ଜାଣନ୍ତୁ ହାତରେ ଥିବା ଅଧା ଚନ୍ଦ୍ରର ଅର୍ଥ କଣ ? Hasta Rekha

ନମସ୍କାର ବନ୍ଧୁଗଣ, ଆପଣ ମାନେ ତ ଜାଣିଥିବେ ଜୋତିଶ ମାନେ ଲୋକଙ୍କ ହାତ ଦେଖି ତାଙ୍କ ଜୀବନରେ ଆଗକୁ ଘଟିବାକୁ ଯାଉଥିବା ଘଟଣା ବିଷୟରେ କୁହନ୍ତି । ଏବଂ ସେହିସବୁ କଥା ସତ ମଧ୍ୟ ହୁଏ । କାରଣ ଭଗବାନ ଆମ ହାତର ରେଖାରେ ହିଁ ଭାଗ୍ୟ ଭବିଷ୍ୟତ ସବୁ କିଛି ଉଲ୍ଲେଖ କରିଛନ୍ତି ଯାହାକୁ ବୁଝିବା ଆମ ପକ୍ଷେ ସମ୍ଭବ ହୋଇନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ହାତରେ ଥିବା ଅଧା ଚନ୍ଦ୍ର ବିଷୟରେ ଯାହାଫଳରେ ଆପଣ ସହଜରେ ଜାଣିପାରିବେ ନିଜର ହାତର ରେଖାରେ ଥିବା ଆଗାମୀ ସମୟ ବିଷୟରେ ।

ଏହା ଜରୁରୀ ନୁହେ କି ସମସ୍ତଙ୍କ ହାତରେ ଅଧା ଚନ୍ଦ୍ର ହୋଇଥିବ । ଅଧା ଚନ୍ଦ୍ର ତିନି ପ୍ରକାରର ହୋଇଥାଏ । ତେବେ ଜାଣନ୍ତୁ ସେହି ବିଷୟରେ । ପ୍ରଥମ: ଯେଉଁ ବ୍ୟକ୍ତିଙ୍କ ହାତରେ ଅଧା ଚନ୍ଦ୍ର ହୋଇଥାଏ ସେହି ବ୍ୟକ୍ତିଙ୍କ ସ୍ଵାଭାବ ବହୁତ ଆକର୍ଷଣୀୟ ହୋଇଥାଏ । ନିଜ ଜୀବନରେ ବହୁତ ଉନ୍ନତି କରି ଉପରେ ଥାନ୍ତି । ଏମାନେ ସମସ୍ତଙ୍କ ଠାରୁ ଭଲ ପାଇବାକୁ ପାଇବା ପାଇଁ ବହୁତ ଇଚ୍ଛା ରଖନ୍ତି ।

କିନ୍ତୁ କାହାକୁ ଏହି ବିଷୟରେ ଜାଣିବା ପାଇଁ ଦିଅନ୍ତି ନାହିଁ । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଜୀବନରେ ଯେକୌଣସି କଷ୍ଟ ଏମାନଙ୍କ ସାମ୍ନାକୁ ଆସିଲେ ମଧ୍ୟ ଏମାନଙ୍କ ପାଇଁ ସେହି କଷ୍ଟ ବଡ ହୋଇନଥାଏ । କୌଣସି କାର୍ଯ୍ୟକୁ କରିବା ପାଇଁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ ବା ଡରନ୍ତି ନାହିଁ ।

ଦିତୀୟ: ଏବେ ଜାଣିବା ଯେଉଁ ବ୍ୟକ୍ତିଙ୍କ ହାତରେ ରେଖାକୁ ମିଶାଇବା ଦ୍ଵାରା ସିଧା ହୋଇଥାଏ ଏବଂ ଅଧା ଚନ୍ଦ୍ର ହୋଇନଥାଏ । ତେବେ ଆପଣ ବହୁତ ଶାନ୍ତ ସ୍ଵାଭାବର ଓ ଦୟାଳୁ ସ୍ଵାଭାବର ହୋଇଥାନ୍ତି । ଏମିତି ମଣିଷ ଖୁବ କମ ଦେଖିବାକୁ ମିଳିବେ ଦୁନିଆରେ । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତି ମାନଙ୍କୁ ସମସ୍ତ କାର୍ଯ୍ୟ ଆରାମର ସହ କରିବା ପାଇଁ ଭଲ ଲାଗିଥାଏ ।

ତୃତୀୟ: ଏବେ ଜାଣନ୍ତୁ ଯେଉଁ ଲୋକଙ୍କ ହାତର ରେଖା ମିଶି ନଥାଏ ସେମାନେ କିପରି ସ୍ଵାଭାବର, ଯଦି ଆପଣଙ୍କ ହାତର ରେଖା ଯୋଡି ହୁଏ ନାହି ବା ଅସମାନ ଥାଏ ତେବେ ଏହି ଲୋକ ବୟସ୍କଲୋକଙ୍କ ସହ ରହିବା ପସନ୍ଦ କରନ୍ତି । ଏବଂ ନିଜ ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ବହୁତ ଭଲପାନ୍ତି ।

ଏମାନଙ୍କ ଉପରେ କେବେବି ଫରକ ପଡେ ନାହିଁ କି ଲୋକମାନେ ଏମାନଙ୍କ ବିଷୟରେ କଣ କହୁଛନ୍ତି । ଏହା ଥିଲା ଅଧା ଚନ୍ଦ୍ର ଥିବା ବ୍ୟକ୍ତିଙ୍କ ବିଷୟରେ ଥିବା କିଛି କଥା । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ଯନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *