ଜାଣନ୍ତୁ ମହୁ ର ଉପକାରିତା ବିଷୟରେ, ମହୁ ର କିଛି ଖାସ ଉପାୟ ବିଷୟରେ ଜାଣନ୍ତୁ…

ବନ୍ଧୁଗଣ ବର୍ତ୍ତମାନ ବର୍ଷା ଋତୁ ଚାଲି ଥିବାରୁ ପ୍ରାୟତଃ ଥଣ୍ଡା, କାଶ ସମସ୍ଯା ଦେଖା ଯାଉଛି । ଅନେକ ଲୋକ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ମେଡ଼ିସିନ ମଧ୍ୟ ଖାଉଥିବେ । ବେଳେବେଳେ ଏମିତି ହୋଇଥାଏ କି ମେଡ଼ିସିନ ଖାଇବା ଦ୍ଵାରା ଥଣ୍ଡା ବା କାଶ କମି ନ ଥାଏ । ଅନେକ ସମୟରେ ମେଡ଼ିସିନ ଖାଇ ଖାଇ ବିରକ୍ତ ମଧ୍ୟ ଲାଗିଥାଏ । ଥଣ୍ଡା କାଶ ରୁ ମୁକ୍ତି ପାଇବା ପାଇଁ ଖାଲି ମେଡିସିନ ଖାଇବା ଜରୁରୀ ତାହା ନୁହେଁ ।

ଏମିତି ଅନେକ ଉପାୟ ଅଛି ଯାହା ଖାଇବା ଦ୍ଵାରା ଥଣ୍ଡା କାଶ ସଂପୂର୍ଣ୍ଣ ରୂପେ ଠିକ ହୋଇଯିବ । ଯେମିତି କି ମହୁ । ମହୁ ଖାଇବା ଦ୍ଵାରା ଥଣ୍ଡା କାଶ ଗାୟବ ହୋଇଯିବ । ଆସନ୍ତୁ ଜାଣିବା କେଉଁ ପ୍ରଣାଳୀ ରେ ମହୁ ଖାଇବା ଉଚିତ । ବର୍ଷା ଦିନରେ ଥଣ୍ଡା ଜିନିଷ ଖାଇବା ଦ୍ଵାରା ଗଳା ରେ ଇନଫେସନ ହୋଇଥାଏ । ଏହି ସମୟରେ ହାଲକା ଗରମ ପାଣି ରେ ଅଳ୍ପ ମହୁ ଓ ଲେମ୍ବୁ ମିଶାଇ ପିଇଲେ ଗଳା ଠିକ ହୋଇଥାଏ ।

ଏହା ସହ ଜ୍ଵର, ନାକ ନ ଫିଟିବା, କାଶ କୁ ଠିକ କରିବା ପାଇଁ ମହୁ ରାମବାଣ ଭଳି କାର୍ଯ୍ୟ କରିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଅଦା ରସ ରେ ମହୁ ମିଶାଇ ସେବନ କରନ୍ତୁ । ଏ ସବୁ ସମସ୍ଯା ଦୂର ହୋଇଯିବ । ଏହା ସହ ମହୁ କୁ ଚାଟି ମଧ୍ୟ ଖାଇ ହେବ । ଏହା ଦ୍ଵାରା ଥଣ୍ଡା କାଶ ସମସ୍ଯା ରୁ ମୁକ୍ତି ମିଳିଥାଏ । ଦିନକୁ 3 ଥର ଏହିପରି ମହୁ ଚାଟି ଖାଇବା ଦ୍ଵାରା କାଶ ବନ୍ଦ ହୋଇଯାଏ ।

ଏହା ସହ ମହୁ ରେ ଡାଲଚିନି ପାଉଡ଼ର ମିଶାଇ ଖାଇଲେ ବେଶ ଲାଭଦାୟକ ହୋଇଥାଏ । ଗୋଟେ କପ ଗରମ ପାଣି ରେ ମହୁ ମିଶାଇ ପିଇଲେ ଦିନ ସାରା ଶରୀରକୁ ଏନର୍ଜି ମିଳିଥାଏ । ଅନେକ ସମୟରେ ଏମିତି ହୋଇଥାଏ କାମ କରିବା ସମୟରେ ଥକାପଣ ଅନୁଭବ ହୋଇଥାଏ । ଏଥିପାଇଁ ପ୍ରତି ଦିନ ଗରମ ପାଣି ରେ ଏକ ଚାମଚ ମହୁ ମିଶାଇ ସେବନ କରିଲେ କାମ କରିବାକୁ ଏନର୍ଜି ମିଳିଥାଏ ।

ଆମେ ଆଜି ଆପଣଙ୍କୁ କହିଲୁ ମହୁ ଖାଇବାର ଉପକାରିତା ବିଷୟରେ । ଏହି ସବୁ ପ୍ରଣାଳୀ ରେ ମହୁ ଖାଇବା ଦ୍ଵାରା ଶରୀର ସୁସ୍ଥ  ରହିଥାଏ । ଏହା ସହ ଶରୀର କୁ ଏନର୍ଜି ମଧ୍ୟ ମିଳିଥାଏ । ତେବେ ଆପଣ ମାନେ ମଧ୍ୟ ଥଣ୍ଡା, କାଶ, ଜ୍ଵର ଭଳି ସମସ୍ଯା ରୁ ମୁକ୍ତି ପାଇବା ପାଇଁ ଏହି ଉପାୟ ଗୁଡିକ ନିଶ୍ଚୟ କରନ୍ତୁ ।

ଦେଖିବେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିବ । ମହୁ ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାର ସେବନ ପ୍ରତି ଦିନ କରିଲେ ଶରୀର ସୁସ୍ଥ ରହିଥାଏ । ମହୁ ରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ରହିଥାଏ ଯାହା ଆମକୁ ହେଲଥି ରଖିଥାଏ ।   ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *