ମା ଲଷ୍ମୀ ଘରକୁ ଆସିବା ପୂର୍ବରୁ ମିଳେ ଏହି ସବୁ ସଂକେତ, ଆପଣଙ୍କୁ ମିଳୁଛି କି ?

ବନ୍ଧୁଗଣ ଆମ ଜୀବନରେ ଧନର କେତେ ମହତ୍ଵ ଅଛି ଏହା କାହାକୁ ବି ଅଛପା ନାହିଁ । ଧନର ଅଭବରୁ କେହି ଖୁସିରେ ରୁହନ୍ତି ନାହିଁ । କିନ୍ତୁ ଧନ ଜୀବନରେ ସବୁ କିଛି ହୋଇନ ଥାଏ । ଧନ ଦ୍ଵାରା ଖୁସି କିଣିପାରିବା ନାହିଁ କିନ୍ତୁ ଧନ ପାଖରେ ଥିଲେ ଖୁସି ଆପେ ଆପେ ଆସେ । ଲୋକେ ଧନ କମାଇବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । ଯାହା ପାଖରେ ଟଙ୍କା ଥାଏ ତା ହାତ ମୁଠାରେ ଦୁନିଆ ଥାଏ ଏମିତି କଥାରେ ଅଛି । ଏଥିପାଇଁ ସମସ୍ତେ ମା ଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି । ଆଜି ଆମେ ଜାଣିବା ମା ଲକ୍ଷ୍ମୀ ଗୃହକୁ ଆସିବା ପୂର୍ବରୁ କେଉଁ ସଂକେତ ଦେଇଥାନ୍ତି ।

୧- ଅମାବାସ୍ୟା ଦିନ ଘର ପାଖରେ ପେଚା ଦେଖନ୍ତି, ବିଲେଇ ଘରେ ପଶି କ୍ଷୀର ପିଏ, ରାତିରେ ମୂଷା ଦେଖନ୍ତି ତେବେ ମା ଲକ୍ଷ୍ମୀ ଗୃହକୁ ଆସିବାର ସଂକେତ ଦେଇଥାଏ ।

୨- ଏକ ପିତଳ ଲୋଟାରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘରର ପାଶକିମ ପାଖରେ ରଖିକି ମୁଣ୍ଡିଆ ମାରିଲେ ସବୁ ଅଭାବ ଦୂର ହୋଇଥାଏ । ଘର ସାମନାରେ ପଥର, କଣ୍ଟା ଗଛ ରଖନ୍ତୁ ନାହିଁ ।

୩- ଗରୁଡ ଚିହ୍ନ ଥିବା ଘଣ୍ଟି ଠାକୁର ଘରେ ବଜାଇଲେ ଚୋରା, ଅଗ୍ନି, ବଜ୍ର ଭୟ ରୁହେ ନାହିଁ । ଯାନବାହାନ ବିକ୍ରି କରୁଛନ୍ତି ତେବେ ମଙ୍ଗଳବାର ଦିନ କରନ୍ତୁ ନାହିଁ । ଜମି ବିକ୍ରି ଗୁରୁବାରରେ କରନ୍ତୁ ନାହିଁ ।

୪- ଧଳା ପେଚା ଘର ଉପରେ ବସିବା ବା ଭିତରେ ପଶିବା ରାସ୍ତାରେ ଯଦି ଦେଖୁଛନ୍ତି ତେବେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଘରେ ନେଉଳ, ଧଳା ପାରା ବା ପାରାର ମୂର୍ତ୍ତି ଟି ରଖନ୍ତି ତେବେ ଘରର ସର୍ବ ବିଧ ମଙ୍ଗଳ ହୋଇଥାଏ ।

୫- ଘରର ଦକ୍ଷିଣ ଦିଗରେ ତୁଳସୀ ଗଛ ରଖନ୍ତୁ । ଯାତ୍ରା ସମୟରେ ତୁଳସୀ ମାଟି ମୁଣ୍ଡରେ ଲଗାଇ ଯାତ୍ରା କରିଲେ ଶୁଭ ହୋଇଥାଏ ।

୬- ଘରେ ନାଲି ପିମ୍ପୁଡି ରହିବା ଅଶୁଭ ହୋଇଥାନ୍ତି । କଳା ପିମ୍ପୁଡି ରହିଲେ ଶୁଭ ହୋଇଥାଏ । ଘରେ ଅଚାନକ କଳା ପିମ୍ପୁଡି ଗୋଲ ଆକାରରେ ଦେଖାଗଲେ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ ।

୭- ଦୀପାବଳି ଦିନ ଝିଟିପିଟି ଦେଖାଗଲେ ଶୁଭ ହେବ ସହ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଅଚାନକ ଘରେ ୩ଟି ଝିଟିପିଟି ଏକତ୍ର ଥିବାର ଦେଖାଗଲେ ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଅଟେ ।

୮- ଘରଚଟିଆ ପକ୍ଷୀ ଘରର ଆଖପାଖରେ ରହିଲେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । କୌଣସି ପକ୍ଷୀ ଆସି ବସା ବନାଇଥାଏ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ଏହା ଦ୍ଵାରା ଧନର ଆଗମନ ହୋଇଥାଏ ।

୯- କାଉ, ଶାଗୁଣା ଘରକୁ ଆସିଲେ ଶୁଭ ହୋଇଥାଏ । ଦିନର କୌଣସି ସମୟରେ ବା ସକାଳ, ସନ୍ଧ୍ୟାରେ ଶଙ୍ଖ ଧ୍ୱନି ଶୁଣାଯାଏ ତେବେ ମା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । ଯାହା ଦ୍ଵାରା ଜୀବନରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *