କେମିତି ଜାଣିବେ ଆପଣଙ୍କ ମୃତ୍ୟୁ କେବେ ହେବ ? ଯମରାଜ ଦେଇଥାନ୍ତି ଏହି 4ଟି ସଂକେତ ମୃତ୍ୟୁ ପୂର୍ବର ରୁ ।

ବନ୍ଧୁଗଣ ଦୁନିଆରେ ଅନେକ ନୀତି ନିୟମ ରହିଛି । ଯାହାକୁ ମାନିବା ଜରୁରୀ ଅଟେ । ସେଥିମଧ୍ୟରୁ ମୃତ୍ୟୁ ଏକ ଚିରନ୍ତନ ସତ୍ୟ । ଯାହାର ଜନ୍ମ ହୋଇଥାଏ ତାହାର ମୃତ୍ୟୁ ନିଶ୍ଚିତା ଅଟେ । ଏହି ସତ୍ୟ କୁ କେହି ବି ବଦଳାଇ ପାରିବେ ନାହିଁ । କିନ୍ତୁ ମୃତ୍ୟୁ କେବେ ହେବ ତାହା ପୂର୍ବରୁ ଜାଣି ହେବ  ଗ୍ରନ୍ଥ ରେ କୁହା ଯାଇଥିବା ଏକ କଥା ଅନୁଯାୟୀ ପ୍ରତେକ ମଣିଷ କୁ ନିଜ ମୃତ୍ୟୁ ପୂର୍ବରୁ ଯମରାଜ 4ଟି ସଂକେତ ଦେଇଥାନ୍ତି ।

ଯାହା ଦ୍ଵାରା ସ୍ପଷ୍ଟ ହୋଇଥାଏ କି ମନୁଷ୍ୟର ଅନ୍ତିମ ସମୟ ଆସ ଯାଇଛି । ପ୍ରଚଳିତ କଥା ଅନୁଯାୟୀ ଯମରାଜ ନିଜର ଭକ୍ତ କୁ କଥା ଦେଇଥିଲେ କି ସେ ପ୍ରତେକ ମାନବ କୁ ମୃତ୍ୟୁ ପୂର୍ବରୁ ସଂକେତ ନିଶ୍ଚୟ ଦେବେ । ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ । ଗୋଟେ ସମୟରେ ନର୍ମଦା ନଦୀ କୂଳରେ ଅମୃତ ନାମକ ଜଣେ ବ୍ୟକ୍ତି ରହୁଥିଲା ।

ସେ ଯମରାଜ ଙ୍କୁ ଦିନ ରାତି ପୂଜା କରୁଥିଲା କାରଣ ତାକୁ ମୃତ୍ୟୁର ଭୟ ଆସୁଥିଲା । ଅମୃତ ଙ୍କ ପୂଜା ରେ ପ୍ରସନ୍ନ ହୋଇ ଯମରାଜ ପ୍ରକଟ ହୋଇଥିଲେ ଓ ବର ମାଗିବାକୁ କହିଥିଲେ । ଏହା ପରେ ଅମୃତ ଅମର ହେବାର ବର ମାଗିଲା । ଯାହାକୁ ଶୁଣି ଯମରାଜ ତାକୁ ବୁଝାଇଲେ କି ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ନିଶ୍ଚୟ । କେଉଁ ବି ମାନବ କୁ ମୃତ୍ୟୁ ରୁ ବଞ୍ଚାଇବା ଅସମ୍ଭବ ଅଟେ ।

ଯମରାଜ ଙ୍କ ଏହି କଥା ଶୁଣି ଅମୃତ କହିଲା ଯେ ଯଦି ମୃତ୍ୟୁ କୁ ଟାଳି ହେବ ନାହିଁ ତା ହେଲେ ବରଦାନ ଦିଅନ୍ତୁ କି ମୋତେ କିଛି ସଂକେତ ଦିଅନ୍ତୁ ଯାହା ଦ୍ଵାରା ମୁଁ ପରିବାର ପାଇଁ କିଛି ପ୍ରବନ୍ଧ କରି ପାରିବି । ଏହା ପରେ ଯମରାଜ ଅମୃତ କୁ ବରଦାନ ଦେଇ ସେଠାରେ ଅଦୃଶ୍ୟ ହୋଇଗଲେ । ତା ପରେ ଅମୃତ ସାଧନା ଛାଡି ବିଳାସପୂର୍ଣ୍ଣ ଜୀବନ ବିତାଇଲା ।

ତେବେ ଏମିତି କିଛି ଦିନ ବିତି ଗଲା । ଆଉ ଅମୃତ ବିଳାସିତ ଜୀବନଯାପନ କରିବାରେ ଲାଗିଲା । ହେଲେ ସମୟ ବିତିବା ସହ ଅମୃତ ର ଚୁଟି ଧଳା ହେଲା, ଦ୍ରୁଷ୍ଟି ଶକ୍ତି ହରାଇଲା, ଖଟ ରୁ ଆଉ ଉଠି ପାରିଲାନୀ, ଦାନ୍ତ ଭାଙ୍ଗିଗଲା । ଶେଷରେ ଅମୃତ କୁ ଯମଦୂତ ମାନେ ଦେଖାଗଲେ । ଏହା ପରେ ଅମୃତ ଯମରାଜ ଙ୍କୁ ମୃତ୍ୟୁ ପୂର୍ବରୁ ସଂକେତ ନ ଦେଇଥିବାର ଆରୋପ ଲଗାଇଲା ।

ଏହା ପରେ ଯମରଜା କହିଲେ ମୁଁ ତୁମକୁ ମୃତ୍ୟୁ ସମୟ ପାଖେଇ ଆସିବାର 4ଟି ସଂକେତ ଦେଇସାରିଛି ହେଲେ ତୁମେ ତାହାକୁ ଅଣଦେଖା କରିଛ । ଯମରାଜ କହିଲେ ପ୍ରଥମେ ଚୁଟି ଧଳା ହେବା, ଦାନ୍ତ ଭାଙ୍ଗିବା, ଦ୍ରୁଷ୍ଟି ଶକ୍ତି ହରାଇବା, ଶରୀରର ସବୁ ଅଙ୍ଗ କାମ କରିବା ବନ୍ଦ କରି ଦେବ । ଏହା ହେଉଛି 4ଟି ସଂକେତ ଯାହା ମୃତ୍ୟୁ ପୂର୍ବରୁ ଯମରାଜ ଦେଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *