ନମସ୍କାର ବନ୍ଧୁଗଣ, ଲୋକମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର ଏବଂ ଭବିଷ୍ୟତ ବିଷୟରେ ମଧ୍ୟ ଜାଣି ହୁଏ ସେହି ଲୋକର ଶରୀରରେ ଥିବା କଳାଜାଇରୁ । ତେବେ ଆଜି ଆମେ ଆପଣ ମାନଙ୍କ ମନରେ ଥିବା ସେହି ସବୁ ପ୍ରଶ୍ନକୁ ଦୂର କରିବାକୁ ଯାଉଛୁ ଯାହା ଆପଣଙ୍କ ମନରେ ଉଙ୍କି ମାରୁଅଛି ଅନେକ ଦିନରୁ କି କଳାଜାଇ ଶରୀରରେ ଥିଲେ କଣ କଣ ସବୁ ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହିସବୁ ବିଷୟରେ ।
ସମୁଦ୍ର ଶାସ୍ତ୍ରରେ କଳାଜାଇ ବିଷୟରେ ସମ୍ପୂର୍ଣ ଭାବେ କୁହାଯାଇଛି । ସେଥି ମଧ୍ୟରୁ ଦଶଟି ସ୍ଥାନରେ ଥିବା କଳାଜାଇ ବିଷୟରେ ଆସନ୍ତୁ ଜାଣିବା । ପ୍ରଥମ: ନାଭି ଉପରେ କଳାଜାଇ ହେବାକୁ ବ୍ୟକ୍ତିର ଦୁର୍ଭାଗ୍ୟ ବୋଲି ମନାଯାଏ । ଏମିତି ବ୍ୟକ୍ତି ଭୋଜନର ବହୁତ ଲାଳସା ରଖିଥାନ୍ତି । କିନ୍ତୁ ଯଦି କଳାଜାଇ ନାଭିର ପାଖା ପାଖି ହୋଇଥାଏ ତେବେ ସେହି ବ୍ୟକ୍ତିଙ୍କୁ ଧନର ପ୍ରାପ୍ତି ହୋଇଥାଏ ।
ଦିତୀୟ: ଯେଉଁ ଲୋକଙ୍କ ପିଠିରେ କଳାଜାଇ ଥାଏ ତେବେ ଏହା ରୋମାଣ୍ଟିକ ହେବା ସହ ଧନ ପ୍ରାପ୍ତିର ସୂଚକ ଅଟେ । ଏମିତି ବ୍ୟକ୍ତି ଖୁବ କମେଇଥାନ୍ତି ଏବଂ ଖର୍ଚ ମଧ୍ୟ କରିଥାନ୍ତି । ତୃତୀୟ: ଯେଉଁ ବ୍ୟକ୍ତିଙ୍କ ପାଦର ଆଙ୍ଗୁଠିରେ କଳାଜାଇ ହୋଇଥାଏ ସେମାନେ ସମାଜରେ ନିଜକୁ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ନିଜକୁ ବିବେଚିତ କରନ୍ତି ।
ଚତୁର୍ଥ: ଯେଉଁ ବ୍ୟକ୍ତିଙ୍କ ହାତର ବିଶି ଆଙ୍ଗୁଠିରେ କଳାଜାଇ ଥାଏ ସେମାନେ ଧନବାନ ହୋଇଥାନ୍ତି । ପଞ୍ଚମ: ଯେଉଁ ଲୋକଙ୍କ ନାଭିର ତଳେ କଳାଜାଇ ହୋଇଥାଏ ତାଙ୍କ ଜୀବନରେ କେବେ ଧନର ଅଭାବ ହୋଇନଥାଏ । ଷଷ୍ଠ: ଟିକିଲି ଲଗାଉଥିବା ସ୍ଥାନରେ କଳାଜାଇ ହେବାକୁ ଅତ୍ୟନ୍ତ ଶୁଭ ମନାଯାଏ ।
ଏବଂ ଏମାନଙ୍କୁ କେବେ ବି ଧନର ଅଭାବ ହୁଏ ନାହିଁ । ସପ୍ତମ: ଯେଉଁ ମାନଙ୍କ ଡାହାଣ ନାକରେ କଳାଜାଇ ରହିଥାଏ ସେମାନଙ୍କୁ କମ ପରିଶ୍ରମରେ ହିଁ ଧନର ପ୍ରାପ୍ତି ହୋଇଥାଏ । ଅଷ୍ଟମ: ଯେଉଁ ବ୍ୟକ୍ତିଙ୍କ ଥୋଡି ଉପରେ କଳାଜାଇ ହୋଇଥାଏ ଏମାନଙ୍କୁ କେବେ ବି ଧନର ଅଭାବ ହୁଏ ନାହିଁ । କାରଣ ଏମାନଙ୍କ ପାଖରେ ଆୟର ସାଧନ ରହିଥାଏ ।
ନବମ: ଯେଉଁ ବ୍ୟକ୍ତିଙ୍କ ଅନାମିକା ଆଙ୍ଗୁଠିରେ କଳାଜାଇ ହୋଇଥାଏ ସେମାନେ ବହୁତ ଧନବାନ ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କୁ ମଧ୍ୟ କୌଣସି ଜିନିଷର କମ ରହେ ନାହିଁ । ଦଶମ: ଯେଉଁ ବ୍ୟକ୍ତିଙ୍କ କନିଷ୍ଟ ଆଙ୍ଗୁଠିରେ କଳାଜାଇ ହୋଇଥାଏ ସେମାନେ ସମ୍ପତିଶାଳୀ ହୋଇଥାନ୍ତି କିନ୍ତୁ ଏମାନଙ୍କ ଜୀବନରେ କଷ୍ଟ ସହିତ ଶାନ୍ତି ମଧ୍ୟ ରହିଥାଏ ।
କିନ୍ତୁ ଏମାନେ ନିଜ ବୁଦ୍ଧି ବଳରେ ସେହି ସବୁ କଷ୍ଟକୁ ଦୂର କରିଦିଅନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।