ମାଂସ ଖାଉଥିବା ଲୋକ ମାନେ ନିଶ୍ଚୟ ଜାଣନ୍ତୁ, ମାଂସ ଖାଇବା ପାପ ନା ପୂଣ୍ୟ ହୋଇଥାଏ ?

ବନ୍ଧୁଗଣ ମଣିଷ କଣ ଖାଇବ ଓ ନ ଖାଇବା ତାହା ତାହାର ଇଚ୍ଛା ଓ ଚୟନ ଉପରେ ନିର୍ଭର କରିଥାଏ । ଆଜି ବି କିଛି ଜାଗାରେ ଦେଖିବାକୁ ମିଳୁଛି ମାଂସାହାରୀ ମାନେ ଶାକାହାରୀ ଖାଦ୍ୟ ଖାଉଛନ୍ତି ଆଉ ଶାକାହାରୀ ମାଂସାହାରୀ ଖାଦ୍ୟ ଖାଉଛନ୍ତି । ଆଜି ଆମେ ଜାଣିବା ମାଳିକା ବଚନ ଅନୁସାରେ ଶାକାହାରୀ ଓ ମାଂସାହାରୀ ଖାଦ୍ୟ ମଧ୍ୟରୁ କେଉଁ ଖାଦ୍ୟକୁ ଉଚିତ ମାନାଯାଇଥାଏ ।

ଏକ କଥା ଅନୁଯାୟୀ ଥରେ ଭଗବାନ କୃଷ୍ଣ ବନରେ ଥିବା ବେଳେ ଗୋଟେ ହରିଣ ଶିକାର ହେବା ଭୟରେ ତାଙ୍କ ପଛରେ ଆସି ଲୁଚିଲା । ଏହାକୁ ଦେଖି ଭଗବାନ କୃଷ୍ଣ ହରିଣକୁ ଭୟର କାରଣ କଣ ପଚାରିବା ସମୟରେ ଶିକାରୀ ଆସି ପହଞ୍ଚିଲା ଆଉ କହିଲା ସେ ମୋର ଶିକାର । ଭଗବାନ କୃଷ୍ଣ କହିଲେ କୌଣସି ଜୀବକୁ ମାରିକି ଖାଇବା ପାପ ଅଟେ । ଏହା ଶୁଣିବା ପରେ ଶିକାରୀ କହିଲା ମୁଁ ତୁମ ଠାରୁ ଜ୍ଞାନ ମାଗୁ ନାହିଁ ।

ଏହାପରେ ଭଗବାନ କୃଷ୍ଣ ଶିକାରୀକୁ ଜବାବ ଦେଲେ କି ଥରେ ମଗଧରେ ମରୁଡି କାରଣରୁ ଅର୍ଣ୍ଣ ଉତ୍ପାଦନ କମିଗଲା । ତାପରେ ରାଜା ଚିନ୍ତାରେ ପଡିଲେ ଆଉ ଭାବିଲେ ଏହାର ସମାଧାନ ନ ବାହାରେ ତେବେ ପୂର୍ବ ବର୍ଷର ସଞ୍ଚୟ ଧାନ ମଧ୍ୟ ସରିଯିବ । ଏହାପରେ ରାଜା ବୈଠକ ବସାଇଲେ ଓ ସମସ୍ତଙ୍କୁ ନିଜର ରାୟ ପଚାରିଲେ । ଏହାପରେ ମନ୍ତ୍ରୀ ମାନେ ଭାବିଲେ ଚାଉଳ ଗହମକୁ ଉତ୍ପାଦନ କରିବା ପାଇଁ ଅଧିକ ସମୟ ଲାଗେ ତେଣୁ କିଛି ଖାଦ୍ଯ ଶସ୍ତାରେ ହେବ ନାହିଁ ।

ସେହି ସମୟରେ ଜଣେ ମନ୍ତ୍ରୀ କହିଲେ ମହାରାଜା ମାସ ଠାରୁ ଶସ୍ତା ଖାଦ୍ୟ ଆଉ କିଛି ନହିଁ । ଏହା ପାଇଁ ତାଙ୍କ ଖର୍ଚ୍ଚ କରିବା ଦରକାର ପଡେ ନାହିଁ । ଏହି କଥାକୁ ସମସ୍ତେ ସହମତି ଦେଲେ ମଧ୍ୟ ମଗଧର ପ୍ରଧାନମନ୍ତ୍ରୀ ଚୁପ ରହିଲେ । ଏହାପରେ ପ୍ରଧାନମନ୍ତ୍ରୀ କହିଲେ ମାଂସ ସବୁଠୁ ଶସ୍ତା ଲାଗୁନି । ତାପରେ ପ୍ରଧାନମନ୍ତ୍ରୀ ସେହିଦିନ ରାତିରେ ଯେଉଁ ମନ୍ତ୍ରୀ ମାଂସ ଶସ୍ତା କଥା ବୋଲି କହିଥିଲେ ତାଙ୍କ ଘରକୁ ଯାଇ କହିଲେ ରାଜାଙ୍କ ଦେହ ହଠାତ ଖରାପ ହୋଇଯାଇଛି ।

ରାଜା ବୈଦ୍ୟ କହିଛନ୍ତି ମହାରାଜଙ୍କ ଜୀବନ ବଞ୍ଚାଇବା ଲାଗି ସୁସ୍ଥ ମଣିଷର ୨ରୁ ୩ କିଲୋ ମାଂସ ଦରକାର । ଆପଣ ମହାରାଜାଙ୍କର ପ୍ରିୟ ମନ୍ତ୍ରୀ ଅଟନ୍ତି । ଏଥିପାଇଁ ଆପଣନ ଯାହା ବି ମୂଲ୍ୟ ରଖିବେ ତେବେ ଆପଣଙ୍କୁ ଦିଆଯିବ । ଯଦି ଆପଣ ହଁ କହିବେ ତେବେ ଆପଣଙ୍କ ଶରୀରର କିଛି ମାଂସ ମୁଁ ନିଅନ୍ତି ।

ଯାହାକୁ ଶୁଣିବା ପରେ ମନ୍ତ୍ରୀ ଚିନ୍ତାରେ ପଡିଗଲେ ଓ ସେ ଭାବିଲେ ଯଦି ଜୀବନ ରହିବନି ତେବେ ଏତେ ମୁଦ୍ରା ସୁନାକୁ ନେଇ ମୁଁ କଣ କରିବି ? ମନ୍ତ୍ରୀ ମନା କରିଦେଲେ ଆଉ ନିଜର ସବୁ ସୁନା ମୁଦ୍ରା ପ୍ରଧାନମନ୍ତ୍ରୀଙ୍କୁ ଦେଇଦେଲେ । ତାପରେ ପ୍ରଧାନମନ୍ତ୍ରୀ ପାଳି କରି ସବୁ ମନ୍ତ୍ରୀଙ୍କ ପାଖକୁ ଗଲେ ଆଉ ସମସ୍ତେ ସୁନା ମୁଦ୍ରା ଦେଇ ମାଂସ ଦେବାକୁ ମନା କରିଦେଲେ ।

ଏହାପରେ ରାଜା ଦେଖିବା ବେଳକୁ ଗୋଟେ ରାତିରେ ୧କୋଟି ମୁଦ୍ରା ଆସିଛି ଯାହାର ସତ୍ୟତା ବିଷୟରେ ପ୍ରଧାନମନ୍ତ୍ରୀ କହିଲେ । ତେଣୁ ଏ କଥାରୁ ସ୍ପଷ୍ଟ ହେଲା କି ମାଂସ ସବୁଠାରୁ ଶସ୍ତା ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *