ମୋଟାପଣ, ଦାନ୍ତବିନ୍ଧା, ଚର୍ମ ରୋଗ, ହାତଗୋଡ ବିନ୍ଧା ଭଳି 100 ପ୍ରକାର ରୋଗର ଗୋଟିଏ ରାମବାଣ ଉପଚାର ଅଟେ ଏହି ପତ୍ର(Healthy Tips)

ବନ୍ଧୁଗଣ ମଣିଷଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ ବନସ୍ପତି । ଆମ ଭାରତ ପ୍ରାକୃତିକ ଔଷଧ ଓ ଚେରମୂଳୀରେ ଭରପୁର ହୋଇ ରାଇଛି । ଆମ ଦେଶରେ ଯେତିକି ପ୍ରକାରର ଗଛ ଅଛି ବୋଧ ହୁଏ ଅନ୍ୟ କୌଣସି ଦେଶରେ ନାହି । ସେଥିପାଇଁ ଆମ ଦେଶକୁ ଚେରମୂଳିର ସଂଗ୍ରହାଳୟ କୁହାଯାଏ । ଯାହା ଆମ ଘରର ଆଖାପାଖରୁ ନିଶ୍ଚୟ କେଉଁଠି ନା କେଉଁଠି ମିଳିଥାଏ । ହେଲେ ଏହି ସବୁ ଗଛର ସ୍ୱାସ୍ଥ୍ୟଗତ ଫାଇଦା ବିଷୟରେ ଜଣା ନ ଥିବାରୁ ଆମେ ଉପାଡି ଫିଙ୍ଗି ଦେଇଥାନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଏକ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ମୋଟାପଣ, ଦାନ୍ତ ବିନ୍ଧା, ଚର୍ମ ରୋଗ, ହାତ ଗୋଡ ବିନ୍ଧା ଦୂର କରିବାରେ ସହାୟକ ହୋଇଥାଏ । ତେବେ ସେହି ପତ୍ରଟି ହେଉଛି ବରକୋଳି ପତ୍ର ଯାହା ଆପଣଙ୍କର ମୋଟାପନ କମ କରିଥାଏ । ବଢିଥିବା ମୋଟାପାକୁ କମ କରିଥାଏ । ଯେଉଁ ମାନଙ୍କୁ ବାରମ୍ବାର ପରିସ୍ରା ସମସ୍ଯା ହୋଇଥାଏ ବା ଜ୍ଵଳନ ହୋଇରଥାଏ ଏହି ପତ୍ର ସହାୟକ ହୋଇଥାଏ । ଅନେକ ଥର ଆଖିରେ ଆଲୁଅ ହୋଇଯାଏ ଯାହାକୁ ବରକୋଳି ପତ୍ର ଦୂର କରିଥାଏ ।

ଏହାର ବ୍ୟବାହାର କରି ଦାନ୍ତ ବିନ୍ଧା ସମସ୍ୟାଙ୍କୁ ମଧ୍ୟ ଦୂର କରିହେବ । ଯଦି ଆପଣଙ୍କ ଆଖିରେ ଆଲୁଅ ହୋଇଛି ତେବେ ବରକୋଳି ପତ୍ରର ରସ ବାହାର କରି ଏହାକୁ ଆଖିର ଉପର ପଟେ ଲଗାନ୍ତୁ । ଯଦି ଆପଣଙ୍କ ପରିସ୍ରାରେ ଅଧିକ ଜ୍ଵଳନ ହେଉଛି ବା ବାରମ୍ବାର ପରିସ୍ରା ଲାଗଛି ତେବେ ସେଥିପାଇଁ ଏହା ଚମତ୍କାରୀ ଅଟେ । ବରକୋଳି ପତ୍ରର ରସ ବାହାର କରି ଗରମ ପାଣି ସହ ସେବନ କରିଲେ ନିଶ୍ଚୟ ଏହି ସମସ୍ଯା ଦୂର ହେବ । ଅନେକ ସମୟରେ ଆମ ହାତ ଗୋଡରେ ଜ୍ଵଳନ ଅନୁଭବ ହୋଇଥାଏ ।

ଖାସ କରି ବୟସ୍କ ଲୋକଙ୍କ ଠାରେ ଏହା ଦେଖାଯାଏ । ଏହାର କାରଣ ଅଧିକ ସମୟ ଗୋଟେ ଜାଗାରେ ବସିବା କାରଣରୁ ହୋଇଥାଏ । ତେବେ ଏହି କ୍ଷେତ୍ରରେ ବରକୋଳି ପତ୍ରର ରସ ବାହାର କରି ଏହାର ମାଲିସ କରନ୍ତୁ ନିଶ୍ଚୟ ଜ୍ଵଳନ ଦୂର ହେବ । ବାରମୁଲି ଭଳି ସମସ୍ଯା ଥିଲେ ବରକୋଳି ପତ୍ରକୁ ବାଟି ସେହି ଜାଗାରେ ଲଗାନ୍ତୁ । ଯଦି ଆପଣଙ୍କର ଦାନ୍ତ ବିନ୍ଧା ହେଉଛି ତେବେ ଏକ ମୁଠା ବରକୋଳି ପତ୍ର ନେଇ ତାହାକୁ ଏକ ଗ୍ଳାସ ପାଣିରେ ବଏଲ କରନ୍ତୁ ।

ଏହି ପାଣିରେ କୁଲି କରନ୍ତୁ ଦେଖିବେ ଦାନ୍ତ ବିନ୍ଧା ଠିକ ହେବା ସହ ମାଢି ଫୁଲିଥିଲେ କମିଯାଏ । ଗଳା ସଂକ୍ରମଣ ହୋଇଥିଲେ ଏହି ପାଣିର କୁଲି କରନ୍ତୁ । ପାଣିରେ ଲୁଣ ଓ ଗୋଲମରୀଚ ମିଶାଇ ପାରିବେ । ବରକୋଳି ପତ୍ରରେ କ୍ୟାଲୋରି କମ ରହିଥାଏ । ଓଜନ କମ କରିବାକୁ ଚାହୁଁଥିଲେ ଏକ ମୁଠା ବରକୋଳି ପତ୍ର ନେଇ ଏହାକୁ ଦର ଛେଚା କରି ବାତନ୍ତୁ ।

ଏକ ଗ୍ଳାସ ପାଣିରେ ଏହି ପତ୍ରକୁ ଭିଯାଇ ରାତି ସାରା ରଖି ସକାଳେ ଏହାକୁ ଛାଇ ସେବନ କରନ୍ତୁ । ଦେଖିବେ ବଢିଥିବା ଓଜନ କଣ୍ଟ୍ରୋଲ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସଟି ଭଲ ଲାଗିଥିଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *