ମା ଲକ୍ଷ୍ମୀ ଘରକୁ ଆସିବାର 5ଟି ସଙ୍କେତ, ଏହି ସଂକେତ ମିଳିଲେ ଜାଣିବେ ଆରମ୍ଭ ହେଲା ଆପଣଙ୍କର ଭଲ ସମୟ!

ନମସ୍କାର ବନ୍ଧୁଗଣ, ଆଜିକାଲି ଦୁନିଆରେ ଧନ ହିଁ ଜୀବନ ହୋଇସାରିଲାଣି ଏହା ତ ଆପଣମାନେ ସମସ୍ତେ ଜାଣନ୍ତି । ଧନ କମେଇବାରେ ବ୍ୟକ୍ତି ନିଜକୁ ଏତେ ବ୍ୟସ୍ତ କରିଦେଉଛନ୍ତି କି ନିଜ ପରିବାର ଲୋକଙ୍କ ସହ ଟିକେ ଭଲରେ ଖୁସିରେ ସମୟ ମଧ୍ୟ ବିତାଇ ପାରୁନାହାନ୍ତି । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଘରକୁ ମା ଲକ୍ଷ୍ମୀ ଆସିବାର କେତୋଟି ସଙ୍କେତ ଯାହାଦ୍ୱାରା ଆପଣ ଧନ ଆସିବାର ସଙ୍କେତ ଗୁଡିକୁ ଜାଣିପାରିବେଦ । ଏବଂ ଜୀବନରେ ଖୁସି ଅନୁଭବ କରିପାରିବେ ।

ଅମାବାସ୍ୟା ଦିନ ଯଦି ଘର ପାଖରେ ପେଚା ଦେଖନ୍ତି, ବିଲେଇ ଯଦି ଘରେ ପଶି କ୍ଷୀର ପିଏ ଏବଂ ରାତିରେ ଯଦି ମୂଷା ବା ଚୁଚୁନ୍ଦ୍ରା ଦେଖନ୍ତି ତେବେ ଏହା ମା ଲକ୍ଷ୍ମୀଙ୍କ ଅଗମନର ସଙ୍କେତ ଅଟେ । ଧଳା ପେଚା ଯଦି ଘର ଉପରେ ବସନ୍ତି ବା ଘର ଭିତରେ ପଶନ୍ତି ଏବଂ ଆପଣ ରାସ୍ତାରେ ଯାଉଥିବା ବେଳେ ଯଦି ବାଟରେ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସଙ୍କେତ ହେବ ।

ପ୍ରଥମେ ଜାଣନ୍ତୁ, ଯଦି ଆପଣଙ୍କୁ ଶଙ୍ଖର ଧ୍ୱନି ଦିନରେ ବା ସକାଳେ କିମ୍ବା ସନ୍ଧ୍ୟାରେ ଶୁଣାଯାଇଥାଏ ତେବେ ଏହା ଅତିଅନ୍ତ ଶୁଭ ଅଟେ ବନ୍ଧୁଗଣ । ଜାଣି ନିଅନ୍ତୁ କି ମା ଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି ଆପଣଙ୍କର ଘରେ । ଦିତୀୟ: ଯଦି ଆପଣଙ୍କର ଡାହାଣ ହାତ ପାପୁଲିରେ ଲଗାତାର କୁଣ୍ଡେଇ ହେବାକୁ ଲାଗେ ତେବେ ଏହା ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣ ସମସ୍ତଙ୍କର ମନ କାମନା ପୂର୍ଣ କରିବାକୁ ଯାଉଛନ୍ତି ବୋଲି ଜାଣନ୍ତୁ ।

ତୃତୀୟରେ ଜାଣନ୍ତୁ, ଘରେ ନାଲି ପିମ୍ପୁଡି ରହିବା ଅଶୁଭ ମନାଯାଏ । କିନ୍ତୁ କଳା ପିମ୍ପୁଡି ଅତ୍ୟନ୍ତ ଶୁଭ ହୋଇଥାଏ । ଏବଂ ବିଲକୁଲ ହାନିକରକ ହୋଇନଥାନ୍ତି । ଜୋତିଶ ଶାସ୍ତ୍ର ଅନୁସାରେ କଳାରଙ୍ଗର ପିମ୍ପୁଡିକୁ ମା ଲକ୍ଷ୍ମୀଙ୍କର ରୂପ ବୋଲି ମନାଯାଇଥାଏ । ଘରେ ଯଦି କଳା ରଙ୍ଗର ପିମ୍ପୁଡି ଗୋଲ ଆକାରରେ ବୁଲୁଥିବାର ଦେଖାଦିଏ ତେବେ ଏହା ମା ଲକ୍ଷ୍ମୀଙ୍କର ଘରକୁ ଆସିବାର ସଙ୍କେତ ଅଟେ ।

ଚତୁର୍ଥ: ଘରେ ଯଦି 3ଟି ଝିଟିପିଟି ଏକ ସାଙ୍ଗରେ ଦେଖା ଦିଅନ୍ତି ତେବେ ଏହାକୁ ବହୁତ ଶୁଭ ବୋଲି ମନାଯାଏ । ଏହା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ । ଯଦି ଝିଟିପିଟି ଜଣେ ଅନ୍ୟ ଜଣର ପିଛା କରୁଥାଏ ତେବେ ଏହା ଘରର ଉନ୍ନତିର ସଙ୍କେତ ।

ପଞ୍ଚମ: ଯଦି ଆପଣଙ୍କ ଘରେ କୌଣସି ଚଢେଇ ଆସି ବସା ବାନ୍ଧିଥାଏ ତେବେ ଏହା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ । ଯଦି ଧନ ଲାଭର ଯୋଗ ରହିଥାଏ ତେବେ ମା ଲକ୍ଷ୍ମୀ ଏହାର ସଙ୍କେତ ଆମକୁ ସ୍ଵପ୍ନରେ ମଧ୍ୟ ଦେଇଥାନ୍ତି । ବନ୍ଧୁଗଣ ଏହାଥିଲା ଆପଣମାନଙ୍କ ପାଇଁ ଫଳପ୍ରଦ ହେବାକୁ ଥିବା କିଛି କଥା ଯାହାକୁ ଅପଣମାନେ ରଖନ୍ତୁ ନିଶ୍ଚିନ୍ତ । ତେବେ ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତ ଲାଇକ ଶେୟାର ନିଶ୍ଚୟ କରିବେ ।

Leave a Reply

Your email address will not be published. Required fields are marked *