ବନ୍ଧୁଗଣ ଯଦି ଆପଣଙ୍କ ଛାତିରେ ଅନେକ ଦିନ ହେବ କଫ ଜମି ରହିଛି ଯାହା ପାଇଁ ଆପଣ ବାରମ୍ବାର ରୋଗରେ ପଡ଼ୁଛନ୍ତି, ଗଳାରେ କଫ ଜମିକି ଅଛି ଯାହା ପାଇଁ ବାରମ୍ବାର କାସ, ଆଲର୍ଜି ଓ ଥଣ୍ଡା ହେବା ସମସ୍ଯା ରହିଛି । ଏହାର କାରଣ ଛାତିରେ ଜମା ଥିବା କଫ ଯାହା ଇନଫେକସନ କାରଣରୁ ହୋଇଥାଏ । ଗଳା ରେ ଜମା କଫକୁ କାଢିବା ପାଇଁ ଆଜି ଆମେ ଏକ ଘରୋଇ ନୁସଖା ବିଷୟରେ କହିବାକୁ ଯାଉଛୁ ।
ଆପଣ ଏହକୁ ବନାଇ 1 ସପ୍ତାହ ଯାଏଁ ସେବନ କରି ପାରିବେ । ଆପଣଙ୍କ ରୋଗକୁ ସଂପୂର୍ଣ୍ଣ ଠିକ କରିପାରିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ତେଜପତ୍ର ଯାହା ଆମେ ତରକାରୀ ବନାଇବାରେ ପ୍ରୟୋଗ କରୁ । ଆପଣଙ୍କୁ 6ଟି ତେଜପତ୍ର ର ଆବଶ୍ୟକତା ପଡିବ । ଟାରେ ତେଜପତ୍ରକୁ ଛୋଟ ଛୋଟ ପିସ କରି ଛିଡାଇ ଦିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଅଦା । ଅଦା ରୁ ଭଲ ଭାବେ ଚୋପା ଛଡାଇ ଏହାକୁ ଧୋଇ ନିଅନ୍ତୁ ।
ଅଦା କୁ ପତଳା ପତଳା କରି କାଟି ଦିଅନ୍ତୁ । ଅଦା ଥଣ୍ଡା, କାସ, ଜ୍ଵର ଭଳି ସମସ୍ଯା ଠିକ କରିଥାଏ । ଅଦା ରେ ଭିଟାମିନ-ସି, ଫସଫରସ, କ୍ୟାଲସିୟମ, ଆଇରନ, ଜିଙ୍କ, କପର, ମ୍ୟାଗ୍ନେସିୟମ ଭଳି ପୋଷାକ ତତ୍ତ୍ଵ ମିଳିଥାଏ । ଏହା ବ୍ୟାକ୍ଟେରିୟା ସହ ଲଢିବାରେ ସାହାର୍ଯ୍ୟ କରେ । ଗଳା ରେ ଥିବା ସଂକ୍ରମଣ ଦୂର କରିବାକୁ ଅଦା ସହାୟକ ହୋଇଥାଏ । ଯଦି ଆପଣ ଗୋଟେ ଦିନ ପାଇଁ ଏହାକୁ ବନାଉଛନ୍ତି ତେବେ ଏକ ପାତ୍ରରେ ଦେଢ କପ ପାଣି ବା 7 ଦିନ ପାଇଁ ବନାଉଥିଲେ ଅଧା ଲିଟର ପାଣି ନିଅନ୍ତୁ ।
ଏବେ ଏଥିରେ ଅଦା, ତେଜପତ୍ର ପକାଇ ଦିଅନ୍ତୁ । ତେଜପତ୍ର କୁ ପକାଇବା ପୂର୍ବରୁ ପାଣିରେ ଧୋଇ ନିଅନ୍ତୁ । ପାଣି ଫୁଟିବା ପରେ 7ଟି ଲବଙ୍ଗ ପକାନ୍ତୁ । ଗଳା ସଂକ୍ରମଣରୁ ରକ୍ଷା ପାଇବାକୁ ଲବଙ୍ଗ ପକାନ୍ତୁ । ପାଣି ଭଲରେ ଫୁଟିବା ପରେ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ । ଏବେ ଏଥିରେ 4 ଚାମଚ ମହୁ ଏଥିରେ ମିଶାନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ମହୁ ଆଡ କରନ୍ତୁ ନାହିଁ । ଏବେ ଜାଣି ନିଅନ୍ତୁ ଏହାର ସେବନ କିପରି କରିବେ ।
ଯଦି ଆପଣ ବଡ ଲୋକଙ୍କୁ ଦେଉଛନ୍ତି ତେବେ 2 ଚାମଚ, ଛୋଟ ପିଲାଙ୍କୁ ଦେଉଛନ୍ତି ତେବେ 1 ଚାମଚ ଦିଅନ୍ତୁ । ଏବେ ଏଥିରେ ଅଳ୍ପ ଉଷୁମ ପାଣି ରେ ଏକ ଚାମଚ ମିଶାଇ ସେବନ କରନ୍ତୁ । ଆପଣ ଚାହିଁଲେ ଏଥିରେ ଅଧ ଚାମଚ ଲେମ୍ବୁ ର ପ୍ରୟୋଗ କରି ପାରିବେ ।
ଏହି ରେମେଡି ଇନଫେକସନ ଠିକ କରିବା ସହ କାସ, ଥଣ୍ଡା, ଛାତିରେ ଜମା ଥିବା କଫ କୁ ବାହାର କରିବାରେ ସାହାର୍ଯ୍ୟ କରିବ । ଏହି ରେମେଡି କୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।