କଲରା ରସ ପିଇବା ଦ୍ଵାରା ମିଳିଥାଏ ଏହି 5ଟି ଫାଇଦା, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ପ୍ରାୟତଃ ଲୋକଙ୍କୁ ପିତା ଜିନିଷ ଖାଇବା ପାଇଁ ଭଲ ଲାଗେ ନାହିଁ । କାରଣ ଏହା ପାଟିକୁ ସ୍ଵାଦିଷ୍ଟ ଲାଗିନଥାଏ । କିନ୍ତୁ ସବୁବେଳେ ମନେ ରଖିବେ ସାଙ୍ଗମାନେ ଯେଉଁ ଜିନିଷ ସ୍ୱାସ୍ଥ୍ୟ ପାଇଁ ଭଲ ହେଇଥାଏ ତାହା କେବେ ସ୍ଵାଦିଷ୍ଟ ହୋଇନଥାଏ । ତେଣୁ ଆଜିର ଦୁନିଆରେ ସୁସ୍ତ ଭାବରେ ବଞ୍ଚିବା ପାଇଁ ଚାହୁଁଥିଲେ ଏହିସବୁ ଖାଦ୍ୟ ଖାଇବା ଅଭ୍ୟାସ କରିବାକୁ ପଡିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କଲରା ରସର କିଛି ଫାଇଦା ସମ୍ପର୍କରେ ଯାହା ଆପଣଙ୍କୁ ସମ୍ପୂର୍ଣ ଭାବରେ ସୁସ୍ତ ରଖିବ ।

କଣ ଆପଣମାନେ ଜାଣନ୍ତି କଲରାରେ ପ୍ରୋଟିନ, କ୍ୟାଲସିୟମ, କାର୍ବୋହାଇଡ୍ରେଟ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ ବୋଲି । ତେଣୁ ଭଲ ସ୍ୱାସ୍ଥ୍ୟ ନିମନ୍ତେ ନିହାତି ସପ୍ତାହକୁ ଥରେ କିମ୍ବା ପନ୍ଦର ଦିନକୁ ଥରେ କଲରା ଖାଇବା ଉଚିତ । ପ୍ରଥମ: ପାଚନ ଶକ୍ତିକୁ ବଢାଇବା ପାଇଁ କଲରା ରସ ପିଇବା ବହୁତ ଲାଭଦାୟକ ହୋଇଥାଏ ।

କଲରା ଏସିଡ ସ୍ରାବକୁ ବଢାଇଥାଏ ଯାହାଦ୍ୱାରା ପାଚନ ଶକ୍ତି ବଢିଥାଏ । ତେଣୁ ପାଚନ ଶକ୍ତି ବଢାଇବା ନିମନ୍ତେ ସପ୍ତାହକୁ ଥରେ ସକାଳେ ନିଶ୍ଚିନ୍ତ ରୂପେ କଲରା ରସ ସେବନ କରନ୍ତୁ । ଦିତୀୟ: ନିୟମିତ ଭାବରେ କଲରା ରସର ସେବନ ଦ୍ଵାରା ଆପଣ ଦୃଷ୍ଟି ଶକ୍ତି ସହ ଜଡିତ ସମସ୍ୟାରୁ ମୁକ୍ତି ପାଇପାରିବେ । କଲରାରେ ବିଟା କରୋଟିନ ଓ ଭିଟାମିନ ମାତ୍ର ଅଧିକ ରହିଥାଏ । ଏହାଦ୍ବାରା ଦୃଷ୍ଟି ଶକ୍ତି ଠିକ ହୋଇଥାଏ ।

ତୃତୀୟ: ରକ୍ତକୁ ଶୁଦ୍ଧ ରଖିବା ନିମନ୍ତେ ଆପଣ ପ୍ରତିଦିନ ସକାଳେ ଏକ ଗ୍ଳାସ କଲରା ରସର ସେବନ ନିଶ୍ଚିନ୍ତ କରନ୍ତୁ । ଚତୁର୍ଥ: ବ୍ଲଡ ସୁଗରକୁ ନିୟନ୍ତ୍ରଣରେ ରଖିବା ପାଇଁ ଆପଣ ପ୍ରତିଦିନ ସକାଳେ 3ଦିନ ପର୍ଯ୍ୟନ୍ତ ଖାଲି ପେଟରେ କଲରା ରସର ସେବନ କରନ୍ତୁ । କଲରା ମଞ୍ଜିରେରେ ରହିଥିବା ପଲିପେପଟାଇଡ- ଇ ଡାଇବେଟିସର ସୁଗାର ମାତ୍ରକୁ କମ କରିବାରେ ସହାୟ ହୋଇଥାଏ ।

ପଞ୍ଚମ: କିଛି ଲୋକଙ୍କୁ ବିଲକୁଲ ଭୋକ ଲାଗିନଥାଏ । ଭୋକ ନହେବା କାରଣରୁ ଶରୀରକୁ ସମ୍ପୂର୍ଣ ପୋଷଣ ମିଳିପାରେ ନାହି । ଏହାଦ୍ୱାରା ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ସବୁବେଳେ ଦେଖାଦେଇଥାଏ । କଲରା ଜୁସକୁ ପ୍ରତିଦିନ ସେବନ କରିବାଦ୍ଵାରା ପାଚନ କ୍ରିୟା ଠିକ ରହିଥାଏ । ତେଣୁ ଏହାଫଳରେ ଭୋକ ବଢିଥାଏ । ତେଣୁ ଭୋକ ଲାଗୁନଥିବା ଲୋକଙ୍କୁ କଲରା ଜୁସ ନିୟମିତ ଭାବରେ ପିଇବା ଆବଶ୍ୟକ ।

ଆପଣମାନେ ନିଜ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଚାହୁଁଥିଲେ ଆପଣଙ୍କ ପ୍ରତିଦିନ ଡାଏଟରେ କଲରା ଜୁସକୁ ନିଶ୍ଚୟ ସାମିଲ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *