଥିତ ଅଟେ । ଏଠାରେ ଭଗବାନ ବିଶୁଣୁଙ୍କ ନିବାସ ରହିଛି । ମାନ୍ୟତା ଅଛି ଆଦି କାଳରୁ ଏହା ପବିତ୍ର ଧାମ ରୂପେ ବିବେଚିତ ହୋଇଥାଏ ।

ଏମିତି ମାନ୍ୟତା ଅଛି ଯେଉଁ ବ୍ୟକ୍ତି ବଦ୍ରିନାଥ ଥରେ ଦର୍ଶନ କରନ୍ତି ତାଙ୍କୁ ଆଉ ଦ୍ଵିତୀୟ ଥର ଜନ୍ମ ନେବାକୁ ପଡେ ନାହିଁ । ତାଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ବଦ୍ରିନାଥର କବାଟ ଶୀତ ଋତୁରେ ଦୀପାବଳିର ଦ୍ଵିତୀୟ ଦିନ ରେ ବନ୍ଦ କରାଯାଏ । ଏହା ପରେ 6 ମାସ ଯାଏଁ ଏଠାରେ ଦୀପ ପ୍ରଜ୍ଵଳନ କରାଯାଏ ।

ବଦ୍ରିନାଥ ଓ କେଦାରନାଥ ର କବାଟ ଖୋଲିବାର ତିଥି ଏପ୍ରିଲ ଓ ମେ ମାସ ମଧ୍ୟରେ ହୋଇଥାଏ । ଏହାର ଘୋଷଣା ବସନ୍ତ ପଞ୍ଚମୀ ରେ କରାଯାଏ । କେଦାରନାଥ ର ଉଚ୍ଚତା ସମୁଦ୍ର ଠାରୁ 3584 ମିଟର ଉଚ୍ଚରେ ରହିଛି । ଭଗବାନ ଶିବଙ୍କ 12 ଶିବଲିଙ୍ଗ ଅମଧ୍ୟରୁ କେଦାରନାଥ ଅନ୍ୟତମ ଅଟେ । ମାନ୍ୟତା ଅଛି । ଏହି ଧାମ ର ନିର୍ମାଣ ଆଦି ଶଙ୍କରାଚାର୍ଜ୍ୟ 8 ଶତାବ୍ଦୀ ରେ କରିଥିଲେ ।

2- ଜଗନ୍ନାଥପୁରୀ : ଜଗନ୍ନାଥପୁରୀ ଓଡିଶା ପୁରୀ ଜିଲ୍ଲାରେ ଅବସ୍ଥିତ ଅଟେ । ଏହି ଧାମ ବୈଷ୍ଣବ ସଂପ୍ରଦାୟ ସହ ଜଡିତ ଅଟେ । ଜଗତର ପାଳନକର୍ତ୍ତା ଭଗବାନ ବିଶୁଣୁଙ୍କ ଅବତାର ଶ୍ରୀ କ୍ରୀଷ୍ଣାଙ୍କୁ ସମର୍ପିତ ଅଟେ । ଏହି ମନ୍ଦିର ରେ ଭଗବାନ ଜଗନ୍ନାଥ ତାଙ୍କ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ବୀରମାନ କରିଥାନ୍ତି । ପ୍ରତେକ ବର୍ଷ ଆଷାଢ ମାସରେ ରଥଯାତ୍ରା ଏଠାରେ ପାଳନ କରାଯାଏ । ଏହି ଯାତ୍ରା ଜଗନ୍ନାଥ ମଦନିର ଠାରୁ ଆରମ୍ଭ ହୋଇ ଗୁଣ୍ଡିଚା ମନିଦ୍ରା ଯାଏଁ ଚାଲିଥାଏ ।

3- ରାମେଶ୍ଵରମ : ଏହି ଧାମ ତାମିଲନାଡୁ ରାଜ୍ୟର ରାମନାଥପୁରମ ସିଲେରେ ସ୍ଥିତ ଅଟେ । ଏହି ମନ୍ଦିରର ସ୍ଥାନ ପ୍ରଭୁ ଶ୍ରୀରାମ ବନବାସ ସମୟରେ କରିଥିଲେ । ଉତ୍ତର ଭାରତ ମଧ୍ୟରେ ଯେଉଁ ମହିମା କାଶୀ ଧାମ ର ଅଛି ଦକ୍ଷୀଣରେ ରାମେଶ୍ଵରମ ମନ୍ଦିରର ମଧ୍ୟ ଅଛି । ଏହି ସ୍ଥାନରେ ଭଗବାନ ରାମ ଲଙ୍କାକୁ ଯିବା ପାଇଁ ବାନର ସେନା ସହ ସେତୁର ନିର୍ମାଣ କରିଥିଲେ ।

4- ଦ୍ଵାରିକା : ଏହି ଧାମ ଗୁଜୁରାଟ ର ପଶ୍ଚିମ ଦିଗର ସମୁଦ୍ର କୂଳରେ ଅବସ୍ଥିତ ଅଟେ । ଦ୍ଵାରିକା ଧାମ ଭଗବାନ କୃଷ୍ଣଙ୍କ ନିବାସ ଅଟେ । ଏମିତି ମାନାଯାଏ ଭଗବାନ କୃଷ୍ଣଙ୍କ ପରେ ପ୍ରକୃତ ଦ୍ଵାରିକା ନଗରି ସମୁଦ୍ରରେ ଲୀନ ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନ ତାହାର 2ଟି ଅବଶେଷ ରହିଛି । ଗୋମତୀ ଦ୍ଵାରିକାରେ 9ଟି ଘାଟ ଅଛି ।

ଜନ୍ମାଷ୍ଟମୀରେ ଦ୍ଵାରିକା ରେ ହଜାର ହଜାର ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ ପାଇଁ ଆସିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *