ଆସନ୍ତା ମଙ୍ଗଳବାର କାର୍ତ୍ତିକ ପୁର୍ଣିମା ଦିନ 7ଟି ଜିନିଷ ମଧ୍ୟରୁ କୌଣସି ବି ଗୋଟେ ରଖନ୍ତୁ ନିଜ ପର୍ସରେ, ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ, କାର୍ତ୍ତିକ ମାସଟିକୁ ଧାର୍ମିକ ମାସ ଭାବରେ ପାଳନ କରାଯାଏ । ଏହି ବର୍ଷ କାର୍ତ୍ତିକ ପୁର୍ଣିମା 8 ନଭେମ୍ବର ମଙ୍ଗଳ ବାର ଦିନ ହେବାକୁ ଯାଉଛି । କାର୍ତ୍ତିକ ମାସର ଶେଷ କାର୍ତ୍ତିକ ପୁର୍ଣିମା ଦିନ ହୋଇଥାଏ । ଏହି ଦିନର ଧର୍ମ ଅନୁଯାୟୀ ଅନେକ ମହତ୍ଵ ରହିଛି । ତେଣୁ ଏହିଦିନ ଆପଣ ବ୍ୟବହାର କରୁଥିବା ପର୍ସରେ ଏହି ଜିନିଷ ରଖନ୍ତୁ ଯାହା ଆପଣଙ୍କ ଧନ ଆଗମନର ମାର୍ଗ ଖୋଲିଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମ: ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ତେଣୁ ଆପଣ ଏହି ଦିନ ନିଜ ପର୍ସରେ ମା ଲକ୍ଷ୍ମୀଙ୍କ ଚିତ୍ର ହୋଇଥିବା ମୁଦ୍ରା ଟିଏ ରଖନ୍ତୁ । ଏହାଫଳରେ ଆପଣଙ୍କ ଜୀବନରେ କେବେ ଧନର ଅଭାବ ଆଉ ରହିବ ନାହି ।  ଦିତୀୟ: ଯଦି ଆପଣ ଓସ୍ତ ଗଛର ପତ୍ର ନିଜ ପର୍ସରେ ରଖନ୍ତି ତେବେ ଆପଣଙ୍କ ପର୍ସ କେବେ ମଧ୍ୟ ଖାଲି ରହିବ ନାହି । ଏହ କରିବାଦ୍ବାରା ଅଧିକ ଲାଭ ମଧ୍ୟ ପ୍ରାପ୍ତି ହୋଇଥାଏ ।

ଓସ୍ତ ପତ୍ରକୁ ଭଲଦିନ ଦେଖି ପୂଜା କରି ନିଜ ପର୍ସରେ ରଖନ୍ତୁ । କଣା ଫଟା ପତ୍ର ଆଣିବେ ନାହିଁ । ତୃତୀୟ: ନାଲି ରଙ୍ଗର କାଗଜ ଟିଏ ଆଣି ନିଜ ମନରେ ଥିବା ଇଚ୍ଛାକୁ ଲେଖନ୍ତୁ । ଏହାପରେ ଏହାକୁ ନିଜ ପୂଜା ଘରେ ପୂଜା କରିବା ସମୟରେ ବିଧି ବିଧାନ ସହ ପୂଜା କରିଦିଅନ୍ତୁ । ଏହାପରେ ଆପଣ ଭଲ ସମୟ ଦେଖି ନିଜ ପର୍ସରେ ଏହି କାଗଜଟିକୁ ରଖିଦେବେ । ନିଶ୍ଚୟ ଆପଣଙ୍କ ମନସ୍କାମନା ଏହଦ୍ବାରା ପୁରା ହେବ ।

ଚତୁର୍ଥ: ପର୍ସରେ କିଛି ଚାଉଳ ରଖନ୍ତୁ । ଏହା ଆପଣଙ୍କ ଅନାବଶ୍ୟକ ଖର୍ଚରୁ ଆପଣଙ୍କୁ ବଞ୍ଚାଇଥାଏ । ଏହି ଚାଉଳକୁ ମା ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ । ମା ଲକ୍ଷ୍ମୀଙ୍କ ସାମ୍ନାରେ ଏହାକୁ ପୂଜା କରି ଆପଣଙ୍କ ପର୍ସରେ ନିଶ୍ଚିନ୍ତ ରଖନ୍ତୁ । ପଞ୍ଚମ: କଚର ଏକ ଛୋଟ ଖଣ୍ଡଟିଏ ପର୍ସରେ ରଖନ୍ତୁ । କିମ୍ବା ଛୋଟ ଛୁରିଟିଏ ନିଜ ପର୍ସରେ ରଖନ୍ତୁ ।

ଏହା ଆପଣଙ୍କ ଜୀବନରେ ଧନ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଏହାଛଡା ପର୍ସରେ କଉଡି ମଧ୍ୟ ରଖିବା ଶୁଭ ହୋଇଥାଏ । ଷଷ୍ଠ: ରୁପାର ମୁଦ୍ରା ପର୍ସରେ ରଖିବା ଉଚିତ । ଏହି ମୁଦ୍ରାକୁ ପର୍ସରେ ରଖିବା ପୂର୍ବରୁ ମନ୍ଦିର କିମ୍ବା ଘରେ ମା ଲକ୍ଷ୍ମୀଙ୍କ ପୂଜା କରି ଏହାକୁ ଲକ୍ଷ୍ମୀଙ୍କ ଚରଣ ସ୍ପର୍ଶ କରାଇ ନିଜ ପର୍ସରେ ରଖନ୍ତୁ ।

ସପ୍ତମ: ରୁଦ୍ରାକ୍ଷ ଆପଣଙ୍କ ପର୍ସରେ ରଖନ୍ତୁ । ଏହାକୁ ପୂଜା କରି ନିଜ ପର୍ସରେ ରଖନ୍ତୁ । ଏହା ଆପଣଙ୍କର ଧନ ଜନିତ ରହିଥିବା ସମସ୍ତ ଅସୁବିଧାକୁ ଦୂର କରିଥାଏ । ଏବଂ ଧନ ବୃଦ୍ଧିରେ ସାହାର୍ଯ୍ୟ ମଧ୍ୟ କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *