କେଉଁ ପାପ ର କାରଣ ରୁ ଶିବ ଲିଙ୍ଗ ର ଉତ୍ପତି ହୋଇଥିଲା ?

ବନ୍ଧୁଗଣ ଶିବଲିଙ୍ଗ ର ଉତପତି ବିଷୟରେ ଅନେକ ଗ୍ରନ୍ଥ ମାନଙ୍କରେ ନାନା କଥା ଲେଖା ଯାଇଛି । ଶିବଲିଙ୍ଗ ର ପୂଜା ପ୍ରତେକ ସ୍ଥାନରେ ହୋଇଥାଏ । ମହାଦେବ ହେଉଛନ୍ତି ଶିବଲିଙ୍ଗ ର ଅନ୍ୟ ଏକ ରୂପ । ଶିବଲିଙ୍ଗ ରେ ଜଳାଭିଷେକ କରିଲେ ପ୍ରଭୁ ଶିବ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଶିବଲିଙ୍ଗର ଉତପତି କେମିତି ହୋଇଥିଲା । କେଉଁ କାରଣ ପାଇଁ ଶିବଲିଙ୍ଗ ର ଉତପତି ହୋଇଥିଲା । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ସବିଶେଷ ବିବରଣୀ କହିବାକୁ ଯାଉଛୁ ।

ଏକ କଥା ଅନୁଯାୟୀ ଏକଦା ଦାରୁ ନାମରେ ଏକ ଜଙ୍ଗଲ ଥିଲା । ସେଠାକୁ କିଛି ସ୍ତ୍ରୀ ମାନେ କାଠ ଆଣିବାକୁ ଯାଇଥିଲେ । ଆଉ ସେହି ସମୟରେ ମହାଦେବ ଲଗ୍ନ ଅବସ୍ଥାରେ ସେହି ସ୍ତ୍ରୀ ଙ୍କ ପାଖରେ ପହଞ୍ଚି ଥିଲେ । ଏହା ଦେଖିବା ପରେ କିଛି ସ୍ତ୍ରୀ ମାନେ ଭୟ ରେ ଆଶ୍ରମ କୁ ପଳାଇ ଥିଲେ । ଆଉ କିଛି ସ୍ତ୍ରୀ ମାନେ ମହାଦେବ ଙ୍କୁ ଆଲିଙ୍ଗନ କରିଲେ । ଠିକ ସେହି ସମୟରେ କିଛି ରୁଷି ମାନେ ସେଠାରେ ପହଞ୍ଚି ଥିଲେ ।

ଓ ମହାଦେବ ଙ୍କୁ କହିଥିଲେ ଏହା ଦେବ ବିରୋଧୀ କାମ ଅଟେ । ଏହା ପରେ ରୁଷି ମାନେ ରାଗି ଯାଇ ମହାଦେବ ଙ୍କୁ ଅଭିଶାପ ଦେଇ କହିଲେ ତୁମର ଜ୍ୟୋର୍ତିଲିଙ୍ଗ ତଳେ ପଡିବ । ଏହା କହିବା କ୍ଷଣି ମହାଦେବ ଙ୍କ ଜ୍ୟୋର୍ତିଲିଙ୍ଗ ଭୂମି ରେ ପଡିଥିଲା ଓ ପୃଥିବୀ ରେ ନିଆଁ ପିଣ୍ଡୁଳା ହୋଇ ହାହାକାର ଖେଳିଗଲା । ସାରା ପୃଥିବୀ ନିଆଁ ରେ ଜଳିଗଲା । ଆଉ ଏହା ପରେ ତିନି ଲୋକରେ ହାହାକାର ଶୁଭିଲା ।

ଏହା ପରେ ସମସ୍ତେ ଚିନ୍ତା ରେ ପଡି ଯାଇ ବ୍ରହ୍ମ ଦେବ ଙ୍କ ପାଖକୁ ଯାଇଥିଲେ । ଏହା ପରେ ବ୍ରହ୍ମ ଦେବ ରୁଷି ମାନଙ୍କୁ ମହାଦେବ ଙ୍କ ଶରଣ କୁ ଯିବାକୁ କହିଲେ । ରୁଷି ମାନେ ସେୟା ହିଁ କରିଲେ । ମହାଦେବ ରୁଷି ମାନଙ୍କୁ ଦେଖିକି କହିଲେ କି ମା ପାର୍ବତୀ ଙ୍କ ନିକଟକୁ ଯିବାକୁ । କାରଣ ମା ପାର୍ବତୀ ହିଁ ଏହି ଜ୍ୟୋର୍ତିଲିଙ୍ଗ କୁ ଧାରଣ କରି ପାରିବେ ।

ମା ପାର୍ବତୀ ଙ୍କ ଛଡା ଜ୍ୟୋର୍ତିଲିଙ୍ଗ କୁ ଅନ୍ୟ କେହି ଧାରଣ କରି ପାରିବେ ନାହିଁ । ଏହା ପରେ ରୁଷି ମାନେ ମା ପାର୍ବତୀ ଙ୍କୁ ତପସ୍ୟା କରିଲେ । ଓ ମା ପାର୍ବତୀ ଏଥିରେ ସନ୍ତୁଷ୍ଟ ହୋଇ ଆବିର୍ଭାବ ହେଲେ । ମା ପାର୍ବତୀ ପ୍ରସନ୍ନ ହୋଇ ଜ୍ୟୋର୍ତିଲିଙ୍ଗ ନିଜ ଯୋନି ରେ ଧାରଣ କରିଲେ । ଏହା ପର ଠାରୁ ତିନି ଲୋକରେ ଏହି ଜ୍ୟୋର୍ତିଲିଙ୍ଗ ଶିବଲିଙ୍ଗ ଭାବେ ପୂଜା ଅର୍ଚ୍ଚନା ହେଲା । ଆଜି ଯାଏଁ ମଧ୍ୟ ଶିବଲିଙ୍ଗ ର ପୂଜା ହେଉଛି । ଏମିତି ଶିବଲିଙ୍ଗ ର ଉତପତି ହୋଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *