କନ୍ୟା ରାଶି 2022 November ମାସଟି କେମିତି ରହିବ, ପଡୁଛି ଶନିଙ୍କ କୋପଦୃଷ୍ଟି… ରୁହନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ, ବୀନା କାରଣରେ ଭଗବାନ କେବେ ହେଲେ କାହାରିକୁ ଦଣ୍ଡ ଦିଅନ୍ତି ନାହିଁ । ଆପଣ କରିଥିବା ସମସ୍ତ ଭୁଲ କର୍ମର ଫଳ ଆପଣଙ୍କୁ ସେତେବେଳେ ମିଳିଥାଏ ଯେତେବେଳେ ଶନିଦେବ ଆପଣଙ୍କ ରାଶି ଉପରେ ନଜର ପକାଇଥାନ୍ତି । ଶନିଦେବ ନ୍ୟାୟର ଦେବତା ହୋଇଥିବା ହେତୁ ଆପଣ କରିଥିବା ସମସ୍ତ କର୍ମର ଦଣ୍ଡ ଦେଇଥାନ୍ତି ଯେତେବଳେ ସିଏ ଆପଣଙ୍କ ରାଶିରେ ବିରାଜମାନ ହୋଇଥାନ୍ତି ବା ଦୃଷ୍ଟି ପକାଇଥାନ୍ତି । ତେବେ ଆସନ୍ତୁ ଜାଣିବା ନଭେମ୍ବର ମାସରେ ଶନିଙ୍କ ପ୍ରଭାବ ଫଳରେ କଣ ସବୁ ଘଟିବା ପାଇଁ ଯାଉଛି କନ୍ୟା ରାଶିର ଲୋକଙ୍କ ସହ ।

କନ୍ୟା ରାଶି: ଏହି ନଭେମ୍ବର ମାସଟି ଆପଣଙ୍କ ପାଇଁ ଶୁଭ ଫଳଦାୟୀ ହେବାକୁ ଯାଉଛି । ମାସ ଆରମ୍ଭ ସମୟ ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବ ଆପଣଙ୍କ ପାଇଁ । ଆପଣ କରିଥିବା ଯୋଜନା ଗୁଡିକ ପୂରଣ ହେବ । ଆପଣ ଦୃଢ ପରିଶ୍ରମ କରନ୍ତୁ । ଏହାର ଫଳ ସ୍ୱରୂପ ଆପଣଙ୍କୁ ଉଚିତ ମୂଲ୍ୟ ମିଳିବ । ଚାକିରି କ୍ଷେତ୍ରରେ ଆପଣଙ୍କ ସ୍ଥିତି ସୁଦୃଢ ରହିବ ।

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପରିବର୍ତ୍ତନ ବା ନୂଆ ଚାକିରି ମିଳିବାର ଯୋଗ ରହିଛି । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ସହାୟତା ମିଳିବ । ବାଣିଜ୍ୟ ବ୍ୟବସାୟର ବିସ୍ତାର ହେବ । ଏବଂ କରିଥିବା ପରିଶ୍ରମର ଉଚିତ ଲାଭ ଆପଣଙ୍କୁ ମିଳିବ ବ୍ୟବସାୟ ବାଣିଜ୍ୟରେ । ଭାଗୀଦାରୀ ବ୍ୟବସାୟ କରୁଥିଲେ ସାବଧାନ ଅବଲମ୍ବନ କରନ୍ତୁ । ଏଥିରେ ଆପଣଙ୍କୁ କ୍ଷତି ହେବାର ଯୋଗ ରହିଛି ।

ଆର୍ଥିକ ସ୍ଥିତି ସୃଦୃଢ ରହିବ । କିନ୍ତୁ ନିଜ ବ୍ୟୟ ଉପରେ ନିଜର ନିୟନ୍ତ୍ରଣ ରଖିବାକୁ ହେବ । ଆପଣଙ୍କୁ ସରକାରୀ କ୍ଷେତ୍ରରେ ବିଶେଷ ଲାଭ ପ୍ରାପ୍ତ ହେବାକୁ ଯାଉଛି । କୌଣସି ସ୍ରୋତରୁ ଆପଣଙ୍କୁ ଏହି ସମୟରେ ଧନ ଲାଭର ଯୋଗ ରହିଛି । ପ୍ରେମ ଜୀବନରେ ବାଧା ଆସିପାରେ  ପରସ୍ପର ଭାବନାରେ ମତ ଭେଦ ଦେଖା ଦେବ । ଅଯଥା ଯୁକ୍ତି ତର୍କ  ହେତୁ ବାଦ ବିବାଦ ଲାଗି ରହିବ ।

ବିବାହିତ ଲୋକଙ୍କ ପାଇଁ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଜୀବନସସାଥିଙ୍କ ସମ୍ପୂର୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ସପ୍ତମ ଭାଗରେ ଥିବା ଶନିଙ୍କ ଦ୍ରୁଷ୍ଟି ମଝିରେ ମଝିରେ କୌଣସି ଛୋଟ କାରଣ ପାଇଁ ଝଗଡା ହେବାର ସମ୍ଭାବନା ରହିଛି । କିନ୍ତୁ ଉତ୍ତମ ବୁଝା ବଣା ହେତୁ ତାହା ଆଗକୁ ବଢିବ ନାହିଁ । ଘରକୁ ଅତିଥି ମାନଙ୍କର ଆଗମନ ହେବ ।

ଏହାଫଳରେ ଘରେ ସର୍ବଦା ସୁଖ ଶାନ୍ତିର ବାତାବରଣ ଲାଗିରହିବ । ମାସର ଆରମ୍ଭ ସମୟରେ ସ୍ଵାସ୍ତ ସମସ୍ୟା ଆସିପାରେ । ମୁଖ କିମ୍ବା ଆଖିର ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖା ଦେବ । ତେଣୁ ନିଜ ସ୍ଵସ୍ଥର ଧ୍ୟାନ ରଖନ୍ତୁ ଏହି ସମୟରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *