99% ହିନ୍ଦୁ ଜାଣି ନାହାଁନ୍ତି ଶିବ ଲିଙ୍ଗର ପ୍ରକୃତ ଅର୍ଥ, ଦୁନିଆର ସବୁଠୁ ବଡ ରହସ୍ୟ ଅଟେ ଶିବଲିଙ୍ଗ, ଶିବ ଭକ୍ତ ହୋଇଥିଲେ ନିଶ୍ଚୟ ପଢନ୍ତୁ …

ସାଧାରଣତଃ ଲୋକମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗର ପୂଜା କରନ୍ତି । ହେଲେ ଅଧିକାଂଶ ଲୋକ ଶିବଲିଙ୍ଗର ପ୍ରକୃତ ରହସ୍ୟ ବିଷୟରେ ଜାଣିନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଶିବଲିଙ୍ଗର ପ୍ରକୃତ ରହସ୍ୟ ବିଷୟରେ କହିବୁ, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଶିବଲିଙ୍ଗର ପ୍ରକୃତ ରହସ୍ୟ ବିଷୟରେ ।

ବହୁତ ଲୋକ ଶିବଲିଙ୍ଗର ଖରାପ ଅର୍ଥ କହି ଲୋକମାନଙ୍କୁ ଭ୍ରମିତ କରି ରଖିଛନ୍ତି । ଶିବଲିଙ୍ଗ ଏକ ସଂସ୍କୃତ ଶବ୍ଦ ଅଟେ, ଲିଙ୍ଗର ଅର୍ଥ ହେଉଛି ପ୍ରତୀକ । ଅର୍ଥାତ ଶିବଲିଙ୍ଗର ଅର୍ଥ ହେଉଛି ଶିବଙ୍କ ପ୍ରତୀକ, ଏହା ହେଉଛି ଏମିତି ଏକ ଜିନିଷ ଯାହାକୁ ଆମେ ଶିବ ଭାବି ପୂଜା କରୁଛୁ । ଆପଣ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଶିବଲିଙ୍ଗ ଦେଖିଥିବେ । ଏହି ଶିବଲିଙ୍ଗ ଗୁଡିକ ମଣିଷ ଦ୍ଵାରା ନିର୍ମିତ ହୋଇଛି ।

ଏମିତି କିଛି ଶିବଲିଙ୍ଗ ଅଛି ଯାହା ପ୍ରାକୃତିକ ଅଟେ । ହେଲେ ସମସ୍ତ ଶିବଲିଙ୍ଗର ଆକାର ଅଲଗା ଅଲଗା ହୋଇଥାଏ । ଏହା ଏଥି ପାଇଁ କାରଣ ଅଲଗା ଅଲଗା କାରଣ ପାଇଁ ଏହାର ଆକାର ଅଲଗା ଅଲଗା ହୋଇଥାଏ । ଏଥିରୁ କିଛିଟା ସ୍ୱାସ୍ଥ୍ୟ ପାଇଁ, କିଛିଟା ସୁଖ ସମୃଦ୍ଧି ପାଇଁ ଓ ଅନ୍ୟ କିଛିଟା ଧ୍ୟାନ ସାଧନା ପାଇଁ ନିର୍ମାଣ କରାଯାଇଛି ।

ଶିବଲିଙ୍ଗକୁ କୌଣସି ଏକ ସ୍ଥାନରେ ରଖାଯାଇପାରିବ ନାହିଁ । ଶିବଲିଙ୍ଗ ଶିବ ଅର୍ଥାତ ବ୍ରହ୍ମାଣ୍ଡକୁ ବୁଝାଉଛି । ଯଦି ଆପଣ ବୈଜ୍ଞାନିକ ମାନଙ୍କ ଦ୍ଵାରା ନିଆଯାଇଥିବା ବ୍ରହ୍ମାଣ୍ଡର କିଛି ଫଟୋ ଦେଖିବେ, ତେବେ ଆପଣ ଜାଣି ପାରିବେ ଶିବଲିଙ୍ଗର ଆକୃତି ସହ ସମଗ୍ର ବ୍ରହ୍ମାଣ୍ଡର ଆକୃତି ମିଶିଥାଏ । ସ୍କନ୍ଧ ପୁରାଣ ଅନୁସାରେ ଆକାଶକୁ ଏକ ଲିଙ୍ଗ ରୂପେ ବିବେଚନା କରାଯାଇଛି । ଶିବଲିଙ୍ଗ ଅନନ୍ତ ଅଟେ, ଏହାର ନା ଆରମ୍ଭ ଅଛି ନା ଅନ୍ତ । ତେଣୁ ଶିବଲିଙ୍ଗର ଏକ ଅର୍ଥ ଅନନ୍ତ ମଧ୍ୟ ହୋଇଥାଏ ।

ଏହି ବ୍ରହ୍ମାଣ୍ଡରେ ୨ ଟି ଜିନିଷ ବାସ୍ତବିକ ଅଟେ, ପ୍ରଥମତି ହେଉଛି ଊର୍ଜା ଓ ଅନ୍ୟଟି ହେଉଛି ପଦାର୍ଥ । ମାନବ ଶରୀର ପଦାର୍ଥରେ ନିର୍ମିତ ହୋଇଥିବା ବେଳେ ଆତ୍ମା ଊର୍ଜାରେ ନିର୍ମିତ ହୋଇଛି । ସେହିପରି ଭାବରେ ଶିବ ପଦାର୍ଥ ଓ ତାଙ୍କ ଶକ୍ତି ଊର୍ଜା ହୋଇଥାଏ । ଏହି ଦୁଇଟି ବାସ୍ତବିକତା ମିଶିଲେ ଶିବଲିଙ୍ଗ ହୋଇଥାଏ । ବାସ୍ତବରେ ଶିବଲିଙ୍ଗ ଆମ ବ୍ରହ୍ମାଣ୍ଡର ଆକୃତି ହୋଇଥାଏ ।

ଶିବଲିଙ୍ଗ ଭଗବାନ ଶିବ ଓ ମା ପାର୍ବତୀଙ୍କର ଆଦି ଅନାଦି ରୂପ ଅଟେ । କେତେକ ନାସ୍ତିକ ବା ମୂର୍ଖ ଲୋକ ଶିବଲିଙ୍ଗକୁ କଳା ପଥର କୁହନ୍ତି । ହେଲେ ବସ୍ତିବିକତା ଦୃଷ୍ଟିରୁ ଶିବଲିଙ୍ଗର ପ୍ରକୃତ ଅର୍ଥ ହେଉଛି ବ୍ରହ୍ମାଣ୍ଡ । ଯଦି ଆପଣଙ୍କୁ କିଏ ଶିବଲିଙ୍ଗର ଖରାପ ଅର୍ଥ କହିଥାଏ, ତେବେ ଆପଣ ତାକୁ ଶିବଲିଙ୍ଗର ପ୍ରକୃତ ଅର୍ଥ ବିଷୟରେ କହିପାରିବେ ।

ଆପଣମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହ ଶେୟାର କରି କମେଣ୍ଟ କରନ୍ତୁ ଓଁ ନମଃ ଶିବାୟ । ଆଗକୁ ଏମିତି ହିଁ କିଛି ପୌରାଣିକ ଜ୍ଞାନ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *