କେଉଁ ମାସରେ ଝିଅମାନେ ଜନ୍ମ ହେଲେ ଲକ୍ଷ୍ମୀ ହୋଇଥାନ୍ତି, ଏହି ଶୁଭ ମାସ ଗୁଡ଼ିକ କଣ ଆସନ୍ତୁ ଜାଣିବା

ନମସ୍କାର ବନ୍ଧୁଗଣ । ଆସନ୍ତୁ ବନ୍ଧୁଗଣ ଜାଣିବା କେଉଁ ମାସରେ ଝିଅ ଜନ୍ମ ଗ୍ରହଣ କଲେ ଶୁଭ ହୋଇଥାଏ ଘରକୁ ଲକ୍ଷ୍ମୀ ଆସିଥାନ୍ତି । ଆପଣଙ୍କ ଘରେ ସବୁ କିଛି ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ସେହି ମାସ ଗୁଡିକ କଣ ଅଟେ । ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଝିଅ ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ । ନାରୀ ମାନଙ୍କ ଶରୀରରେ ମାତା ଲକ୍ଷ୍ମୀ ବାସ କରନ୍ତି । ଯାହା ଘରେ ଝିଅ ଜନ୍ମ ଗ୍ରହଣ କରେ ତାଙ୍କ ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ତାଙ୍କ ଘରେ ସୁଖ , ଶାନ୍ତି, ଧନର ଅଭାବ କେବେ ହୁଏ ନାହିଁ ।

ଶାସ୍ତ୍ର ଅନୁସାରେ ଏହି ମାସରେ ଯଦି ଝିଅ ଜନ୍ମ ଗ୍ରହଣ କରନ୍ତି ତା ହେଲେ ଶୁଭ ହୋଇଥାଏ । ଫ୍ରେବୁଆରି ମାସରେ ଜନ୍ମ ହେଇଥିବା ଝିଅ ବହୁତ ଭାଗ୍ୟଶାଳି ହୋଇଥାଏ । ବହୁତ ବୁଦ୍ଧିମତୀ ହୋଇଥାଏ । ବିବାହ ପରେ ଯାହା ଘରକୁ ଯାଇଥାଏ ତାହାର ଘରେ ବହୁତ ଧନବୃଦ୍ଧି ହୋଇଥାଏ। ତାହାକୁ ଏକ ଭଲ ଜୀବନ ସାଥି ମିଳିଥାଏ । 2ରେ – ଏପ୍ରିଲ ମାସରେ ଯେଉଁ ଝିଅ ଜନ୍ମ ଗ୍ରହଣ କରନ୍ତି ତାଙ୍କୁ ସାକ୍ଷାତ ଲକ୍ଷ୍ମୀବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ଏହି ମାସଟି ବହୁତ ଶୁଭ ହୋଇଥାଏ । ଏହି ମାସରେ ଜନ୍ମ ହେଉଥିବା କନ୍ୟା ବହୁତ ବୁଦ୍ଧିମତୀ ହୋଇଥାଏ । ଯେଉଁ କାର୍ଯ୍ୟ କରନ୍ତି ସେଥିରେ ସଫଳତା ହାସଲ କରନ୍ତି ।

ଏହି ଝିଅର ପରିବାରରେ କେବେବି ଧନର ଅଭାବ ହୁଏ ନାହିଁ । ସବୁବେଳେ ସୁଖ ଶାନ୍ତିର ବାତାବରଣ ତାଙ୍କର ଘରେ ଦେଖା ଦେଇଥାଏ । ଯେଉଁ ଘରକୁ ବିବାହ କରି ଯାଇଥାଏ ସେହି ଘରେ ସାକ୍ଷାତ ଲକ୍ଷ୍ମୀ ପ୍ରବେଶ କରନ୍ତି । ସେ ଘରେ କେବେ କିଛି ସମସ୍ଯା ଦେଖା ଦେଇନ ଥାଏ । 3ରେ – ଜୁନ ରେ ଜନ୍ମଗ୍ରହଣ କରୁଥିବା କନ୍ୟା ସାକ୍ଷାତ ଲକ୍ଷ୍ମୀ ହୋଇଥାନ୍ତି ।ଏମାନେ ବହୁତ ଶକ୍ତି ଶାଳି  ହୋଇଥାନ୍ତି ଏମାନେ ବହୁତ କଠିନ କାର୍ଯ୍ୟକୁ ବି କରିପାରନ୍ତି । କେବେ କୋଉଠି ହାର ମାନି ନ ଥାନ୍ତି । ଏମାନଙ୍କୁ ମଧ୍ୟ ଉଚ୍ଚ  ଫଳ ମିଳିଥାଏ ।

4ରେ – ସେପ୍ଟେମ୍ବର ମାସରେ ଜନ୍ମ ଗ୍ରହଣ କରୁଥିବା କନ୍ୟା ବହୁତ ଧନୀ ହୋଇଥାଏ । ଧନରେ କେବେ ବି ଅଭାବ ହୋଇ ନ ଥାଏ । ନିଜ ଭାଗ୍ୟରେ ସବୁ କିଛି ମିଳିଥାଏ । ଏମାନଙ୍କୁ କେବେ କୌଣସି ଜିନିଷରେ ଅଭାବ ହୋଇ ନ ଥାଏ । ଯେଉଁ ଘରେ ବିବାହ କରିଥାଏ ସେଠାରେ କୌଣସି ଜିନିଷର ଅଭାବ ହୋଇ ନ ଥାଏ ।  ତାହାର ଶଶୁର ଘର ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ତାହାଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ କେଉଁ ମାସରେ ଜନ୍ମ ଗ୍ରହଣ କରୁଥିବା ଝିଅ ମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *