ପ୍ରତିଦିନ 2ଟି କଦଳୀ ଖାଇବାର ଫାଇଦା ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ- Banana Benefits

ବନ୍ଧୁଗଣ ଅନେକ ଲୋକଙ୍କ ମନରେ ଭୁଲ ଧାରଣା ରହିଛି ଯେ କଦଳୀ ଖାଇଲେ ମୋଟାପଣ ବୃଦ୍ଧି ପାଇଥାଏ । କିନ୍ତୁ ଏହା ସମ୍ପୃନ୍ନ ଭୁଲ ଅଟେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କଦଳୀ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ହଠାତ ଶକ୍ତି ପାଇବାକୁ ଚାହୁଁଛନ୍ତି ତେବେ କଦଳୀର ସେବନ କରିପାରିବେ । ଆଜି ଆମେ ଜାଣିବା ପ୍ରତିଦିନ ୨ଟି କଦଳୀ ଖାଇଲେ କେଉଁ କେଉଁ ଫାଇଦା ମିଳିଥାଏ ।

୧- କଦଳୀରେ ପ୍ରଚୁର ପରିମାଣର ଫାଇଭର ରହିଥାଏ । ଏହା ହଜମ ହେବାରେ ସମୟ ଅଧିକ ନେଇଥାଏ । ପ୍ରତିଦିନ ୨ଟି କଦଳୀର ସେବନ କରିଲେ ଭୋକ ଲାଗିବ ନାହିଁ । ଯାହା ଫଳରେ ଓଜନ ହ୍ରାସ ପାଇନ ଥାଏ ।

୨- ପ୍ରତିଦିନ ୨ଟି କଦଳୀର ସେବନ କରିଲେ ଏହା ରକ୍ତଚାପ ବୃଦ୍ଧି ହେବାକୁ ଦିଏ ନାହିଁ । କଦଳୀରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । କଦଳୀର ସେବନ କରିଲେ ରକ୍ତଚାପ ନିୟନ୍ତ୍ରଣ କରିବା ସହ ହୃତପିଣ୍ଡ ଜନିତ ରୋଗରୁ ରକ୍ଷା କରିଥାଏ ।

୩- କଦଳୀ ଖାଇଲେ ମୁଡ ଭଲ ହୋଇଥାଏ । ଏଥିରେ ଥିବା କ୍ୟାମିକାଲ ମସ୍ତିସ୍କର ହରମୋନକୁ ନିୟନ୍ତ୍ରଣ କରିଥାଏ । ଯାହା ଦ୍ଵାରା ମାନସିକ ଚାପ ଅଧିକ ହୁଏ ନାହିଁ । ପ୍ରତିଦିନ ୨ଟି କଦଳୀ ଖାଇଲେ ଶରୀରର ସହ ମନ ସୁସ୍ଥ ରହିଥାଏ ଏବଂ ଭଲ ନିଦ୍ରା ହୋଇଥାଏ ।

୪- ଶରୀରରେ ରକ୍ତର ଅଭାବ ହେଲେ ଶ୍ଵାସ ଫୁଲିବା, ତ୍ଵଚା ଶିଖିବା ଭଳି ଲକ୍ଷଣ ଦେଖାଯାଏ । ଶରୀରରେ ହିମୋଗ୍ଲୋବିନର ଅଭାବ ହେଲେ ଏମିତି ହୁଏ । କଦଳୀ ପ୍ରତିଦିନ ଖାଇବା ଦ୍ଵାରା ତ୍ଵଚାରେ ଗ୍ଲୋ ଆଣିବା ସହ ଆନିମିଆ ସମସ୍ଯା ଦେଖାଯାଏ ନାହିଁ ।

୫- କଦଳୀ ସହଜରେ ହଜମ ହୋଇଯାଇଥାଏ । ଏହା ଅନ୍ତ ନଦୀକୁ କ୍ଷତି ପହଞ୍ଚାଇ ନ ଥାଏ । ଗ୍ଯାସ ସମସ୍ଯା ଥିଲେ କଦଳୀର ସେବନ କରିପାରିବେ । ଏହା ଛଡା ଡାଇରିୟା ହୋଇଥିଲେ କଦଳୀର ସେବନ କରିବା ଉଚିତ । ଏହାର ସେବନ କରିଲେ ଛାତି ଫୋଡା ବନ୍ଦ ହୁଏ ।

୬- କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍ସ ପ୍ରାକୃତିକ ସୁଗାର, ପୋଷାକ ତତ୍ତ୍ଵ ରହିଥାଏ । ପ୍ରତିଦିନ ଗୋଟେ କଦଳୀର ସେବନ କରିଲେ ଶରୀରରେ ଅଭାବ ହେଉଥିବା ଭିଟାମିନ-ବି୬ ର ଅଭାବ ପୂରଣ କରିଥାଏ । କଦଳୀରେ ଭିଟାମିନ-ସି ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିଥାଏ ।

୭- କଦଳୀରେ ଥିବା ପୋଟାସିୟମ ମାଂସପେଶୀରେ କ୍ରାମ ଆସିବାକୁ ଦିଏ ନାହିଁ । ଏଥିରେ ଥିବା କାର୍ବୋ-ହାଇଡ୍ରେଡ ଶରୀରକୁ ଶକ୍ତି ଯୋଗାଇଥାଏ । ପ୍ରତିଦିନ ୨ଟି କଦଳୀ ସେବନ କରିଲେ ହାଡ ଷ୍ଟ୍ରଙ୍ଗ ହୁଏ ।

୮- ଯଦି ଆପଣ ନିଜ ସ୍କିନକୁ ଅଧିକ ଦିନ ଯାଏଁ ଉଜ୍ବଳ ରଖିବାକୁ ଚାହୁଁଛନ୍ତି ତେବେ କଦଳୀ ପେଷ୍ଟ ତିଆରି କରିବା ପାଇଁ ଗୋଟେ କଦଳୀ, ଅଣ୍ଡାର ଧଳା ଅଂସ, ଲେମ୍ବୁ ରସ ଓ ଏକ ଚାମଚ ଓଲିଭ ଅଏଲ ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *