ଯଥାଶୀଘ୍ର କରନ୍ତୁ ଏହି ମହାଉପାୟ ସବୁ ସମସ୍ୟା ଦୂର ହେବ…. ଥରେ ନିଶ୍ଚୟ କରିକି ଦେଖନ୍ତୁ 

ନମସ୍କାର ବନ୍ଧୁଗଣ, ଜୀବନରେ ଚାଲିଥିବା ସମସ୍ତ ସମସ୍ୟାକୁ ନେଇ ଆପଣ ମାନେ ନିହାତି ରୂପେ ବହୁତ ବ୍ୟସ୍ତ ବିବ୍ରତ ଏବଂ ଦୁଃଖୀ ଥିବେ । ଆପଣଙ୍କ ଜୀବନରୁ ଏହି ସବୁକୁ ଦୂରେଇ ଦେବା ପାଇଁ ବା ଏହି ସବୁରୁ ମୁକୁଳିବା ପାଇଁ ଆପଣ ଅନେକ ପ୍ରଚେଷ୍ଟା କରିଥିବେ କିନ୍ତୁ ବିଫଳ ହୋଇ ଦୁଃଖ କଷ୍ଟରେ ଜୀବନ ବିତାଉଥିବେ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ଦୁଃଖ କଷ୍ଟରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ଜଣାଇବାକୁ ଯାଉଛୁ । ଯାହାର ପ୍ରୟୋଗ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର କରିଦେଇଥାଏ ।

ପ୍ରଥମ: ଗୁରୁବାର ଦିନ ସନ୍ଧ୍ୟା ସମୟରେ ଆପଣଙ୍କୁ ଏହି ଉପାୟଟିକୁ କରିବାକୁ ପଡିବ । ଏହି ଉପାୟ ପାଇଁ ଆପଣ ଏକ ହଳଦିଆ କପଡା ଆଣନ୍ତୁ । ସେହି କପଡାରେ ସାତ ଖଣ୍ଡ ଶୁଖିଲା ଗୁଡ ରଖନ୍ତୁ । ସେଥିରେ ସାତ ଖଣ୍ଡ ଗୋଟା ହଳଦୀ ରଖନ୍ତୁ । ଧ୍ୟାନ ରଖିବେ ସେହି ହଲଦିରେ ପୋକ ଲାଗିନଥିବା ଦରକାର । କୌଣସି ଜାଗାରେ କ୍ଷତ ମଧ୍ୟ ହୋଇନଥିବା ଦରକାର । ଏପରି ହଳଦୀ ଆଣିବେ ।

ସେହି କପଡାରେ ଏକ ଟଙ୍କିଆ ମୁଦ୍ରା ଟିଏ ରଖନ୍ତୁ । ଏହିସବୁକୁ କପଡା ମଧ୍ୟରେ ରଖି ବାନ୍ଧି ଦିଅନ୍ତୁ । ବାନ୍ଧିଥିବା କପଡାକୁ ଆପାଣ ନଦୀ ଜଳ ହେଉ ବା ଝରଣା ବୋହୁଥିବା ଜଳ ସ୍ରୋତରେ ହିଁ ଆପଣଙ୍କୁ ଏହାକୁ ଭସାଇବାକୁ ପଡିବ । ଭସାଇବା ପୂର୍ବରୁ ବନ୍ଧା ଯାଇଥିବା ପୁଟୁଳିକୁ ନିଜ ମୁଣ୍ଡରେ ମାରି ଇଷ୍ଟ ଦେଦୀଙ୍କର ସ୍ମରଣ କରି ପ୍ରଣାମ କରନ୍ତୁ । ଏବଂ ଆପଣଙ୍କ ମନରେ ରହିଥିବା ସମସ୍ତ ମନସ୍କାମନା ପୁରଣର ପ୍ରାଥନା କରି ଆପଣଙ୍କୁ ସେହି ବନ୍ଧାଯାଇଥିବା ପୁଟୁଳିକୁ ପାଣିରେ ଭସାଇ ଦିଅନ୍ତୁ ।

ଯଦି ଆପଣ ବୋହୁଥିବା ନଦୀ ସ୍ରୋତ ନପାନ୍ତି ତେବେ ଆପଣ ଅନ୍ୟ ଏକ ଜାଗାକୁ ମଧ୍ୟ ଯାଇପାରିବେ । ଆପଣ କୌଣସି ଏକ ନିଛାଟିଆ ରେଳ ଷ୍ଟେସନ କିମ୍ବା ଟ୍ରେନ ଲାଇନ ଜାଗାକୁ ଯାଆନ୍ତୁ । ଆପଣ ପୂର୍ବ ଭଳି ରେଳ ଲାଇନ ପାଖରେ ଠିଆ ହୋଇ ନିଜ ଇଷ୍ଟ ଦେବା ଦେବୀଙ୍କୁ ଧ୍ୟାନ କରି ମନସ୍କାମନା ଗୁଡିକ କହି ଧରିଥିବା ସେହି ପୁଟୁଳିଟିକୁ ସେହିଠାରେ ରଖି ଦିଅନ୍ତୁ ।

ଏହି କାର୍ଯ୍ୟ କରିସାରିବା ପରେ ଆପଣ ଏକ ମୁହାଁ ହୋଇ ଘରକୁ ଆସନ୍ତୁ । ବାଟରେ କାହାକୁ ମଧ୍ୟ ଦେଖି କଥା ବାର୍ତ୍ତା କରିବା ଅନୁଚିତ । ଏହି ଉପାୟଟିକୁ କରିବାର କିଛିଦିନ ପରେ ଆପଣ ଦେଖିବେ ଆପଣ କହିଥିବା ଆପଣଙ୍କ ମନସ୍କାମନା ଗୁଡିକ ପୁରା ହେବାକୁ ଲାଗିବ ।

ଦିତୀୟ: ସକାଳ କିମ୍ବା ସନ୍ଧ୍ୟାରେ ଲାଲ ରଙ୍ଗର କପଡାରେ ଲୁଣ ବାନ୍ଧିଦିଅନ୍ତୁ । ଏହି ଲୁଣ ପୁଟୁଳିକୁ ନେଇ ଓସ୍ତ ଗଛ ମୂଳରେ ରଖିଦିଅନ୍ତୁ । ଏବଂ ଜଳ ଥିବା ପାତ୍ରରୁ ହାତରେ କିଛି ପାଣି ନେଇ ସେହି ପୁଟୁଳି ଉପରେ ଛିଞ୍ଚି ଦିଅନ୍ତୁ । ଏହାଦ୍ଵାରା ଆପଣଙ୍କର ମନସ୍କାମନା ପୁରା ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚିନ୍ତ କରନ୍ତୁ ।

Leave a Reply

Your email address will not be published. Required fields are marked *