ମା ଲକ୍ଷ୍ମୀ ଏହି 7 ଜଣ ବ୍ୟକ୍ତିଙ୍କ ଉପରେ ସର୍ବଦା ରୁହନ୍ତି ରୁଷ୍ଟ, ଦେଖନ୍ତୁ ସେହି ବ୍ୟକ୍ତିମାନେ କିଏ

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ବିଦ୍ଵାନ ଓ ଜ୍ଞାନୀ । ଏହା ସହ ସେ ଭଲ ନୀତିକାର ମଧ୍ୟ ଥିଲେ । ସେ ତାଙ୍କର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇବାରେ ସଫଳ ହୋଇଥିଲେ । ସେ ତାଙ୍କର ରଚିତ ଚାଣକ୍ୟ ନୀତି ରେ ଅନେକ କଥା ଉଲେଖ କରିଛନ୍ତି ଯାହା ମାନବ ସମାଜ ପାଇଁ ହିତକାରକ ଅଟେ । ଚାଣକ୍ୟଙ୍କ ନୀତିବାଣୀ ଅନୁସାରେ ମାର୍ଗ ଦର୍ଶନ କରିଲେ ମାନବ ସମାଜର କଲ୍ୟାଣ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ କହିଥିବା କେଉଁ ସାତ ଜଣ ବ୍ୟକ୍ତିଙ୍କ ଠାରେ ମା ଲକ୍ଷ୍ମୀ କ୍ରୋଧ କରିଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- ପ୍ରଥମ ନୀତିବାଣୀ ହେଉଛି ପ୍ରତେକ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ । ଯେଉଁ ବ୍ୟକ୍ତି ସକାଳେ ଜଲ୍ଦି ନ ଉଠି ଡେରିରେ ଉଠିଥାନ୍ତି ସେମାନଙ୍କ ଉପରେ କୌଣସି ଦେବାଦେବୀଙ୍କର କୃପା ଲାଭ ହୋଇ ନ ଥାଏ । କାରଣ ଏହି ପ୍ରକୃତିର ଲୋକ ମାନେ ରାକ୍ଷସ ସମାନ ହୋଇଥାନ୍ତି । ଏହି ଭଳି ଲୋକଙ୍କ ପାଖରେ କେବେ ଟଙ୍କା ରହିବା ନାହିଁ ।

୨- ଯେଉଁ ଲୋକ ମାନେ ମଦ୍ୟପାନ ବା କୌଣସି ନିଶା ଦ୍ରବ୍ଯର ସେବନ କରୁଥାନ୍ତି ସେମାନଙ୍କ ପାଖରେ ମା ଲକ୍ଷ୍ମୀ ବାସ କରନ୍ତି ନାହି । ଏହିଭଳି ଲୋକ ମାନେ ମଦ୍ୟପାନ କରିବାରେ ସବୁ ଟଙ୍କା ଖର୍ଚ୍ଚ କରିଥାନ୍ତି । ଅନ୍ୟ କିଛି କାମ କରିବାକୁ ଇଚ୍ଛା କରନ୍ତି ନାହି ।

୩- ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ମିଛ ସେତେବେଳେ କହିବା ଆବଶ୍ୟକ ଯେତେବେଳେ ନିହାତି ଜରୁରୀ ହୋଇଥାଏ । କିନ୍ତୁ ବାରମ୍ବାର ମିଛ କହୁଥିବା ବ୍ୟକ୍ତି କେବେ ବି ଧନୀ ହୋଇ ପାରିବ ନାହି । ଏଭଳି ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ କ୍ରୋଧ କରିଥାନ୍ତି । ଏମାନଙ୍କୁ କେହି ସହଜରେ ବିଶ୍ବାସ କରନ୍ତି ଅନହି ।

୪- ଯେଉଁ ପୁରୁଷ ନିଜ ମାତା, ସ୍ତ୍ରୀ ବା ଅନ୍ୟ ମହିଳାଙ୍କର ସମାନ କରନ୍ତି ନାହି ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଲାଭ ହୁଏ ନାହି । ଏପରି ବ୍ୟକ୍ତି ସର୍ବଦା ଦରିଦ୍ରତାର ଶିକାର ହୋଇଥାଏ ।

୫- ଯେଉଁ ବ୍ୟକ୍ତି ନିଜର ସବୁ ସମୟ ଅନ୍ୟ ନାଁ ରେ ଖରାପ କଥା କହିବାରେ ବିତାଇଥାଏ ସେହି ବ୍ୟକ୍ତି କେବେ ଧନୀ ହୁଏ ନାହି । ଏମାନେ ଭଲ କାମ କରିବା ଅପେକ୍ଷା ଖରାପ କାମରେ ବ୍ୟସ୍ତ ରହିଥାନ୍ତି । ଏମାନଙ୍କୁ କେହି ଭରସା କରନ୍ତି ନାହି ।

୬- ଯେଉଁ ବ୍ୟକ୍ତି ଲୋଭୀ ହୋଇଥାନ୍ତି ସେମାନଙ୍କ ପାଖରେ କେବେ ଧନ ରହେ ନାହି । ଯେଉଁ ବ୍ୟକ୍ତି କିଛି ଆଶା ନ ରଖି କର୍ମ କରିଥାନ୍ତି ସେମାନେ ଧନୀ ହୋଇଥାନ୍ତି । କିନ୍ତୁ ଯେଉଁ ଲୋକ ମାନେ ଧନ ଆଶାରେ କାମ କରିଥାନ୍ତି ସେମାନେ ଦରିଦ୍ର ହୋଇ ରହିଥାନ୍ତି ।

୭- ଯେଉଁ ପୁରୁଷ ପର ସ୍ତ୍ରୀ ଉପରେ ଖରାପ ନଜର ରଖିଥାନ୍ତି ବା ବିଚାର କରିଥାନ୍ତି ସେମାନେ ମା ଲକ୍ଷ୍ମୀଙ୍କର କୃପା ଲାଭ କରନ୍ତି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *