ଯେଉଁ ସ୍ତ୍ରୀ ମାନଙ୍କ ପାଖରେ ଥାଏ ଏହି ସବୁ ଲକ୍ଷଣ, ତାଙ୍କ ଉପରେ ସବୁବେଳେ ରହିଥାଏ ମା ଲକ୍ଷ୍ମୀ’ ଙ୍କ କୃପା, ଏମାନଙ୍କ ପାଦ ପଡିଲେ ଘରକୁ ଆସେ ସୁଖ ସମୃଦ୍ଧି

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବା ସଙ୍ଗେ ସଙ୍ଗେ ଜଣେ ଭଲ ନୀତିକାର ମଧ୍ୟ ଅଟନ୍ତି । ଆଚାର୍ଯ୍ୟ ଚାଣକ୍ୟ ନିଜ ମହାନ ନୀତିଶିକ୍ଷାରେ ବହୁତ କିଛି ଉଲ୍ଲେଖ କରିଯାଇଛନ୍ତି । ଯଦି ଆପଣ ଜଣେ ସଫଳ ବ୍ୟକ୍ତି ହେବାକୁ ଚାହୁଁଛନ୍ତି, ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶିକ୍ଷା ଉପରେ ନଜର ଦିଅନ୍ତୁ ।

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶିକ୍ଷାରେ କିଛି ଏମିତି ଲକ୍ଷଣ ଥିବା ମହିଳା ମାନଙ୍କ ବିଷୟରେ କହିଛନ୍ତି, ଯେଉଁ ଲକ୍ଷଣ ଉପରେ ମାଲକ୍ଷ୍ମୀ ବହୁତ କୃପପା ରହିଥାଏ । ଏବଂ ମନସନ୍ତୁଷ୍ଟ ଭଳି ଉପହାର ମଧ୍ୟ ଦେଇଥାନ୍ତି । ଆସନ୍ତୁ ଜାଣିବା ତାହା ବିଷୟରେ ।

ଏହି ଲକ୍ଷଣ ଯେଉଁ ମହିଳା ପାଖରେ ଦେଖାଯାଏ ସେ ନିଜ ପରିବାର ଏବଂ ଘରପ୍ରତି ସମୃଦ୍ଧି ଆଣିଥାଏ । ଶାସ୍ତ୍ରରେ ସଦାସର୍ବଦା ନାରୀ ମାନେ ଉଚ୍ଚସ୍ଥାନରେ ରହିଆସିଛନ୍ତି । ନାରୀକୁ ଦୁଖଦେଲେ କେଉଁ ବ୍ୟକ୍ତି ସୁଖୀ ରହିପାରେନାହିଁ । ନାରୀ ଖୁସିରେ ରହିଲେ ଗୃହରେ ଆନନ୍ଦର ଲହରୀ ଖେଳି ଉଠେ । ସେଇଭଳି ନାରୀ ଆଖିରେ ଲୁହ କିମ୍ବା ନାରୀକୁ କୁ କଷ୍ଟ ଦେଲେ ତାର ଅଭିଶାପ ରେ ବହୁତ କିଛି ବିପତ୍ତି ଆସିଥାଏ । ନାରୀମାନଙ୍କୁ କଷ୍ଟ ଦେଲେ ତାହା ସ୍ଵୟଂ ମା ଲକ୍ଷ୍ମୀଙ୍କର ଅପମାନ ହେଇଥାଏ । ମା ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ ଅସନ୍ତୁଷ୍ଟ ହେଇଥାନ୍ତି ।

ପୁରାଣ ଶାସ୍ତ୍ରରେ ଆଜି ପର୍ଯ୍ୟନ୍ତ ଯେଉଁ ବ୍ୟକ୍ତିମାନେ ନାରୀକୁ ଅପମାନ କରିଛନ୍ତି ତାହାର ବିଧ୍ୱୋଂସ ହେଇଛି । ତେଣୁ ଚରିତ୍ରବାନ ନାରୀମାନଙ୍କୁ ଦୁଖକଷ୍ଟ ଦେବା ଉଚିତ ନୁହେଁ । ବିବାହ ପୂର୍ବରୁ ଦେଖାଯାଉଥିବା ନାରୀମାନଙ୍କର ଏହିସବୁ ଲକ୍ଷଣ ସୁଖସମୃଦ୍ଧି ଆଡକୁ ନେଇଥାଏ,ତେଣୁ ବିବାହ ପୂର୍ବରୁ ନାରୀ ମାନଙ୍କ ଲକ୍ଷଣ ବିଷୟରେ ଅବଗତ ହେବା ଆବଶ୍ୟକ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶିକ୍ଷାରେ କୁହାଯାଇଛି ଯେ “ସା ଭାର୍ୟା ୟା ଗୃହେ ଦକ୍ଷା, ସା ଭାର୍ୟା ୟା ପ୍ରିୟମ୍ବଦା” । “ସା ଭାର୍ୟା ୟା ପ୍ରତିପ୍ରାଣହା, ସା ଭାର୍ୟା ୟା ପାତୀବ୍ରତା” ।

ଅର୍ଥାତ ଯେଉଁ ନାରୀ ନିଜ ଗୃହରେ ସଦାସର୍ବଦା ନିଜର ମଧୁର ବଚନରେ ପରିବାର ଲୋକଙ୍କ ପ୍ରିୟପାତ୍ର ହେଇଥାଏ । ତା କଣ୍ଠରେ ସ୍ଵୟଂ ମାଲକ୍ଷ୍ମୀ ବାସ କରିଥାନ୍ତି । ଏହାପରେ ଯେଉଁ ନାରୀ ନିଜ ବାସଗୃହର ସମସ୍ତ କାର୍ଯ୍ୟ କରିଥାଏ ଏବଂ କାହା ଉପରେ ବିରକ୍ତ ହୁଏନାହିଁ, ସେହି ନାରୀ ଘରର ଉନ୍ନତି ତଥା ସୁଖସାନ୍ତିର କାରଣ ହୋଇଥାଏ । ଯେଉଁ ନାରୀ ନିଜ ସ୍ଵାମୀଙ୍କୁ ମନପ୍ରାଣ ଦେଇ ସ୍ନେହଆଦର କରିଥାନ୍ତି ସେ ନାରୀ ମାଲକ୍ଷ୍ମୀଙ୍କର ସୌଭାଗ୍ୟ,ଆଶୀର୍ବାଦ ପାଇଥାନ୍ତି ।

ଦରକାର ପଡିଲେ ସ୍ବାମୀଙ୍କ ପାଇଁ କଠିନରୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଛଘୁଞ୍ଚା ଦିଅନ୍ତିନାହିଁ । ଯେଉଁ ନାରୀମାନେ ପାତୀବ୍ରତା ହୋଇଥାନ୍ତି ଅର୍ଥାତ ନିଜ ସ୍ବାମୀଙ୍କ ବ୍ଯତୀତ ଅନ୍ୟ କୌଣସି ପର-ପୁରୁଷ ପ୍ରତି ଆକର୍ଷଣ ହେଇନଥାନ୍ତି ସେ ସର୍ବଦା ନିଜ ସ୍ଵାମୀ ପ୍ରତି ତତ୍ତପ୍ପର ଥାନ୍ତି । ଏହିଭଳି ନାରୀମାନଙ୍କୁ ମାଲକ୍ଷ୍ମୀ ଉପହାର ସ୍ଵୋରୂପ ପୁତ୍ରସନ୍ତାନ ପ୍ରଦାନ କରିଥାନ୍ତି । ଏହାଥିଲା ନାରୀମାନଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ ଭଲଲାଗିଲେ ଲାୟକ କରନ୍ତୁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *