ଯେଉଁ ମହିଳା ଙ୍କ ଠାରେ ଏହି 7ଟି ଲକ୍ଷଣ ଦେଖା ଯାଇଥାଏ ସେମାନେ ମା ଲକ୍ଷ୍ମୀଙ୍କ ସ୍ଵରୁପା ହୋଇଥାନ୍ତି ।

ହିନ୍ଦୁ ଧର୍ମରେ ନାରୀଙ୍କୁ ଦେବୀର ମାନ୍ୟତା ଦିଆଯାଇଛି । ପ୍ରତେକ ପୁରୁଷଙ୍କ ଅର୍ଦ୍ଧାଙ୍ଗିନୀ ତାଙ୍କ ସ୍ତ୍ରୀ ହିଁ ହୋଇଥାନ୍ତି । ପୁରୁଷ ଜୀବନରେ ଉନ୍ନତିର କାରଣ ସ୍ତ୍ରୀ ହୋଇଥାଏ । ଯେଉଁ ନାରିଙ୍କ ଠାରେ ଏହି 7ଟି ଲକ୍ଷଣ ରହିଥାଏ ସେମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । ଏହି ନାରିଙ୍କ ପାଦ ଯେଉଁ ଘରେ ପଡିଥାଏ ସେହି ଘରୁ ସବୁ ପ୍ରକାରର ଦୁଃଖର ନାସ ହୋଇଥାଏ ।

ଘରେ ସୁଖ ସମୃଦ୍ଧି ଓ ବୈଭବ ରେ ଭରି ଯାଇଥାଏ । ଗରୁଡ ପୁରାଣ ଅନୁଯାୟୀ ମା ଲକ୍ଷ୍ମୀ ରୂପୀ ଏହି ନାରିଙ୍କ ଆଗମନରେ ପଜେଟିଭ ଶକ୍ତିର ସଂଚାର ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ନାରିଙ୍କର ଲକ୍ଷଣ ବିଷୟରେ ଯେଉଁ ମାନେ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି ।

୧- ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ନାରୀ : ଗରୁଡ ପୁରାଣ ଅନୁଯାୟୀ ଯେଉଁ ନାରୀ ବ୍ରହ୍ମ ମୂହୁର୍ତ୍ତରେ ଉଠିଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୁଏ । ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ନାରୀ ସବୁ ଦେବୀ ଦେବତାଙ୍କ କୃପା ଲାଭ ହୁଏ ।

୨- ଦେବପୁଜା କରୁଥିବା ନାରୀ : ଯେଉଁ ମହିଳା ନିତ୍ୟ କର୍ମ କରି ସ୍ବଚ୍ଛ ବସ୍ତ୍ର ପିନ୍ଧି ଦେବୀ ଦେବତାଙ୍କ ପୂଜା ଉପାସନା କରିଥାନ୍ତି ଏବଂ ଆରତୀ କରି ଦୀପ ଧୂପ ଲଗାଇଥାନ୍ତି ଏମିତି ନାରିଙ୍କ ପାଇଁ ଘରେ ସୁଖ ଶାନ୍ତି ବାସ କରିଥାଏ ।

୩- ସଫାସୁତୁରା କରିବା : ଯେଉଁ ସ୍ତ୍ରୀ ଙ୍କ ଘରେ ସର୍ବଦା ସଫା ସୁତୁରା ରହିଥାଏ ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ଏମିତି ଘରେ ଥିଲେ ଗୃହକୁ ସୁଖ ଶାନ୍ତି ଆସିଥାଏ ।

୪- ଦେବତାଙ୍କୁ ଜଳ ଅର୍ପଣ କରୁଥିବା ମହିଳା : ଯେଉଁ ନାରୀ ପ୍ରତିଦିନ ଦେବତାଙ୍କୁ ଜଳ ଅର୍ପଣ କରିବା ସହ ତୁଳସୀ ଗଛରେ ଜଳ ଦେଇ ନମସ୍କାର କରିଥାନ୍ତି ସେମାନେ ମା ଲକ୍ଷ୍ମୀ ରୂପୀ ହୋଇଥାନ୍ତି । ଏମିତି ମହିଳାଙ୍କ ଘରେ ରୋଗ, କଷ୍ଟ ପ୍ରବେଶ କରେ ନାହିଁ ।

୫- ସ୍ବାମୀର ସେବା କରିବା : ଯେଉଁ ସ୍ତ୍ରୀ ପ୍ରତିଦିନ ସ୍ବାମୀର ଚରଣ ଛୁଇଁ ଆଶୀର୍ବାଦ ଦେଇଥାନ୍ତି, ଶୋଇବା ପୂର୍ବରୁ ସ୍ବାମୀର ସେବା କରିଥାନ୍ତି ଏଭଳି ସ୍ତ୍ରୀ ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ।

୬- ମିଠା କଥା କହୁଥିବା ନାରୀ : ଯେଉଁ ନାରୀ ସର୍ବଦା ମଧୁର କଥା କୁହନ୍ତି, କେବେ ବି କାହାକୁ କଟୁ ଶବ୍ଦ କୁହନ୍ତି ନାହିଁ ସେମାନେ ମା ଲକ୍ଷ୍ମୀ ଙ୍କୁ ପ୍ରିୟ ହୋଇଥାନ୍ତି । ଯେଉଁ ମାନେ କପଟ କରିଥାନ୍ତି ଓ ଗାଳି କରନ୍ତି ସେମାନଙ୍କ ଘରେ ମା ଲକ୍ଷ୍ମୀ ଙ୍କ ବାସ ରୁହେ ନାହିଁ ।

୭- ସ୍ଵାଦିଷ୍ଟ ଭୋଜନ : ଯେଉଁ ନାରିଙ୍କ ହାତରେ ସ୍ଵାଦିଷ୍ଟ ଭୋଜନ ହୋଇଥାଏ ସେମାନେ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ କରିଥାନ୍ତି । ଯେଉଁ ନାରୀଙ୍କର ରୋଷେଇ ହୋଇଥିବା ଅର୍ଣ୍ଣ ର ସବୁବେଳେ ପ୍ରଶଂସା ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି ନାରିଙ୍କ ଘରେ ଦେବତା ବାସ କରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *