P ନାମ ର ଲୋକଙ୍କ ପାଇଁ କିପରି ରହିବ ବର୍ଷ ୨୦୨୧ – Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ବ୍ୟକ୍ତି ଜୀବନ ରେ ଅନେକ ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ସମ୍ବନ୍ଧରେ ଥିବା ତଥ୍ୟ କୁ ଅନୁମାନ କରାଯାଇ ପାରିଥାଏ ଏବଂ ସେହି ବ୍ୟକ୍ତି ର ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ବନ୍ଧରେ ମଧ୍ୟ ଜଣା ପଡ଼ି ଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଥିବା ‘P’ ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ଭବିଷ୍ୟତ ତଥା ୨୦୨୧ ମସିହା ସେମାନଙ୍କ ପାଇଁ କିପରି ରହିବ ସେହି ସମ୍ବନ୍ଧରେ ଜଣାଇବୁ । ‘P’ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ସ୍ଵଭାବ, ଶିକ୍ଷା, କ୍ୟାରିଆର, ଲଭ ଲାଇଫ ଏବଂ ଆର୍ଥିକ ସ୍ଥିତି କିଭଳି ରହିବ ଆଜି ଆମେ ଆପଣଂକୁ ଜଣାଇବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ସ୍ଵଭାବ- ବନ୍ଧୁଗଣ ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ବହୁତ ସୌଭାଗ୍ୟଶାଳୀ ଅଟନ୍ତି । ଏମାନେ ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି । ବହୁତ କମ ରାଗିଥାନ୍ତି କିନ୍ତୁ ଯଦି କୌଣସି ବ୍ୟକ୍ତି ଙ୍କ ଉପରୁ ଏମାନଙ୍କ ଭରସା ଉଠିଯାଏ ତେବେ ସେ ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ସହ ସମ୍ପର୍କ ଯୋଡନ୍ତି ନାହିଁ । ଏହି ବ୍ୟକ୍ତି ମାନେ ନିଜେ ଦୁଃଖ ରେ ଥିଲେ ମଧ୍ୟ ଅନ୍ୟ ମାନଙ୍କୁ ସର୍ବଦା ଖୁସି ରେ ରଖନ୍ତି ଏବଂ ଏମାନେ ସର୍ବଦା ଶାନ୍ତି ପୂର୍ଣ୍ଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଏମାନେ ଅନ୍ୟର ସାହାଯ୍ୟ କରିବାକୁ ସର୍ବଦା ପସନ୍ଦ କରନ୍ତି ।

୨. ଶିକ୍ଷା- ୨୦୨୧ ମସିହାର ରାଶି ଫଳ ଅନୁସାରେ ଏହି ନାମର ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ଏଥିପାଇଁ ଏମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ଏକାଗ୍ରତା ରଖିବାକୁ ପଡ଼ିବ । ପ୍ରତିଯୋଗି ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ଭଲ ଫଳ ପ୍ରାପ୍ତ ହେବ । ଶିକ୍ଷକ ଙ୍କ ପରାମର୍ଶ ମଧ୍ୟ ଆବଶ୍ୟକତା ରହିବ ଏବଂ ଯେଉଁମାନେ ଉଚ୍ଚ ଶିକ୍ଷା ନିମନ୍ତେ ସ୍ବପ୍ନ ରଖିଛନ୍ତି ସେମାନଙ୍କୁ ଭଲ ସୁଯୋଗ ପ୍ରାପ୍ତ ହେବ ଏବଂ ଏହି ଛାତ୍ରଛାତ୍ରୀ ମାନଙ୍କୁ ସଠିକ ସମୟରେ ସୁଯୋଗ କୁ ଉପଯୋଗ କରିବାକୁ ହେବ ।

୩. କ୍ୟାରିଅର- ୨୦୨୧ ମସିହାର ରାଶିଫଳ ଅନୁସାରେ ଏହି ବ୍ୟକ୍ତି ଙ୍କୁ ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । କିଛି ବ୍ୟକ୍ତି ନିଜ ବ୍ୟବସାୟ ଅଥବା ଚାକିରୀ ବଦଳାଇବା ର ନିଷ୍ପତ୍ତି ନେବେ ଏବଂ କିଛି ବ୍ୟକ୍ତି ପୂର୍ବରୁ କରିଥିବା ଚାକିରୀ କ୍ଷେତ୍ରରେ ଉନ୍ନତି ହାସଲ କରିବେ ।

୪. ଲଭ ଲାଇଫ- ୨୦୨୧ ମସିହାର ରାଶିଫଳ ଅନୁସାରେ ଏହି ବ୍ୟକ୍ତି ଙ୍କୁ ନିଜ ପ୍ରେମ ସମ୍ପର୍କ କୁ ମଜବୁତ ରଖିବାକୁ ପଡ଼ିବ । ପ୍ରେମ ବିବାହ ର ସମ୍ଭାବନା ମଧ୍ୟ ରହିଛି । ସମ୍ପର୍କରେ କୌଣସି କଥାକୁ ନେଇ ବାଧା ସୃଷ୍ଟି ହୋଇପାରେ କିନ୍ତୁ ଆପଣଂକୁ ଏଥି ପାଇଁ ସତର୍କ ହେବାକୁ ପଡ଼ିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

୫. ଆର୍ଥିକ ସ୍ଥିତି- ଏହି ବର୍ଷ ଆପଣଂକୁ ଧନ ଲାଭ ର ଅଧିକ ସମ୍ଭାବନା ରହିଛି ଏବଂ ଆପଣଙ୍କ ଜୀବନ ସାଥି ଙ୍କ ମାଧ୍ୟମରେ ଆପଣଂକୁ ଧନ ଲାଭ ହେବାର ଯୋଗ ରହିଛି । କୌଣସି କ୍ଷେତ୍ରରେ ଆପଣଂକୁ ଅଚାନକ ମଧ୍ୟ ଧନ ପ୍ରାପ୍ତି ହୋଇପାରେ । ଧନ ପ୍ରାପ୍ତି ହେବା ସହ ଖର୍ଚ୍ଚ ର ମଧ୍ୟ ସମ୍ଭାବନା ରହିଛି ତେଣୁ ଆପଣଂକୁ ଭାବିଚିନ୍ତି ଧନ ଖର୍ଚ୍ଚ କରିବାକୁ ହେବ । ସଂକ୍ଷେପରେ କହିବାକୁ ଗଲେ ଆର୍ଥିକ ସ୍ଥିତି ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *