ବନ୍ଧୁଗଣ ଆଜିର କଥାବସ୍ତୁ ହେଉଛି କୁମ୍ଭ ରାଶି ଥିବା ବ୍ୟକ୍ତି ବିଶେଷ ମାନଙ୍କର ସମୟ ବଦଳିବା ପାଇଁ ଯାଉଛି । କୁମ୍ଭ ରାଶିର ଭାଗ୍ୟ ବିଧାତା ହେଉଛନ୍ତି ନ୍ୟାୟର ଦେବତା ଭଗବାନ ଶନି । ଏହି ରାଶିରେ ଗ୍ରହ, ନକ୍ଷତ୍ର ମାନଙ୍କର ଅବସ୍ଥିତି ବଦଳିଥିବାରୁ ଏହାର ପ୍ରଭାବ ସିଧାସଳଖ ଏହି କୁମ୍ଭ ରାଶିର ଲୋକମାନଙ୍କ ଉପରେ ପଡିବ । ଯାହା ଦ୍ଵାରା କୁମ୍ଭ ରାଶିର ଲୋକମାନେ ଲୋମ ଟାଙ୍କୁରି ଉଠିବ ଓ ତାଙ୍କୁ ସମ୍ଭାଳିବା ପାଇଁ କାହାର ଆବଶ୍ୟକତା ପଡିପାରେ । ଏହି ରାଶିର ଲୋକ ମାନେ ଯେକୌଣସି ଯୋଜନାକୁ ସଫଳ କରିବା ପାଇଁ ଚାହୁଁଛନ୍ତି, ସେଥିପାଇଁ ସେମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡୁଛି ।
ଯଦି ଆପଣ ମାନଙ୍କର ରାଶି ହେଇଥିବ ତାହେଲେ ଆପଣମାନେ ଜାଣିପାରିବେ, ଆପଣ ମାନଙ୍କ ପାଖରେ ସେହି ସକ୍ଷମତା ଅଛି, କିନ୍ତୁ କୌଣସି ପ୍ରକାର ସୁଯୋଗ ନ ମିଳିବାରୁ ଆପଣ ସବୁଥିରେ ପଛୁଆ ରହିଯାଉଛନ୍ତି । ଗୋଟିଏ ବିପଦରୁ ଆପଣମାନେ ମୁକ୍ତି ପାଉଥିବା ବେଳେ ଅନ୍ୟ ଏକ ସମସ୍ୟାର ସାମ୍ନା ଆପଣଙ୍କୁ କରିବା ପାଇଁ ପଡୁଛି । କୁମ୍ଭ ରାଶି ଲୋକମାନଙ୍କର ସମସ୍ତ ଆୟ, ବେୟ,ସ୍ଵାସ୍ତ ତଥା ସମସ୍ତ ପ୍ରକାର କାର୍ଯ୍ୟ ଉପରେ ଶନିଙ୍କର ନଜର ରହିଥାଏ ।
ଯଦି କୌଣସି ପ୍ରକାର ଶନିଙ୍କ ଚଳଣିରେ ପରିବର୍ତ୍ତନ ହୋଇଥାଏ, ତେବେ ଶନିଙ୍କ କୋପଦ୍ରୁଷ୍ଟି ଏହି ରାଶି ଉପରେ ପଡିଥାଏ । ଭଗବାନ ଶନିଦେବଙ୍କୁ କେବେ ଭୁଲିବା ଉଚିତ ନୁହେଁ ଏବଂ ତାଙ୍କର ନିତ୍ୟ ଆରାଧନା କରିବା ଉଚିତ । ଶନିଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ନିତ୍ୟ ଆରାଧନା କରିବା ଉଚିତ ନଚେତ ଆପଣମାନେ ହନୁମାନ ଚାଳିଶା ମଧ୍ୟ କରିପାରିବେ । କୁମ୍ଭରାଶିର ଲୋକମାନଙ୍କର ୩୨, ୪୦ ଓ ୫୮ ବର୍ଷ ବୟସରେ ସମୟ ବଦଳି ଥାଏ ।
ଏହି ବର୍ଷ ବୟସରେ ଭିତରେ ତାଙ୍କର ନିଜର ଘର, ଗାଡି, ଜମିବାଡି ସବୁ ଥାଏ । ୫୮ ବର୍ଷ ବୟସରେ ତାଙ୍କର ସମସ୍ତ ସଂଘର୍ଷ ଖତମ ହୋଇଯାଇଥାଏ, ଓ ସେମାନେ ସେବେଠାରୁ ହିଁ ଭଲ ଭାବରେ ନିଜ ଜୀବନକୁ ଉପଭୋଗ କରିଥାନ୍ତି । କୁମ୍ଭ ରାଶିର ୭୦% ଲୋକଙ୍କ ସଂଘର୍ଷ ଖତମ ହୋଇଥିବାବେଳେ, ଅନ୍ୟ କୁମ୍ଭରାଶି ଥିବା ଲୋକମାନଙ୍କର ଦୁଖର ଦିନ ସରିନଥାଏ ।
ସେମାନେ ବହୁତ ପରିଶ୍ରମ କରିଥାନ୍ତି ପରନ୍ତୁ ତାଙ୍କୁ ସଫଳତା ପ୍ରାପ୍ତ ହୋଇନଥାଏ । ସେହି ଲୋକମାନେ ଯଦି ନିଜର ସମସ୍ତ ମନସ୍କାମନା ପୂରଣ କରିବା ପାଇଁ ଚାହିଁଥାନ୍ତି, ତେବେ ସେମାନେ ଭଗବାନ ଶିବଙ୍କର ଶରଣ ପଶନ୍ତୁ ଓ ଶିବଙ୍କର ଉପରେ ପ୍ରତିଦିନ ପଞ୍ଚାମୃତ ଚଢାନ୍ତୁ । ଏହା ଦ୍ଵାରା ଭଗବାନ ଶିବ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିବେ ।
ଯଦି ଆପଣଙ୍କର ବ୍ୟବସାୟରେ ଲାଭ ହେଉନଥାଏ, ତେବେ ଆପଣ ଏକ ଉପାୟ କରନ୍ତୁ ଏକ ତମ୍ବାର ପାତ୍ରରେ ଜଳ ପୂର୍ଣ ଭାବରେ ଭର୍ତ୍ତି କରି ତାକୁ ଢାଙ୍କି କରି ନିଜ କାର୍ଯ୍ୟ କ୍ଷେତ୍ରରେ ରଖିଦିଅନ୍ତୁ, ରାତି ସାରା ପାଣି ସେଠି ରହିଥିବ । ଆପଣ ସକାଳେ ସେଠାକୁ ଯାଇ ସେଇ ପାଣି ଆଣି ଏପରି ଏକ ଜାଗାରେ ପକାନ୍ତୁ, ଯେଉଁଠି କାହାର ପାଦ ସେଇ ପାଣି ଉପରେ ନପଡେ । ଏପରି ପ୍ରତିଦିନ କରିବା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ଧୀରେ ଧୀରେ ଉନ୍ନତିର ସୋପାନ ଚଢିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ ଦ୍ଵାରା ମତାମତ ଜଣାନ୍ତୁ ।