କଳାଜାଇ ଶରୀରର ଏହି ଜାଗାରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ଉଭୟ ପୁରୁଷ ଓ ମହିଳା ।

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଦୁନିଆର ସବୁ ମନୁଷ୍ୟଙ୍କ ଶରୀରରେ କଳାଜାଇ ଦେଖାଯାଏ । ଏହି କଳାଜାଇ ଭାଗ୍ୟ, ଭବିଷ୍ୟତ, ଶୁଭତା ଓ ଜୀବନରେ କେତେ ସଫଳତା ମିଳିବ ତାହା ଦର୍ଶାଇଥାଏ । କିନ୍ତୁ ଶରୀରରେ ଥିବା ସବୁ କଳାଜାଇ ଶୁଭ ହେବ ଓ ଲାଭ ହିଁ ଦେବ ଏହା ଠିକ ନୁହେଁ । ଏମିତି ଅନେକ କଥା ଅଛି ଯାହା ଦ୍ଵାରା କଳାଜାଇ ସହ ଜଡିତ ଅନେକ ରହସ୍ୟ ଯୋଡି ହୋଇ ରହିଛି । ଆଜି ଆମେ ଆପଣଙ୍କୁ କହିବୁ ଶରୀରରେ କେଉଁ ଅଙ୍ଗରେ କଳାଜାଇ ଥିଲେ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ ।

1- ଯେଉଁ ବ୍ଯକ୍ତିର ନାକ ଉପରେ କଳାଜାଇ ଥାଏ ସେମାନେ ସ୍ବାଭିମାନୀ ହେବ ସହ ଦୃଢ ଇଚ୍ଛା ଶକ୍ତି ଦ୍ଵାରା ଆଗକୁ ବଢିଥାନ୍ତି । ଏମାନଙ୍କର ହୃଦୟ ସଫା ହୋଇଥାଏ । ଏମାନେ ଜୀବନରେ ପ୍ରଗତିର ମାର୍ଗରେ ଆଗକୁ ବଢିଥାନ୍ତି ।

2- ହାତର ପାପୁଲି ମଝିରେ କଳାଜାଇ ଥିବା ବ୍ୟକ୍ତି ଶୁଭ ହୋଇଥାନ୍ତି । କେବେ ବି କୌଣସି କାର୍ଯ୍ୟ ଏମାନଙ୍କର ଅଟକେ ନାହିଁ । କିନ୍ତୁ ଏମାନଙ୍କର ଭାଗ୍ୟ ଉଦୟ ବିବାହ ପରେ ହୋଇଥାଏ । ଏମାନଙ୍କ ଠାରେ ଧନର ଅଭାବ ହୁଏ ନାହିଁ ।

3- ଗୋଡର ପାଦର ଆଙ୍ଗୁଳିରେ କଳାଜାଇ ଥିବା ବ୍ୟକ୍ତିଙ୍କୁ ଭାଗ୍ୟ ଓ ଧନ ପ୍ରାପ୍ତ ହୁଏ । କିନ୍ତୁ ଏମିତି ବ୍ୟକ୍ତି ଭ୍ରମଣ ଓ ମଜୁ ମସ୍ତି କରିବାର ଇଚ୍ଛା ରଖିଥାନ୍ତି । ଏମାନେ ଜୀବନକୁ ଉପୋଭୋଗ କରିତହନ୍ତି । ମନରୁ ଏମାନେ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି ।

4- ହାତର ମଝି ଆଙ୍ଗୁଳିରେ କଳାଜାଇ ବହୁତ କମ ଲୋକଙ୍କ ଠାରେ ଦେଖାଯାଏ । ଏଭଳି ବ୍ୟକ୍ତି କର୍ମ ଓ ଭାଗ୍ୟରେ ଧନୀ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟ ନିଜେ ଲେଖିଥାନ୍ତି । ଏମାନେଙ୍କ ଜନ୍ମ ସାଧାରଣ ଘରେ ହୋଇଥିଲେ ବି ସଫଳତା ହାସଲ କରିବା ଠାରୁ କେହି ରୋକିପାରନ୍ତିନି ।

5- କୌଣସି ବ୍ୟକ୍ତିଙ୍କ ଗଳାରେ କଳାଜାଇ ଥିଲେ ଜୀବନରେ ନିଜର ବୁଦ୍ଧି ଦ୍ଵାରା ଟଙ୍କା ରୋଜଗାର କରନ୍ତି । ପ୍ରତେକ କାର୍ଯ୍ୟରେ ସଫଳତା ପାଇଥାନ୍ତି । ଯେଉଁ ମହିଳାଙ୍କର ଗଳାରେ କଳାଜାଇ ଥାଏ ସେମାନେ ସୁନ୍ଦରତର ଧନୀ ହୋଇଥାନ୍ତି । ସୌନ୍ଦର୍ଜ୍ୟ ଓ ବୁଦ୍ଧି ଦ୍ଵାରା ଏହି ମହିଳା ଜୀବନରେ ସଫଳତା ପ୍ରାପ୍ତ କରିଥାନ୍ତି ।

6- ଯେଉଁ ବ୍ୟକ୍ତିଙ୍କର କାନରେ କଳାଜାଇ ଥାଏ ଏମିତି ବ୍ୟକ୍ତି ବିଚାରଶୀଳ ହୋଇଥାନ୍ତି । ଏମାନଙ୍କର ଖାସ ଗୁଣ ହେଉଛି ସର୍ବଦା ସମସ୍ତଙ୍କର କଥା ଶୁଣିଥାନ୍ତି କିନ୍ତୁ ନିଜର ବିଚାର ଅନୁସାରେ କାର୍ଯ୍ୟ କରିଥାନ୍ତି । ଏହି ଗୁଣ କାରଣରୁ ଏମାନଙ୍କ ଦ୍ଵାରା ନିଆଯାଇଥିବା ନିସ୍ପତି ଭୁଲ ସାବ୍ୟସ୍ତ ହୁଏ ନାହିଁ ।

7- ଓଠରେ କଳାଜାଇ ଦେଖାଯିବା ଖୁବ ଲୋକଙ୍କ ଠାରେ ଦେଖାଯାଏ । ଏହାଳି ବ୍ୟକ୍ତିଙ୍କର ଜୀବନରେ ଖୁଶିର ମାହୋଲ ରହିଥାଏ । ଏମାନେ ନିଜର ଅଲଗା ପରିଚୟ କରିଥାନ୍ତି । ଏମାନଙ୍କର ବାଣୀ ଏମାନଙ୍କର ଅସ୍ତ୍ର ହୋଇଥାଏ । ମଧୁର ବାଣୀ ଦ୍ଵାରା କଠିନ କାମକୁ ସହଜ ବନାଇ ଥାନ୍ତି । ଯାହା ଦ୍ଵାରା ଏମାନେ ଜୀବନରେ ସଫଳତା ପାଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *