କୁମ୍ଭ ରାଶି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତର କିଛି ଗୂଢ ରହସ୍ୟ- Jyotisha Shastra

ଆଜି ଆମେ ଆପଣ ମାନଙ୍କୁ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟରେ କିଛି ରହସ୍ୟମୟ କଥା କହିବାକୁ ଯାଉଛୁ । କୁମ୍ଭ ରାଶିର ବ୍ୟକ୍ତିଙ୍କର ନାମର ପ୍ରଥମ ଅକ୍ଷର ବୁ, ଗେ, ଗୌ, ସି, ସୋ, ତେ ଇତ୍ୟାଦି ଅଟେ । କୁମ୍ଭ ରାଶିର ବ୍ୟକ୍ତି ବୁଦ୍ଧିମାନ ହେବା ସହ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ କିଛି କ୍ଷେତ୍ରରେ କ୍ରୋଧ ମଧ୍ୟ କରିଥାନ୍ତି । ଏମାନେ ସଙ୍ଗୀତରେ ପାରଦାର୍ଶିତା ଦେଖାଇଥାନ୍ତି । ସମାଜର କଲ୍ୟାଣ ପାଇଁ ଏମାନେ ଅନେକ ଭଲ କାମ କରିଥାନ୍ତି । ଆପଣ ଜଣେ ବିପ୍ଳବୀ ଓ କର୍ମବୀର ଅଟନ୍ତି । ଆପଣ ଦୁଖି ଗରିବ ଲୋକ ମାନଙ୍କର ସହାୟତା କରିଥାନ୍ତି ।

ଏମାନେ ଜଣେ ବିଶିଷ୍ଟ ସମାଜସେବୀ ଅଟନ୍ତି କିନ୍ତୁ ଆପଣଙ୍କର ନୈତିକ ମୂଲ୍ୟବୋଧର ଅବପାତନ ଘଟିପାରେ । ଏମାନଙ୍କ ଠାରେ ପ୍ରଚଣ୍ଡ ସ୍ମୃତିଶକ୍ତି ରହିଛି । ଏମାନେ ନିଜର ବିଚକ୍ଷଣ ବୁଦ୍ଧି ଯୋଗୁ ସମସ୍ତଙ୍କର ପ୍ରିୟ ଭଜନ ହୋଇ ପାରନ୍ତି । ଏମାନେ ଠକାମିର ମଧ୍ୟ ଶିକାର ହୋଇଥାନ୍ତି । ଆବଶ୍ୟକ ପଡିଲେ ଏମାନେ ଖରାପ କାମ କରିବାକୁ ପଛେଇ ନ ଥାନ୍ତି । ଏମାନେ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହି । ଏମାନେ କଠିନ ପରିଶ୍ରମ କରି ଜୀବନରେ ସଫଳତା ହାସଲ କରିଥାନ୍ତି । ଏମାନେ ନିଜର ଆତ୍ମୀୟ ମାନଙ୍କ ଠାରୁ ପରାମର୍ଶ ନେବାକୁ ପସନ୍ଦ କରିଥାନ୍ତି । ଏମାନଙ୍କର ଦାଂପତ୍ଯ ଜୀବନରେ ସାମାନ୍ଯ ବ୍ୟାଘାତ ଘଟିଥାଏ ।

ଏହି ରାଶିର ଲୋକଙ୍କ ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ବୁଝାମଣା ନ ରହିଲେ ବହୁତ ସମସ୍ଯା ସୃଷ୍ଟି ହୋଇଥାଏ । କୁମ୍ଭ ରାଶିର ପୁରୁଷ ମାନେ ଜୀବନ ସାଥିଙ୍କ ଠାରେ ଅନୁପସ୍ଥିତ ରହୁ ଥିବାରୁ ପାରିବାରିକ କଳହ ଦେଖାଯାଏ । ଆପଣ ନିଜର ଅହଂ ଭାବକୁ ଦୂରେଇ ରଖି ପରିବାର ଲୋକଙ୍କ ସହ ମିଳିମିଶି ରୁହନ୍ତୁ । ଏମାନେ ସମସ୍ତ କଥାକୁ ଗୋପନ କରି ରଖିଥାନ୍ତି । ଏମାନେ ଯେଉଁ ମାନଙ୍କ ସହ ବନ୍ଧୁତା କରନ୍ତି କୌଣସି ସ୍ଵାର୍ଥ ପାଇଁ କରନ୍ତି । ଯଦି ଏମାନଙ୍କର ସ୍ଵାର୍ଥ ପୂରଣ ନ ହୁଏ ତେବେ ଏମାନେ ବନ୍ଧୁତା ଭାଙ୍ଗି ଦିଅନ୍ତି । ଥରେ ବନ୍ଧୁତା ଦୃଢ ହୋଇଗଲେ ଏମାନେ କିଛି ବି କରି ପାରନ୍ତି ।

ଏମାନଙ୍କର ବନ୍ଧୁତା କ୍ଷଣସ୍ଥାୟୀ ନୁହେଁ । ଏମାନେ ଶ-ତ୍ରୁକୁ ଦମନ କରିଥାନ୍ତି । ଏମାନେ ଗୋପନ ଭାବେ ବିନା ସ୍ଵାର୍ଥରେ କୌଣସି କାମ କରନ୍ତି ନାହି । ଅନ୍ୟ ମାନଙ୍କୁ କାବୁ କରି ଏମାନେ ବିଭିନ୍ନ କାମ କରିଥାନ୍ତି । କୁମ୍ଭ ରାଶିର ଲୋକ ମାନେ ନିଜର ଭୁଲ ନ ମାନି ଅନ୍ୟ ଉପରେ ଦୋଷ ଦେଇଥାନ୍ତି । ଏମାନେ ପରିଶ୍ରମୀ ହୋଇଥିବାରୁ ସବୁ କାର୍ଯ୍ୟକୁ ସୁରୁଖୁରୁରେ କରିଥାନ୍ତି । ଏମାନେ କଳା, କୌଶଳ, ବ୍ୟବସାୟୀ, ଲେଖକ, ପୋଲିସ, ଗୁପ୍ତଚର, ନୌବାହିନୀ, ପାଣ୍ଡିତ୍ଯ ଆଦି କାମରେ ଲିପ୍ତ ରୁହନ୍ତି । ଯାନବାହାନ କ୍ଷେତ୍ରରେ ଏମାନେ ବହୁତ ଲାଭବାନ ହୋଇଥାନ୍ତି । ପରିଣୀତ ବୟସରେ ଏମାନେ ବହୁତ ଦୁଖ ଭୋଗ କରିଥାନ୍ତି । ବି-ପ-ଦ ସମୟରେ ଏମାନେ ଭଗବାନଙ୍କ ନାମ ସ୍ମରଣ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *