ଜୀବନସାରା କରଜରେ ବୁଡି ରହିଥାନ୍ତି ଏହି 3ଟି ଅଭ୍ୟାସ ଛାଡୁନଥିବା ଲୋକ- Chanakya Niti 

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଏମିତି କିଛି ଖରାପ ଅଭ୍ୟାସ ରହିଥାଏ ଯାହାରା ଖରାପ ପ୍ରଭାବ ଜୀବନ ଉପରେ ପଡିଥାଏ । ଚାଣକ୍ୟ ତାଙ୍କ ନୀତିରେ ମଣିଷ ଜୀବନର ସମସ୍ତ ଘଟଣା ଆଧାରରେ ଅନେକ କିଛି ଅଭ୍ୟାସ ଛାଡିବାର ଉପଦେଶ ଦେଇଛନ୍ତି । ତେବେ ଆଜି ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ନଛାଡିବା ଦ୍ଵାରା ମଣିଷ ସବୁବେଳେ ଧାର କରଜରେ ବୁଡି ରହିଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ଚାଣକ୍ୟଙ୍କର ସେହି ଉପଦେଶ ଗୁଡିକ ବିଷୟରେ ।

ପ୍ରଥମ: ଯଦି ଜୀବନରେ ଖୁସିରେ ବଞ୍ଚିବା ପାଇଁ ଚାହୁଁଥାନ୍ତି ତେବେ କରିଥିବା ସମସ୍ତ ଋଣକୁ ଗୋଟି ଗୋଟି କରି ସୁଜିଦେବା ଦରକାର । ଦିତୀୟ: ମଣିଷକୁ ନିଜ ଭବିଷ୍ୟତ କିମ୍ବା ଅତୀତ ବିଷୟରେ ଭାବିବା ଉଚିତ ନୁହେଁ । କେବଳ ବର୍ତ୍ତମାନ ସମୟ କଥା ଭାବି ଜୀବନକୁ ସଫଳ କରାଯାଇପାରେ । ତୃତୀୟ: ଶିକ୍ଷା ହିଁ ମଣିଷକୁ ପରିଚୟ ଦେଇଥାଏ । ସୁନ୍ଦରତା ଓ ଯୌବନ ଛାଡି ଚାଲିଯାଇଥାଏ ।

କିନ୍ତୁ ଶିକ୍ଷା ଏକମାତ୍ର ଏମିତି ସାଥି ଯେ ସବୁବେଳେ ଆମ ସହ ରହିଥାଏ । ଚତୁର୍ଥ: ବ୍ୟବସାୟ ସହ ଜଡିତ ଥିବା କୌଣସି ତଥ୍ୟ କାହାକୁ କହିବା ଉଚିତ ହୋଇନଥାଏ । ଏହା କରିବାଦ୍ବାରା ବିନାଶ ସୁନିଶ୍ଚିନ୍ତ । ପଞ୍ଚମ: ବାସ୍ତବିକ ଜ୍ଞାନ କୌଣସି ବହି କିମ୍ବା ସମ୍ପତ୍ତିରେ ମିଳିନଥାଏ । ଯଦି ଏହା ହୋଇଥାନ୍ତା ତେବେ ଲୋକ ଦରକାର ଥିବା ସମୟରେ ମଧ୍ୟ ଏହାର ପ୍ରାୟୋଗ କରିପାରିନଥାନ୍ତେ ।

ଷଷ୍ଠ: ଆପଣଙ୍କ ନିକଟତର ଥିବା ବ୍ୟକ୍ତି ଆପଣଙ୍କ ଠାରୁ ଯେତେ ଦୂରରେ ରହିଲେ ମଧ୍ୟ ସବୁବେଳେ ଆପଣଙ୍କ ହୃଦୟରେ ସେ ରହିଥାନ୍ତି । ଯଦି ଥରେ ହୃଦୟରୁ ବାହାରି ଯାନ୍ତି ତେବେ ଯେତେ ପାଖରେ ରହିଲେ ମଧ୍ୟ ଆଉ ନିଜର ହୋଇପାରନ୍ତି ନାହିଁ । ସପ୍ତମ: କିଛି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିଛି ପ୍ରଶ୍ନ ନିଜ ପଚାରିବା ଦରକାର । କଣ ଆପଣ ନିଜେ କାର୍ଯ୍ୟ କରିବା ପାଇଁ ଚହୁଁଛନ୍ତି ? କଣ ସତରେ ଆପଣଙ୍କୁ ସଫଳତା ମିଳିବ ? ଏହି କାର୍ଯ୍ୟ କାହିଁକି କରିବା ପାଇଁ ଚହୁଁଛନ୍ତି ।

ଯଦି ଏହି ସବୁର ଉତ୍ତର ସକାରାତ୍ମକ ମିଳିଥାଏ ତେବେ ଯାଇ ସେହି କାର୍ଯ୍ୟକୁ ଆରମ୍ଭ କରିବା ଆବଶ୍ୟକ । ଅଷ୍ଟମ: ନିଜ ମନରେ ରହିଥିବା ଡରରେ କେବେ ଭୟଭୀତ ହେବା ଉଚିତ ନୁହେଁ । ଯଦି ଆପଣଙ୍କୁ କୌଣସି କଥାର ଭୟ ରହିଛି ତେବେ ତାହାର ସାମ୍ନା କରି ତାହାକୁ ମୂଳରୁ ହିଁ ଶେଷ କରି ଦିଅନ୍ତୁ ।

ନବମ: ନିଜ ଧନକୁ ଏଭଳି ମଣିଷକୁ ଦିଅନ୍ତୁ ଯିଏ ଏହାର ପ୍ରକୃତ ମୂଲ୍ୟକୁ ବୁଝିଥିବ । ଦଶମ: ଭଗବାନଙ୍କୁ ମନ୍ଦିରରେ ଖୋଜିବା ବୃଥା । କାରଣ ଯେଉଁ ଶରୀରରେ ପବିତ୍ର ଆତ୍ମା ରହିଥାଏ ସେହି ଶରୀରରେ ହିଁ ସ୍ଵୟଂ ଭଗବାନ ବାସ କରିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *