କଳିଯୁଗର 5ଟି ସତ୍ୟ, ଯାହା ଜାଣିଲେ ଅପଣଙ୍କ ଜୀବନ ବଦଳିଯିବ… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କଳିଯୁଗର ବର୍ଣ୍ଣନା ମହାଭାରତରୁ କହି ଯାଇଛନ୍ତି । କଳିଯୁଗରେ ଲୋକମାନେ କିପରି ହେବେ, ଜୀବନ କିପରି ବ୍ଯତୀତ ହେବ, ବ୍ୟବହାର କିପରି ରହିବ ଏହା ସବୁ ସେହି କାଳରୁ କୁହାଯାଇଛି । ଆଜି ଆମେ ଆପଣଙ୍କୁ କହିବୁ ଭଗବାନ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ୫ଟି କଟୁ ସତ୍ୟ ଯାହା ଆଜି ବି ସତ ପ୍ରତିଶତ ସତ ହେଉଛି । ମହାଭାରତ କାଳରେ ପାଣ୍ଡବଙ୍କ ମନରେ କଳିଯୁଗ ବିଷୟରେ ଜାଣିବାର ଜିଜ୍ଞାସା ଆସିଲା ।

ସେମାନେ ଥରେ ଭଗବାନ କୃଷ୍ଣଙ୍କୁ ପଚାରିଥିଲେ କଳିଯୁଗରେ ମନୁଷ୍ୟ କେମିତି ରହିବେ, ଲୋକଙ୍କର ବିଚାର କେମିତି ରହିବ ଓ ମୋକ୍ଷ କିପରି ପ୍ରାପ୍ତ ହେବ । ଏହି ପ୍ରଶ୍ନ ଶୁଣିବା ପରେ ପଞ୍ଚୁ ପାଣ୍ଡବଙ୍କୁ ଭଗବାନ କୃଷ୍ଣ ବନକୁ ଯିବାକୁ କହିଲେ ଏବଂ ସେଠାରେ ଯାହା ଦେଖିବ ତାହାକୁ ବିସ୍ତାର ଭାବେ ମୋ ଆଗରେ କହିବ । ପାଞ୍ଚ ଭାଇ ବନକୁ ଯାଇ କିଛି ଏମିତି ଦେଖିଲେ ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଥମେ ଯୁଧିଷ୍ଠିର କହିଲେ କି ସେ ଦୁଇଟି ଶୁଣ୍ଢ ଥିବା ହାତୀକୁ ଦେଖିଲେ ଆଉ ଆଶ୍ଚର୍ଯ୍ୟ ହୋଇଗଲେ । ଉତ୍ତରରେ କୃଷ୍ଣ କହିଲେ କଳିଯୁଗରେ ଏପରି ଲୋକେ ଶାସନ କରିବେ ଯିଏକି କହିବେ କିଛି ଆଉ କରିବେ ଆଉ ଗୋଟେ । ତା ପରେ ଭୀମା କହିଲେ ଗୋଟେ ଗାଈ ତା ବାଛୁରିକୁ ଏତେ ସ୍ନେହରେ ଚାଟୁଥିଲା କି ସେହି ବାଛୁରିର ଦେହରୁ ରକ୍ତ ବାହାରୁଥିଲା । ତଥାପି ଗାଈଟି ବାଛୁରିକୁ ଚାଟିବା ବନ୍ଦ କରୁ ନଥିଲା ।

ଉତ୍ତରରେ କୃଷ୍ଣ କହିଲେ କଳିଯୁଗରେ ମଣିଷ ନିଜ ପିଲାଙ୍କ ପ୍ରତି ଏତେ ଆସକ୍ତ ହେବେ ଯାହାକି ପିଲାଙ୍କର ବିକାଶ ଅଟକିଯିବ । ଯଦି କାହାର ସନ୍ତାନ ସାଧୁ ହେଲା ତେବେ ଲୋକେ ତାଙ୍କର ଦର୍ଶନ କରିବେ କିନ୍ତୁ ନିଜ ପିଲାଙ୍କୁ ସହ୍ୟ କରିପାରିବେ ନାହି । କଳିଯୁଗରେ ପିତା-ମାତା ପିଲାମାନଙ୍କୁ ଧର୍ମ ଜ୍ଞାନ ଛାଡି ମୋହମାୟାରେ ଅଧିକ ଆସକ୍ତି କରାଇବେ ।

ତାପରେ ଅର୍ଜୁନ କହିଲେ ମୁଁ ଦେଖିଲି ଗୋଟେ ପକ୍ଷୀର ପରରେ ବେଦରେ ଶ୍ଳୋକ ଲେଖାଯାଇଛି କିନ୍ତୁ ସେ ଗୋଟେ ମନୁଷ୍ୟର ମାଂସ ଖାଉଥିଲା ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଉତ୍ତରରେ କୃଷ୍ଣ କହିଲେ କଳିଯୁଗରେ ଏପରି ଲୋକ ହେବେ ଯାହାଙ୍କୁ ବିଦ୍ଵାନ ହୋଇଯିବେ କିନ୍ତୁ ସେମାନଙ୍କର ଅଭିଳାସା ଅନ୍ୟର ସମ୍ପତି, ଧନ ଲୁଟିବାରେ ରହିବ ।

ବ୍ୟକ୍ତି ଯେବେ ବଡ ହେଲେବି ତାଙ୍କ ଦ୍ରୁଷ୍ଟି ସର୍ବଦା ଅନ୍ୟର ସମ୍ପ୍ରତି ଉପରେ ରହିବ । ତାପରେ ନକୁଳ କହିଲେ ବଡ ପଥର ପର୍ବତର ଶିଖରରୁ ପଡିଲା ଓ ବଡ ଗଛ କୁ ଅଟକାଇପାରିଲା ନାହି । ଇନ୍ତୁ ପଥରଟି ଦ୍ରୁତ ବେଗରେ ଆସି ବି ଅତି ଛୋଟିଆ ଗଛରେ ବାଜି ଅଟକିଗଲା । ଏହାର ଉତ୍ତରରେ କୃଷ୍ଣ କହିଥିଲେ କଳିଯୁଗରେ ମଣିଷର ବୁଦ୍ଧି କ୍ଷଣ ହେବ । ବ୍ୟକ୍ତି ପାପାଚାରରେ ମାତିବେ ।

ତାପରେ ସହଦେବ କହିଲେ ଅନେକ କୂଅ ଦେଖିଥିଲେ କିନ୍ତୁ ସବୁ କୂଅରୁ କେବଳ ମଝି କୂଅଟି ଖାଲି ପଡିଥିଲା । ଉତ୍ତରରେ କୃଷ୍ଣ କହିଥିଲେ କଳିଯୁଗରେ ଅଭିଭାବକ ନିଜ ପିଲାଙ୍କର ବାହାଘରରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିବେ । କୌଣସି ଦୁଖୀକୁ ସାହାଜ୍ଯ କରିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *