ଖରାପ ସମୟକୁ କେମିତି ସାମ୍ନା କରିବେ ଜାଣନ୍ତୁ ସ୍ଵୟଂ ଭଗବାନ କୃଷ୍ଣଙ୍କଠୁ- Krishna Vani

ମଣିଷ ଜୀବନରେ ସୁଖ ଓ ଦୁଃଖ ଏହି ଦୁଇଟି ଜିନିଷ ଅହରହ ଯାତାୟତ କରୁଥାଏ । ମଣିଷ ସୁଖ ସମୟରେ ସେହି ଖୁସି ଓ ଆନନ୍ଦର ଭରପୁର ଆନନ୍ଦ ନେଇଥାଏ । ସେହି ଭଳି ଦୁଃଖ ସମୟରେ ସବୁକିଛି ଭୁଲି ମଣିଷ ଦୁଃଖିତ ରହିଥାଏ । ତେବେ ଆପଣା ଲୋକଙ୍କ ସହ ସମୟ କେମିତି କଟିଯାଏ ତାହା ଜଣାପଡି ନ ଥାଏ । ଆପଣା ଲୋକଙ୍କ ଭିତରେ ସ୍ନେହ ମମତା ଆଦି ମଣିଷକୁ ଅନ୍ଧ କରି ଦେଇଥାଏ । ତେବେ ଯଦି ଆପଣ କେବେ ବହୁ ଦୂର ଏକା ପଳେଇବେ ନିଜ ଲୋକଙ୍କ ଠାରୁ ଦୂର କୁ ତେବେ ଆପଣଙ୍କ ସମୟ ବିତିବା ବହୁତ କଠିନ ହୋଇଯିବ ।

ଆପଣଙ୍କୁ ଏକୁଟିଆ ଭଳି ଲାଗିବ । ତେବେ ଆପଣା ଲୋକ ଓ ପର ଲୋକ ମଧ୍ୟ ରେ ପାର୍ଥକ୍ୟ କଣ । ଆପଣା ଲୋକ କିଏ? ପରିବାର ଲୋକ, ବନ୍ଧୁ, ସହକର୍ମୀ , ବା ଅନ୍ୟ କେହି ଏହା କିପରି ଜାଣିବେ । ଆପଣା ଲୋକଙ୍କ ପରିଚୟ ପାଇଁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ତ ଯେତେବେଳେ ଆପଣ ସୁଖ ରେ ରହିଥାନ୍ତି ଆପଣଙ୍କ ନିକଟରେ ଲୋକଙ୍କ ସମୂହ ରହିଥାଏ ।

କାରଣ ସେତେବେଲେ ଆପଣଙ୍କ ପାଖରେ ପଦ, ଶକ୍ତି, ପ୍ରତିଷ୍ଠା ଆଦି ରହିଥାଏ । ଓ ସେମାନେ ସେହି ସବୁ ପାଇଁ ଆପଣଙ୍କ ନିକଟରେ ରହିଥାନ୍ତି । ଦୁଃଖ ସମୟରେ ଯିଏ ଆପଣଙ୍କ ସହିତ ରହିଲା ଜାଣିବେ ସେ ହିଁ ଆପଣଙ୍କ ନିଜର । ସେଥିପାଇଁ ଏହି କଥାଟି ବହୁତ ଲୋକପ୍ରିୟ ଅଟେ ” ସୁଖ ମେଂ ସବ ସାଥି । ଦୁଃଖ ମେଂ ନା କୋଈ ” ।

ଏହାର ଅର୍ଥ ସୁଖ ସମୟରେ ଆମ ପାଖେ ଲୋକଙ୍କ ଅଭାବ ନ ଥାଏ । କାରଣ ସେତେବେଳେ ଆମ ପାଖରେ ଯେଉଁ ଧନ, ସମ୍ପତି, ପ୍ରତିଷ୍ଠା, ପଦ ଆଦି ଥାଏ । ତାହା ସେମାନଙ୍କୁ ଆକର୍ଷଣ କରିଥାଏ । ଓ ସେମାନେ ନିଜ ସ୍ୱାର୍ଥ ପାଇଁ ଆମ ପାଖରେ ରହିଥାନ୍ତି । କିନ୍ତୁ ବିପତ୍ତି ଓ ଦୁଃଖ ସମୟରେ ସମସ୍ତେ ଛାଡ଼ିଦେଇ ଚାଲି ଯାଆନ୍ତି ।

କିନ୍ତୁ ଏହି ବିପତ୍ତି ବା ଦୁଃଖ ସମୟରେ ଯିଏ ଆମ ସହ ରହିଥାନ୍ତି ଓ ଯେତେ କଷ୍ଟ ପଡିଲେ ବି ଆମ ସାଥ କେବେ ଛାଡ଼ନ୍ତିନି ସେ ହେଇଛନ୍ତି ପ୍ରକୃତ ଆପଣା ଲୋକ । ଏହି ବିପଦ ସମୟରେ ଆପଣ କିପରି ସାମ୍ନା କରିବେ ତାହା ମଧ୍ୟ ଶ୍ରୀକୃଷ୍ଣ କହିଛନ୍ତି ଦୁଃଖ ସମୟରେ ମଣିଷ ବହୁତ ଭୁଲ କରିଥାଏ ଓ ଭୁଲ ନିର୍ଣ୍ଣୟ ମଧ୍ୟ ନେଇଥାଏ ଯାହାର ପରିଣାମ ଭୟଙ୍କର ହୋଇଥାଏ ।

ତେଣୁ ଦୁଃଖ ସମୟରେ ଧର୍ଯ୍ୟ ରଖିବା ଉଚିତ । ଧର୍ଯ୍ୟ ରେ ଯେତେ ବିପଦ ହେଲେ ମଧ୍ୟ ସହଜରେ କଟିଥାଏ । ଦୁଃଖ ଏକ ଶିକ୍ଷକ ପରି ଏହା ଏହି ଶିକ୍ଷା ଦେଇଥାଏ ଯେ ଜୀବନରେ ଯେତେ ଯାହା ହେଲେ ମଧ୍ୟ କେବେବି ଧର୍ଯ୍ୟ ହରାଇବା ଉଚିତ ନୁହେଁ ।

ତେଣୁ ଏହାକୁ ନେଇ ଗୋସ୍ୱାମୀ ତୁଳସୀ ଦାସ ଶ୍ରୀ ରାମ ଚରିତ ମାନସ ରେ ଏହି ଧର୍ଯ୍ୟ କୁ ନେଇ ଲେଖିଛନ୍ତି । ” ଧିରଜ ଧର୍ମ ଅରୁ ନାରୀ । ଆପତ୍ତ କାଳେ ପରଖି ଅହି ଚାରି” । ଏହାର ଅର୍ଥ ମଣିଷ ଜୀବନରେ ବିପତ୍ତି ସମୟରେ ଧର୍ମ, ଧର୍ୟ୍ଯ, ମିତ୍ର , ସ୍ତ୍ରୀ ଏହି ଚାରୋଟିର ପରୀକ୍ଷା ହୋଇଥାଏ ।

Leave a Reply

Your email address will not be published. Required fields are marked *