କାର୍ତ୍ତିକ ମାସରେ ନିଶ୍ଚୟ ପାଳନ କରନ୍ତୁ ଏହି 7ଟି ନିୟମ, ତା ପରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ, ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି ମନାଯାଇଥାଏ । ଏହି ମାସଟି ଭଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ ଅଟେ । ଏହି ପବିତ୍ର କାର୍ତ୍ତିକ ମାସରେ ଦାନ ଧର୍ମ ପୂଜା ପାଠ ଇତ୍ୟାଦି କରିବା ଫଳରେ ଜୀବନରୁ ସମସ୍ତ କଷ୍ଟ ଦୂର ହୋଇଥାଏ । ଏବଂ ସମସ୍ତ ପାପ ଧୋଇ ହୋଇଯାଏ ବୋଲି କୁହାଯାଏ । ତେବେ ଏହି କାର୍ତ୍ତିକ ମାସରେ କେଉଁ ସବୁ କାର୍ଯ୍ୟ କରିବା ଦ୍ଵାରା ପୂଣ୍ୟ ଅର୍ଜନ ହୋଇଥାଏ ବା ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି ତାହା ଆମେ ଆପଣ ମାନଙ୍କୁ ଜଣାଇବୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ସେହି 7ଟି ଉପାୟ ବିଷୟରେ ।

ପ୍ରଥମ: ଶ୍ରୀ ହରିଙ୍କର ତୁଲସୀ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଏହି ମାସରେ ତୁଲସୀ ପୂଜାକୁ ବହୁତ ଗୁରୁତ୍ଵ ମାନଯାଇଥାଏ । ଏହି ମାସରେ ତୁଲସୀ ମାତାଙ୍କୁ ସର୍ବଦା ପୂଜା କରିବା ଉଚିତ । ଦିତୀୟ: କାର୍ତ୍ତିକ ମାସରେ ଦୀପ ଦାନକୁ ବହୁତ ପବିତ୍ର ମନାଯାଏ । ଏହି ମାସରେ ନଦୀ ଏବଂ ପୋଖରୀ ଆଦିରେ ଦୀପ ଦାନ କରିବା ଉଚିତ ।

ଏହା କରିବା ଫଳରେ ଘରୁ ନକରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଥାଏ । ତୃତୀୟ: ଏହି ମାସରେ ବିଛଣାକୁ ତ୍ୟାଗ କରି ଭୂମିରେ ଶୋଇବା ଆବଶ୍ୟକ ହୋଇଥାଏ । କୁହାଯାଏ ଭୂମି ଉପରେ ଶୋଇବା ଦ୍ଵାରା ବ୍ୟକ୍ତିର ମନ ଶୁଦ୍ଧ ହୋଇଥାଏ । ଚତୁର୍ଥ: ଏହି ପବିତ୍ର କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ ।

ପଞ୍ଚମ: ଏହି କାର୍ତ୍ତିକ ମାସ ସାରା ମୁଗ, ମସୁର, ଚଣା ଏବଂ ମଟର ଆଦି ଖାଦ୍ୟ ପଦାର୍ଥ ସେବନ କରିବା ଉଚିତ ଅଟେ ନାହିଁ । ମଦ ଓ ମାଂସ ସେବନ ଠାରୁ ମଧ୍ୟ ଏହି ମାସ ସାରା ଦୂରେଇ ରହିବା ଆବଶ୍ୟକ । ଷଷ୍ଠ: ଯେଉଁ ଲୋକ ଏହି ମାସରେ କାର୍ତ୍ତିକ ବ୍ରତ ରଖିଥାନ୍ତି ସେମାନେ ନିଜ ଜୀବନକୁ ତପସ୍ଵୀ ଭଳି ଜୀବନ ଅତିବାହିତ କରିବା ଉଚିତ । ଏବଂ କମ କଥାବାର୍ତ୍ତା କରନ୍ତୁ ।

ଅନ୍ୟମାନଙ୍କ ସହ ଝଗଡା କରନ୍ତୁ ନାହିଁ । କୌଣସି ଖରାପ କାମରେ ନିଜ ମନକୁ ଯିବାରୁ ନିଜ ମନକୁ ନିୟନ୍ତ୍ରଣରେ ରେ ରଖନ୍ତୁ । ସପ୍ତମ: କାର୍ତ୍ତିକ ମାସରେ ବ୍ରହ୍ମ ଚର୍ଯା ନିୟମ ପାଳନ କରିବା ଉଚିତ । ଭଗବାନ ବିଷ୍ଣୁଙ୍କ ନାମ ସବୁବେଳେ ନିଜ ମନରେ ସ୍ମରଣ କରିବା ଦରକାର । ଏହା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଶେଷ ହୋଇଥାଏ ।

ସମସ୍ତ ସମସ୍ୟାର ସମାଧାନ ମଧ୍ୟ ଖୁବ ସହଜରେ ହୋଇଯାଇଥାଏ । ଏହି ମାସ ସାରା ଭୋର ସମୟରେ ସ୍ନାନ କରିବା ଫଳରେ ମନରେ ସକାରାତ୍ମକ ଊର୍ଜା ଆସିଥାଏ । ଏହି ସବୁ କଥା ଗୁଡିକୁ କାର୍ତ୍ତିକ ମାସ ସାରା ପାଳନ କରନ୍ତୁ ଆପଣ ନିଶ୍ଚୟ ଶୁଭ ଫଳ ପ୍ରାପ୍ତ କରିବେ ନିଜ ଜୀବନରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *