ମାତା ଲକ୍ଷ୍ମୀ ଘରେ ପ୍ରବେଶ କରିବା ପୂର୍ବରୁ ମହିଳାଙ୍କୁ ଦିଅନ୍ତି ଏହି ୬ ଟି ଗୁପ୍ତ ସଂକେତ- Vastu Shastra

ସମସ୍ତ ସଂସାରର ଧନ ଓ ଐଶ୍‍ୱର୍ୟାର ଦେବୀ ମାତା ଲକ୍ଷ୍ମୀ ବହୁତ ହିଁ ଚଞ୍ଚଲ ହୋଇଥାନ୍ତି । ମାତା ଲକ୍ଷ୍ମୀ ଗୋଟିଏ ସ୍ଥାନରେ ଅଧିକ ସମୟ ରୁହନ୍ତି ନାହିଁ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସବୁବେଳେ ଭ୍ରମଣ କରିଥାନ୍ତି । ସେଥିପାଇଁ କେତେବେଳେ କେଉଁ ମନୁଷ୍ୟର ଭାଗ୍ୟ ଉଦୟ ହୋଇଯିବ ଓ କେତେବେଳେ କାହାର ଜୀବନରେ ଦୁର୍ଭାଗ୍ୟ ଆସିଯିବ ଏହା ବିଷୟରେ ଅନୁମାନ ଲଗାଇବା ଅସମ୍ଭବ ଅଟେ ।

କିନ୍ତୁ ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କୁ ଘରେ ସବୁଦିନ ସ୍ଥାୟୀ କରି ରଖିବା ପାଇଁ ବହୁତ ଉପାୟ ବିଷୟରେ କୁହାଯାଇଛି । ଯଦି ସବୁଦିନ ଏହି ଉପାୟ ଗୁଡିକ ସଠିକ ନୀତି ନିୟମରେ କରିବେ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି କେବେ ବି ଯିବେ ନାହିଁ । କିନ୍ତୁ ଆମର ଶାସ୍ତ୍ରରେ କିଛି ମହତ୍ଵପୂର୍ଣ ଓ ଛୋଟ ସଂକେତ ବିଷୟରେ କୁହାଯାଇଛି । ଯେତେବେଳେ ମାତା ଲକ୍ଷ୍ମୀ କୌଣସି ବି ଘରେ ପ୍ରବେଶ କରନ୍ତି ତେବେ ସେହି ଘରର ସଦସ୍ୟଙ୍କୁ କିଛି ଖାସ ସଂକେତ ଦେଇଥାନ୍ତି ।

ଏହି ସଂକେତ ସବୁକୁ ବୁଝି ଯଦି ମାତା ଲକ୍ଷ୍ମୀଙ୍କ ସ୍ଵାଗତ କରାଯିବ ତେବେ ମା ଙ୍କ ଅପାର କୃପା ଲାଭ ହୋଇଥାଏ ଓ ସେହି ଘରକୁ ଧନଧାନ୍ୟରେ ପରିପୂର୍ଣ କରି ଦିଅନ୍ତି ମାତା ଲକ୍ଷ୍ମୀ । ଆଜି ଆମେ ଆପଣଙ୍କୁ ସେହି ସମସ୍ତ ସଂକେତ ବିଷୟରେ କହିବୁ । ଆପଣଙ୍କୁ ଯେତେବେଳେ ବି ଏହିଭଳି ସଂକେତ ମିଳିବ ତେବେ ଅବଶ୍ୟ ଏହା ଉପରେ ଧ୍ୟାନ ଦିଅନ୍ତୁ । କିନ୍ତୁ ଏହି ସମୟରେ କିଛି ଅନୁଚିତ କାମ କରନ୍ତୁ ନାହିଁ ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରୁ ଫେରି ଯିବେ ।

ପେଚାକୁ ମାତା ଲକ୍ଷ୍ମୀଙ୍କର ବାହାନ କୁହାଯାଏ । ପେଚା ଦେଖିବା ଓ ଘରକୁ ଆସିବା ବହୁତ ହିଁ ଶୁଭ ହୋଇଥାଏ । ସମାନ୍ୟ ରୂପରେ ପେଚା ନଜର ଆସେ ନାହିଁ । କିନ୍ତୁ ଅଚାନକ ଉତ୍ତର କିମ୍ବା ପୂର୍ବ ଦିଗରୁ କୌଣସି ପେଚା ଆପଣଙ୍କ ଘର ଆଡକୁ ଆସୁଛି ତେବେ ଏହା ଘରେ ମାତା ଲକ୍ଷ୍ମୀଙ୍କ ଆଗମନର ଏକ ବହୁତ ହିଁ ଶୁଭ ସଂକେତ ଅଟେ । ଏହା ଛଡା ଯଦି ଘରେ କୌଣସି ଚଢେଇ ନିଜର ବସା ତିଆରି କରୁଛି ତେବେ ଏହାକୁ ବି ଶୁଭ ସଂକେତ କୁହାଯାଇଛି । ଘରେ ଶୁଣାଯାଉଥିବା ଚଢେଇଙ୍କ ଶବ୍ଦ ମାତା ଲକ୍ଷ୍ମୀଙ୍କ ସ୍ଵାଗତ କରିଥାଏ ।

ମାତା ଲକ୍ଷ୍ମୀ ଯେତେବେଳେ କୌଣସି ଘରେ ପ୍ରବେଶ କରନ୍ତି ତେବେ ସେହି ଘରର ସଦସ୍ୟମାନଙ୍କ ବ୍ୟବହାର ଓ ତାଙ୍କର ଖାଦ୍ୟପାନର ଅଭ୍ୟାସରେ ବି ବହୁତ କିଛି ପରିବର୍ତ୍ତନ ଆସିଥାଏ । ସେହି ଘରର ଲୋକମାନେ ଅଳ୍ପ ଭୋଜନ କରି ମଧ୍ୟ ସନ୍ତୁଷ୍ଟ ହୋଇ ଯାଆନ୍ତି । ଏହା ଏକ ଶୁଭ ସଂକେତ ଅଟେ । ଯେତେବେଳେ ମାତା ଲକ୍ଷ୍ମୀଙ୍କ କୃପା ହୋଇଥାଏ ଓ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ତେବେ ଆପଣ ପରିବାରର ସଦସ୍ୟମାନଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଥାଏ । ଘରେ ବିବାଦ ଓ ଅହଂକାର ଭଳି ଭାବନା କମ ହୋଇଥାଏ ଓ ସ୍ନେହର ଭାବନା ଆସିଯାଏ ।

ଯଦି ଘରୁ ବାହାରିବା ସମୟରେ ଅଚାନକ କୌଣସି ମହିଳା ଝାଡୁ ଧରି ଥିବାର ନଜର ଆସୁଛନ୍ତି ଓ ଏହା ବାରମ୍ବାର ହେଉଛି ତେବେ ବୁଝି ଯାଆନ୍ତୁ କି ଏହା ଏକ ଶୁଭ ସଂକେତ ଅଟେ । ଏହା ସହିତ ସକାଳ ନିଦ ଖୋଲିବା ସମୟରେ ଅଚାନକ ଆପଣଙ୍କୁ କେଉଁ ସ୍ଥାନରୁ ଶଙ୍ଖର ଧ୍ୱନି ଶୁଣିବାକୁ ମିଳୁଛି ତେବେ ଏହା ବି ଶୁଭ ସଂକେତ ବୋଲି କୁହାଯାଇଛି । ଯଦି ଆପଣଙ୍କ ଘରକୁ ପ୍ରତିଦିନ ଗାଈ ଆସୁଛନ୍ତି ଓ ଆପଣ ଗାଈକୁ ରୁଟି ଖାଇବାକୁ ଦେଉଛନ୍ତି ତେବେ ଏହା ଭାଗ୍ୟ ଉଦୟର ସଂକେତ ଅଟେ ।

Leave a Reply

Your email address will not be published. Required fields are marked *