କଳିଯୁଗର ଭୟାନକ ସତ ଯାହା ହେବା ଏବେ ବାକି ଅଛି ! ଦେଖନ୍ତୁ ଆଗକୁ ଆଉ କେତେ ଭୟାନକ ହେବ Kaliyug

ନମସ୍କାର ବନ୍ଧୁଗଣ, ଆମେ ବଞ୍ଚୁଥିବା ଏହି ଯୁଗଟି ହେଉଛି କଳିଯୁଗ । ଯାହାକୁ ଶ୍ରାପିତ ଯୁଗ ବୋଲି ମନାଯାଏ । ଏହି ଯୁଗରେ ବହୁତ କିଛି ଅନୈତିକ ଘଟଣା ଘଟୁଅଛି ଯାହାର ଆମେ କଳନା ମଧ୍ୟ କରିପାରୁ ନାହେଁ । କିନ୍ତୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଆହୁରି ଅନେକ ଭୟାବହ ଘଟଣା ଆଗକୁ ଘଟିବାକୁ ଯାଉଛି । ତେବେ ସେହି ଘଟଣା ଗୁଡିକ କଣ କଣ ଆସନ୍ତୁ ଆଜି ଜାଣିବା ସେହିସବୁ ବିଷୟରେ ।

ବିଷ୍ଣୁ ପୁରାଣରେ କୁହାଯାଇଛିକି କଳିଯୁଗର ଶେଷ ସମୟ ଆସିଲେ ମନୁଷ୍ୟଙ୍କ ଆୟୁ ସୀମା 20ରୁ 30 ବର୍ଷ ହୋଇଯିବ । ଏବଂ କମ ବୟସରେ ହିଁ ଲୋକଙ୍କ ଛୁଟି ଧଳା ହେବାକୁ ଲାଗିବ । ଯାହା ଏବେ ଆମେ ଅଙ୍ଗେ ନିଭୋଉ ଅଛେ । ଯେବେ ଯୁଗର ଶେଷ ସମୟ ଆସିଯିବ ସେତେବେଳେ ପାପୀଙ୍କ ସଂଖ୍ୟା ବହୁତ ବହୁତ ବଢିଯିବ ।

କଳିଯୁଗରେ ଏମିତି ସମୟ ଆସିବ ଯିଏ ନିଜ ସ୍ଵାମୀକୁ ସମ୍ମାନ ଦେଉଥିବ । ଏବଂ ପରପୁରୁଷ ସହ ସମ୍ବନ୍ଧ ରଖିବେ । ଆଠ ରୁ ଦଶ ବର୍ଷ ବୟସର ପିଲା ଗର୍ଭବତୀ ହେବାକୁ ଲାଗିବେ । ମହାଭାରତ ଅନୁଯାୟୀ ଯେତେବେଳେ ଘୋର କଳିଯୁଗ ଆସିବ ସେତେବେଳେ ଧର୍ମ, ପବିତ୍ରତା, କ୍ଷମା, ଦୟା, ଆୟୁ, ବଳ ସବୁକିଛି କମିବାକୁ ଲାଗିବ । ବର୍ଷା ମଧ୍ୟ ହେବ ନାହିଁ । ସୂର୍ଯ୍ୟଙ୍କ ତେଜେ ଏତେ ହେବ କି ସମସ୍ତ ନଦୀ ସମୁଦ୍ର ଶୁଖିବାକୁ ଲାଗିବ ।

ଋତୁର ପରିବର୍ତ୍ତନ ଏଭଳି ହେବ କି ମଣିଷ ତାହାକୁ ବୁଝିପାରିବ ନାହିଁ । କେତେବେଳେ ଜୋରେ ଖରା ହେବ ତ କେତେବେଳେ ବହୁତ ଶୀତ ଏବଂ କେତେବେଳେ ବନ୍ୟା ତ କେତେବେଳେ ମରୁଡି । ଋତୁଚକ୍ର ସମ୍ପୂର୍ଣ ରୂପେ ଓଲଟ ପାଲଟ ହୋଇଯିବ । ଲୋକମାନେ ପକ୍ଷର ପୋଖରୀକୁ ହିଁ ତୀର୍ଥ ଭାବିନେବେ ଏବଂ ଗଙ୍ଗାର ମହାନତା ଶେଷ ହୋଇଯିବ । କସଳିଯୁଗ ଶେଷ ସମୟରେ କ୍ଷେତରୁ ଆଉ ଅନ୍ନ ଉପାର୍ଜନ ହେବ ନାହିଁ । ପୂଜା ପାଠ ଏବଂ ଧାର୍ମିକ କାର୍ଯ୍ୟ କରିବା ମଧ୍ୟ ବନ୍ଦ କରିଦେବେ । ଲୋକ ନିଜ ଧର୍ମ ଛାଡି ଅନ୍ୟ ଧର୍ମକୁ ଆପଣେଇବାକୁ ଲାଗିବେ ।

ଧନ ସମ୍ପତି ପାଇଁ ପରସ୍ପରର ଶତ୍ରୁ ହୋଇଯିବେ । ହଣା କଟା ଚାଲିବ ସବୁଆଡେ କେବଳ ରକ୍ତର ନଦୀ ବୋହିବ । ଯେଉଁ ବ୍ୟକ୍ତି ପାଖରେ ଧନ ନଥିବ ସେହି ବ୍ୟକ୍ତିଙ୍କୁ ଅଧର୍ମୀ ପାପୀ, ଚରିତ୍ର ହୀନ ସଜାଇ ଦିଆଯିବ ଲୋକଙ୍କ ସାମ୍ନାରେ । ଏହିସବୁ ଏବେ ସତ ହୋଇସାରିଲାଣି । କଳିଯୁଗ ଶେଷ ସମୟରେ ପାପ ଏତେ ବଢିଯିବ ଯାହା ସହିବା ଯୋଗ୍ୟ ରହିବ ନାହିଁ । ସେତେବେଳେ ଭଗବାନ ବିଷ୍ଣୁ କଲ୍କି ଅବତାର ନେଇ ପାପୀଙ୍କଠୁ ଧରିତ୍ରିକୁ ମୁକ୍ତ କରିବେ ।

ପୃଥିବୀକୁ ନୂଆ ଯୁଗ ଆସିବା ପାଇଁ ଲଗାତର ବାର ବର୍ଷ ପର୍ଯ୍ୟନ୍ତ ବର୍ଷ ହେବ । ଯାହାଫଳରେ ସମସ୍ତ ପୃଥିବୀ ଜଳ ମଗ୍ନ ହୋଇଯିବ । ଏହାପରେ ଗୋଟେ ବର୍ଷ 12ଟି ସୂର୍ଯ୍ୟ ଉଦୟ ହେବେ ଓ ସମସ୍ତ ପାଣିକୁ ପୃଥିବୀରୁ ଶୋଷୀ ନେବେ । ଏବଂ ଏହାପରେ ଏହି ସଂସାରରେ ପୁଣି ନୂତନ ଜୀବନ ସୃଷ୍ଟି ହେବ ଏହିଭଳି କଳିଯୁଗର ଅନ୍ତ ଘଟିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *